ETV Bharat / politics

କାହାର ହେବ ନବରଙ୍ଗପୁର: ମାଝୀ ବନାମ ମାଝୀ, ଜନାଦେଶ ସ୍ପଷ୍ଟ କରିବ କିଏ ମାରିବ ବାଜି ? - NABARANGPUR LOK SABHA RESULTS

author img

By ETV Bharat Odisha Team

Published : May 11, 2024, 9:15 PM IST

Updated : Jun 3, 2024, 10:30 PM IST

NABARANGPUR LOK SABHA RESULTS, Majhi Vs Majhi: ନବରଙ୍ଗପୁର ଲୋକସଭାରେ ମୁହାଁମୁହିଁ ହୋଇଥିଲେ ପ୍ରଦୀପ, ବଳଭଦ୍ର ଏବଂ ଭୁଜବଳ । ବିଜେପି ବଳଭଦ୍ର ମାଝୀଙ୍କୁ ରିପିଟ୍ କରିଥିଲା ଆଉ ବଳଭଦ୍ରଙ୍କୁ ଚେକ୍ ଦେବାକୁ ମୈଦାନକୁ ପ୍ରଦୀପ ମାଝୀଙ୍କୁ ଓହ୍ଲାଇଥିଲା ବିଜେଡି । ଏଥର ଦେଖିବାକୁ ମିଳିଥିଲା ତ୍ରିମୁଖୀ ଲଢେଇ ମାଝୀ ବନାମ ମାଝୀ ଫାଇଟ୍ । କେଉଁ ମାଝୀ ବାଜି ମାରିବେ ତାହା ସ୍ପଷ୍ଟ ହେବାକୁ ଯାଉଛି ।

NABARANGPUR LOK SABHA RESULTS
NABARANGPUR LOK SABHA RESULTS (ETV Bharat Odisha)

ନବରଙ୍ଗପୁର: ନବରଙ୍ଗପୁର ଲୋକସଭାରେ ଦେଖିବାକୁ ମିଳିଥିଲା ତିନି ମାଝୀ ଲଢେଇ । ଏହି ମାଝୀ ବନାମ ମାଝୀ ଫାଇଟ୍ ଚର୍ଚ୍ଚାର ବିଷୟ ପାଲଟିଥିଲା । ପ୍ରମୁଖ ତିନି ରାଜନୈତିକ ଦଳରୁ ମୈଦାନକୁ ଓହ୍ଲାଇଥିବା ତିନି ମାଝୀଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା । ବିଜେପି ବଳଭଦ୍ର ମାଝୀଙ୍କୁ ରିପିଟ୍ କରିଥିବାବେଳେ ବଳଭଦ୍ରଙ୍କୁ ଚେକ୍ ଦେବାକୁ ମୈଦାନକୁ ପ୍ରଦୀପ ମାଝୀଙ୍କୁ ଓହ୍ଲାଇଥିଲା ବିଜେଡି । ସେପଟେ କଂଗ୍ରେସ ବରିଷ୍ଠ ନେତା ଭୁଜବଳ ମାଝୀଙ୍କୁ ଆଣି ନିର୍ବାଚନରେ ଉଷ୍ମତା ଭରିଦେଇଥିଲା ।

NABARANGPUR LOK SABHA RESULTS (ETV Bharat Odisha)

ନବରଙ୍ଗପୁର ଚଳିତ ନିର୍ବାଚନକୁ ନେଇ ସବୁ ଦଳର ନେତା ଓ କର୍ମୀଙ୍କ ମଧ୍ୟରେ ଯେତିକି ଉତ୍ସାହ ଥିଲା ତାହାଠୁ ଅଧିକ ଉତ୍ସାହ ଫଳାଫଳକୁ ନେଇ ରହିଛି । ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ, ଅର୍ଥାତ ମେ ୧୩ ତାରିଖରେ ନିର୍ବାଚନ ହୋଇଥିଲା । ଭୋଟରମାନେ ନିଜର ମୂଲ୍ୟବାନ ମତ କାହା ସପକ୍ଷରେ ଦେଇଥିଲେ ତାହା ଜନମତ ସ୍ପଷ୍ଟ କରିବାକୁ ଯାଉଛି । ଦେଖିବାକୁ ଗଲେ କେଉଁ ପ୍ରାର୍ଥୀ କାହାଠୁ ମଧ୍ୟ କମ୍ ନୁହଁନ୍ତି । ବିଜେପିର ବଳଭଦ୍ର ମାଝୀ, ବିଜେଡିର ପ୍ରଦୀପ ମାଝୀ ଏବଂ କଂଗ୍ରେସର ବଳଭଦ୍ର ମାଝୀ ମଧ୍ୟରେ ବିଗ୍ ଫାଇଟ ହୋଇଥିବା କୁହାଯାଉଛି ।

NABARANGPUR LOK SABHA RESULTS
NABARANGPUR LOK SABHA RESULTS (ETV Bharat Odisha)
ନବରଙ୍ଗପୁର ଲୋକସଭା କ୍ଷେତ୍ର: ନବରଙ୍ଗପୁର ଲୋକସଭା କ୍ଷେତ୍ରରେ ଥ‌ିବା ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି, ନବରଙ୍ଗପୁର ସଦର, ଡ଼ାବୁଗାଁ, ଝରିଗାଁ, ଉମରକୋଟ, କୋଟପାଡ, ଚିତ୍ରକୋଣ୍ଡା ଏବଂ ମାଲକାନଗିରି । ଲୋକସଭା କ୍ଷେତ୍ରରେ ସମୁଦାୟ ଭୋଟର ସଂଖ୍ୟା ୧୫ ଲକ୍ଷ ୮୭ ହଜାର ୫୮୨ । ଏଥିମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା ୮ ଲକ୍ଷ ୬ ହଜାର ୩୯୦ ଓ ମହିଳା ଭୋଟରଙ୍କ ସଂଖ୍ୟା ୭ ଲକ୍ଷ ୮୧ ହଜାର ୦୩୭ । ତୃତୀୟ ଲିଙ୍ଗୀ ଭୋଟର ସଂଖ୍ୟା ୧୫୫ ।

ନଜର ପକାନ୍ତୁ ପୂର୍ବ ନିର୍ବାଚନ ଫଳାଫଳ ଉପରେ:

NABARANGPUR LOK SABHA RESULTS
NABARANGPUR LOK SABHA RESULTS (ETV Bharat Odisha)

୨୦୧୯ ନିର୍ବାଚନ ଫଳାଫଳ: ୨୦୧୯ ନିର୍ବାଚନରେ ଏଠାରେ ବିଜେପି ଓ ବିଜେଡି ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା । ବିଜେଡି ପ୍ରାର୍ଥୀ ରମେଶ ମାଝୀ ଓ ବିଜେପି ପ୍ରାର୍ଥୀ ବଳଭଦ୍ର ମାଝୀ ମଧ୍ୟରେ ଦେଖ‌ିବାକୁ ମିଳିଥିଲା ବିଗ୍ ଫାଇଟ୍ । ରମେଶ ମାଝୀ ୩ ଲକ୍ଷ ୯୨ ହଜାର ୫୦୪ ଭୋଟ ପାଇଥିବାବେଳେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ପାଇଥିଲେ ୩ ଲକ୍ଷ ୫୦ ହଜାର ୮୭୦ ଖଣ୍ଡ ଭୋଟ । କେବଳ ୧୨ହଜାର ୯୫୬ ଭୋଟରେ ଏହି ସଂସଦୀୟ କ୍ଷେତ୍ରକୁ ବିଜେଡି ଠାରୁ ଛଡ଼ାଇ ଆଣିଥିଲେ ବିଜେପି । ଅନ୍ୟପଟେ ବିଜେପି ପ୍ରାର୍ଥୀ ବଳଭଦ୍ର ମାଝୀ ୧ଲକ୍ଷ ୭୯ହଜାର ୪୦୩ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।

NABARANGPUR LOK SABHA RESULTS
NABARANGPUR LOK SABHA RESULTS (ETV Bharat Odisha)

୨୦୧୪ ନିର୍ବାଚନ ଫଳାଫଳ: ୨୦୧୪ ନିର୍ବାଚନରେ ଏଠାରେ ମାତ୍ର ଦୁଇ ହଜାର ଭୋଟରେ ବିଜୟୀ ହୋଇଥିଲେ ବିଜେଡି ପ୍ରାର୍ଥୀ ବଳଭଦ୍ର ମାଝୀ । ସେ ସର୍ବାଧ‌ିକ 3ଲକ୍ଷ 73ହଜାର 887 ଭୋଟ ପାଇଥିବାବେଳେ ଦ୍ୱିତୀୟ ସ୍ଥାନରେ କଂଗ୍ରେସର ପ୍ରାର୍ଥୀ ପ୍ରଦୀପ ମାଝୀ 3ଲକ୍ଷ 71ହଜାର 846 ଭୋଟ ପାଇଥିଲେ । ସେହିଭଳି ପୂର୍ବତନ ସାଂସଦ ବିଜେପିର ପର୍ଶୁରାମ ମାଝୀ ୨ଲକ୍ଷ ୭୭ହଜାର ୫୧୭ ଭୋଟ ସହ ତୃତୀୟ ସ୍ଥାନରେ ରହିଥିଲେ ।

ଅଧିକ ପଢନ୍ତୁ .....କାହା ଦଖଲକୁ ଯିବ ପୁରୀ ଲୋକସଭା ଆସନ ? ବିଜୟ ବାନା ଉଡାଇବ ବିଜେଡି, ନା ତାଜ ପିନ୍ଧିବେ ସମ୍ବିତ - Puri Lok Sabha Constituency

୨୦୦୯ ନିର୍ବାଚନ ଫଳାଫଳ: ୨୦୦୯ରେ ଏହି ଆସନ କଂଗ୍ରେସ ହାତକୁ ଯାଇଥିଲା । ପ୍ରଦୀପ ମାଝୀ ପ୍ରାର୍ଥୀ ହୋଇ ଥିବାବେଳେ ୩ଲକ୍ଷ ୧୩ହଜାର ୮୮୮ ଭୋଟ ସହ ଏହି ଆସନ ଦଖଲ କରିଥିଲେ । ଦ୍ୱିତୀୟରେ ବିଜେଡି ପ୍ରାର୍ଥୀ ଡମ୍ବୁରୁ ମାଝୀ ୨ଲକ୍ଷ ୭୪ହଜାର ୯୮୮ ଭୋଟ ପାଇଥିଲେ । ସେହିଭଳି ତୃତୀୟରେ ରହିଥିଲେ ବିଜେପି ପ୍ରାର୍ଥୀ ପର୍ଶୁରାମ ମାଝୀ । ସେ ୨ଲକ୍ଷ ୧୯ହଜାର ୯୦୮ ଭୋଟ ପାଇଥିଲେ ।

NABARANGPUR LOK SABHA RESULTS
NABARANGPUR LOK SABHA RESULTS (ETV Bharat Odisha)
୨୦୨୪ ନିର୍ବାଚନରେ ତ୍ରିମୁଖୀ ଲଢ଼େଇ: ନବରଙ୍ଗପୁର ଲୋକସଭା କ୍ଷେତ୍ରର ଫଳାଫଳ ଉପରେ ଏବେ ସାରା ରାଜ୍ୟବାସୀଙ୍କ ନଜର ରହିଛି । କାରଣ ଏହି ନିର୍ବାଚନରେ ନବରଙ୍ଗପୁରରେ ଦେଖିବାକୁ ମିଳିଥିଲା ତ୍ରିମୁଖୀ ଲଢ଼େଇ । ଏଠାରୁ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସରୁ ୩ ହେଭିୱେଟ୍ ମୈଦାନକୁ ଓହ୍ଲାଇ ବଳ କଷିଥିଲେ ।
NABARANGPUR LOK SABHA RESULTS
NABARANGPUR LOK SABHA RESULTS (ETV Bharat Odisha)

ବିଜେପିର ପୂର୍ବତନ ସାଂସଦ ବଳଭଦ୍ର ମାଝୀ, କଂଗ୍ରେସ ପୂର୍ବତନ ବିଧାୟକ ଭୁଜବଳ ମାଝୀ ଓ ବିଜେଡିର ପ୍ରଦୀପ ମାଝୀଙ୍କ ମଧ୍ୟରେ ହୋଇଥିବା ହାଇଭୋଲଟେଜ ଲଢେଇରେ ବହୁମତ କାହାକୁ ମିଳୁଛି, କିଏ ଏହି ଆସନ ଅକ୍ତିଆର କରିବ ତାହା ସ୍ପଷ୍ଟ ହେବାକୁ ଯାଉଛି ।


ଇଟିଭି ଭାରତ,ନବରଙ୍ଗପୁର

Last Updated : Jun 3, 2024, 10:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.