ETV Bharat / politics

ମୋଦି ନାରାରେ କମ୍ପିଲା କନିଷି, 'ଜୁନ୍ ୧୦ରେ ବିଜେପି ସରକାରର ଶପଥ ଗ୍ରହଣ, ଓଡ଼ିଶାରେ ବିଜେଡି ଅସ୍ତଗାମୀ' - PM Modi Address rally In Berhampur

author img

By ETV Bharat Odisha Team

Published : May 6, 2024, 11:26 AM IST

Updated : May 6, 2024, 11:42 AM IST

PM Modi Address rally In Berhampur: ନିର୍ବାଚନୀ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ଆଜି ବ୍ରହ୍ମପୁର ଗସ୍ତ କରିଥିଲେ । ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ କରିବା ସହିତ ବିଜେଡି ସରକାରଙ୍କୁ ଶାଣିତ ଟାର୍ଗେଟ କରିଛନ୍ତି ମୋଦି । ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର ହେବ ବୋଲି କହିବା ସହିତ ଭୁବନେଶ୍ବରରେ ଶପଥ ଗ୍ରହଣକୁ ସମସ୍ତଙ୍କୁ ନିମନ୍ତ୍ରଣ କରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

PM Modi Address rally In Berhampur
PM Modi Address rally In Berhampur (etv bharat odisha)

PM Modi Address rally In Berhampur (etv bharat odisha)

ବ୍ରହ୍ମପୁର: ନିର୍ବାଚନ ପାଖେଇ ଆସୁଥିବାବେଳେ ପ୍ରଚାର ମଇଦାନଙ୍କୁ ଓହ୍ଲାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରବିବାର ଭୁବନେଶ୍ବରରେ ରାତ୍ରୀ ଯାପନ କରିବାରେ ଆଜି ବ୍ରହ୍ମପୁରର କନିଷି ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ । କନିଷି ହେଲିପ୍ୟାଡରେ ପହଞ୍ଚିବା ପରେ ତାଙ୍କୁ ଦଳୀୟ କର୍ମୀମାନେ ପ୍ରଥମେ ସ୍ବାଗତ କରିଥିଲେ । ଏହାପରେ ଜନସଭାକୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ । ପ୍ରଥମେ ଓଡିଆ ଭାଷାରେ କହି ସମସ୍ତଙ୍କ ମନ ଜିଣିଲେ ମୋଦି । ବିଜେପି ରାଜ୍ୟ ସଭାପତିଙ୍କ ସହିତ ଚିକିଟି, ଗୋପାଳପୁର, ବ୍ରହ୍ମପୁରର ବିଜେପି ପ୍ରାର୍ଥୀ ଉପସ୍ଥିତ ରହିଥିଲେ । ଜୟ ଜଗନ୍ନାଥ ଏବଂ ଜୟ ଶ୍ରୀରାମ କହି ଅଭିଭାଷଣ ଆରମ୍ଭ କରଥିଲେ ପ୍ରଧାନମନ୍ତ୍ରୀ ।

ମୋଦି କହିଛନ୍ତି, "କାଲି ମୁଁ ଅଯୋଧ୍ୟାରେ ଯାଇ ରାମ ଲାଲାଙ୍କୁ ଦର୍ଶନ କରିଥିଲି । ଆଜି ମହାପ୍ରଭୁ ଜଗନ୍ନାଥଙ୍କ ଭୂମିରେ ଆପଣଙ୍କ ଆଶୀର୍ବାଦ ପାଇଁ ଆସିଛି । ପ୍ରଭୁ ରାମଲାଲାଙ୍କ ମନ୍ଦିର ମୋଦି ନୁହେଁ, ଆପଣଙ୍କ ଭୋଟ ନିର୍ମାଣ କରିଛି । ଓଡିଶାରେ ଏଥର ଦୁଇଟି ଯଜ୍ଞ ହେବାକୁ ଯାଉଛି । ଗୋଟିଏ ଯଜ୍ଞ କେନ୍ଦ୍ରରେ ତୃତୀୟ ଥର ପାଇଁ ସରକାର ହେଉଛି, ଅନ୍ୟଟି ରାଜ୍ୟରେ ବିଜେପି ସରକାର ପାଇଁ ହେଉଛି ।"

PM Modi Address rally In Berhampur
PM Modi Address rally In Berhampur (ETV BHARAT ODISHA)

ଓଡିଶାରେ ପ୍ରଥମ ଥର ପାଇଁ ଡବଲ ଇଂଜିନ: ବିଜେପି ଯାହା କହେ ତାହା କରି ଦେଖାଏ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, "ଓଡିଶାରେ ପ୍ରଥମ ଥର ପାଇଁ ଡବଲ ଇଂଜିନ ସରକାର ହେବାକୁ ଯାଉଛି । ଓଡିଶାର ବିକାଶ ପାଇଁ ସଂକଳ୍ପ ପତ୍ର ଘୋଷଣା ହୋଇଥିବା ବେଳେ ସରକାର ଆସିବା ପରେ ସମସ୍ତ ଘୋଷଣା କାର୍ଯ୍ୟକାରୀ ହେବ । ଏହା ମୋଦିଙ୍କର ଗ୍ୟାରେଣ୍ଟି ଅଟେ ।"

ଜୁନ 4ରେ ବିଜେଡିର ଏକ୍ସପାଏରୀ ଡେଟ୍: ସମସ୍ତ ଯୋଜନା କାର୍ଯ୍ୟକାରୀ କରିବା ମୋଦିଙ୍କର ଗ୍ୟାରେଣ୍ଟି ଅଟେ । ଜୁନ 4ରେ ବିଜେପିର ଏକ୍ସପାଏରୀ ଡେଟ୍ ଲେଖାହୋଇଛି ବୋଲି ପ୍ରଧାନମନ୍ତ୍ରୀ କଟାକ୍ଷ କରି କହିଛନ୍ତି । ଜୁନ୍‌ ୬ ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରାଯିବ ଏବଂ ଜୁନ୍ 10 ତାରିଖରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କରାଯିବ । ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହକୁ ନିମନ୍ତ୍ରଣ ଦେବାକୁ ଆସିଛି ବୋଲି ସେ କହିଛନ୍ତି ।

ଓଡିଶାରେ ବିଜେଡି ଅସ୍ତ ହେଉଛି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀନ ସରକାରଙ୍କୁ ଶାଣିତ କଟାକ୍ଷ କରି କହିଛନ୍ତି, " ଓଡ଼ିଶାରେ ବିଜେଡି ଅସ୍ତ ହେଉଛି ଏବଂ କଂଗ୍ରେସ ଅତୀତ ହୋଇଯାଇଛି । ଓଡ଼ିଶାରେ କେବଳ ବିଜେପିର ସୂର୍ଯ୍ୟଦୋୟ ହୋଇଛି ।"

ମହାପ୍ରଭୁ ଓଡିଶାକୁ ପ୍ରାକୃତିକ ସମ୍ପଦରେ ଭରି ଦେଇଛନ୍ତି: ଜଗନ୍ନାଥ ଓଡିଶାକୁ ପ୍ରାକୃତିକ ସମ୍ପଦରେ ଭରି ଦେଇଛନ୍ତି । ଓଡ଼ିଶା ପାଖରେ ପ୍ରଚୁର ପାଣି, ଉର୍ବର ଜମି, ଜମି ତଳେ ଖଣିଜ ଭଣ୍ଡାର ଅଛି । କିନ୍ତୁ କଂଗ୍ରେସ ଏବଂ ବିଜେଡି ନେତାଙ୍କ ଲୁଟ ପାଇଁ ଆଜି ଓଡିଶା ଗରିବ ବୋଇ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲାରୁ ହିଁ ସର୍ବାଧିନ ଦାଦନ ଜିଲ୍ଲା ବାହାରକୁ ଯାଉଛନ୍ତି । ଅନ୍ୟପଟେ ହିଞ୍ଜିଳିରେ ଶୀତଳ ଭଣ୍ଡାର ଅଛି ନା ପିଇବା ପାଣି ।"

ମୋଦି ଓଡିଶାର ବିକାଶ ପାଇଁ ବଜେଟର ଅଭାବ କରିନାହାନ୍ତି: ସେ କହିଛନ୍ତି, "10 ବର୍ଷରେ ୟୁପିଏ ସରକାର ଓଡିଶାକୁ 1କୋଟି ଦେଇଥିଲେ । କିନ୍ତୁ ମୋଦି 10 ବର୍ଷରେ ସାଢେ 3 କୋଟିରୁ ଅଧିକ ଟଙ୍କା ଦେଇଛନ୍ତି । ବିଜେଡି ସରକାର କେନ୍ଦ୍ର ସରକାରଙ୍କ ଯୋଜନାରେ ନିଜ ଷ୍ଟିକର ଲଗାଇ ଲୁଟୁଛନ୍ତି । ଓଡ଼ିଶା ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳିପାରୁନି । ବିଜେଡି ସରକାର ଏଠାରେ ଆୟୁଷ୍ମାନ ଯୋଜନା ଲାଗୁ କରାଉନାହାନ୍ତି । ତେବେ ଜୁନ୍‌ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେଲେ ଆୟୁଷ୍ମାନ ଯୋଜନା ଲାଗୁ ହେବ । ୭୦ ବର୍ଷରୁ ଅଧିକ ବୟସ୍କଙ୍କ ଚିକିତ୍ସା ଖର୍ଚ୍ଚ ମାଗଣାରେ ହେବ । "

ଆପଣଙ୍କ ମୁଖ୍ୟମନ୍ତ୍ରୀ ଭଳି ମୁଁ ନୁହେଁ: ମୁଁ ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କ ଭଳି ନୁହେଁ । ମୁଁ ଓଡିଆରେ ଚିଠି ଲେଖିଛି । ଓଡିଶାରେ 25 ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବା ବିଜେପି ସରକାରଙ୍କ ଲକ୍ଷ୍ୟ ଅଟେ । ଥରେ ସୁଯୋଗ ଦିଅନ୍ତୁ 5 ବର୍ଷରେ ନମ୍ବର ଓ୍ବାନ କରି ଦେଖାଇବୁ । ଯେଉଁଠି ବିଜେପିକୁ ସୁଯୋଗ ମିଳିଛି, ସେଠାରେ ବିକାଶ ହୋଇଛି ।

ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଶଂସା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, "ଓଡିଶାର ଝିଅକୁ ବିଜେପି ଦେଶର ବଡ ପଦବୀ ଦେଇଛି । ମୁର୍ମୁଙ୍କ ମାର୍ଗଦର୍ଶନରେ ମୁଁ ଓଡିଶା ପାଇଁ କାମ କରିବି । ଦିଲ୍ଲୀରେ ବସିଥିବା ଜଗନ୍ନାଥଙ୍କ ଏହି ପୁଅ ଓଡିଶା ପାଇଁ ବହୁତ କଛି କରିବ । ମୋଦି ବିକଶିତ ଭାରତ, ବିକଶିତ ଓଡ଼ିଶାର ସଂକଳ୍ପ ନେଇଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 6, 2024, 11:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.