ETV Bharat / politics

ନିର୍ବାଚନୀ ପ୍ରଚାର: 25ରେ ସୁବର୍ଣ୍ଣପୁରରେ ସାଧାରଣ ସଭା କରିବେ ଶାହ, ବିଜେପି କ୍ୟାମ୍ପରେ ପ୍ରସ୍ତୁତି ଜୋରଦାର - Amit Shah Subarnapur visit

author img

By ETV Bharat Odisha Team

Published : Apr 24, 2024, 7:34 AM IST

Amit Shah Subarnapur visit: ଦେଶରେ ନିର୍ବାଚନୀ ତାତି । ପ୍ରଚାର ମୈଦାନରେ ହେଭିଓ୍ୱେଟ । ସୁବର୍ଣ୍ଣପୁରରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ବିଜେପି କର୍ମୀଙ୍କ କାନରେ ଫୁଙ୍କିବେ ଗୁରୁମନ୍ତ୍ରୀ, ସାଧାରଣ ସଭାରେ କରିବେ ସମ୍ବୋଧନ । ଅଧିକ ପଢନ୍ତୁ

Amit Shah Subarnapur visit
Amit Shah Subarnapur visit

Amit Shah Subarnapur visit

ସୁବର୍ଣ୍ଣପୁର: ସାରା ଦେଶରେ ନିର୍ବାଚନୀ ତାତି । ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ହେଭିଓ୍ୱେଟ । ଏହିକ୍ରମରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆସନ୍ତା 25 ତାରିଖରେ ସୁବର୍ଣ୍ଣପୁର ଆସୁଛନ୍ତି । ଏଠାରୁ ରାଜ୍ୟ ନିିର୍ବାଚନ ପାଇଁ ବିଜେପିର ବିଗୁଲ ଫୁଙ୍କିବେ । ଏଥିପାଇଁ ଜିଲ୍ଲା ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଚଳିତ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ପ୍ରଥମ କରି ନିର୍ବାଚନ ପ୍ରଚାର ସୁବର୍ଣ୍ଣପୁରରୁ ଆରମ୍ଭ କରୁଥିବାରୁ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଭିତରେ ବେଶ ଉତ୍ସାହ ରହିଛି ।

ସହରର ରାମେଶ୍ବର ମନ୍ଦିର ନିକଟବର୍ତ୍ତି ଷ୍ଟାଡିୟମରେ ଏଥିପାଇଁ ମଂଚ ପ୍ରସ୍ତୁତ କରାଯାଇଛି । ପ୍ରାୟ ଦୁଇ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଅମିତ ଶାହଙ୍କ ସହିତ ସମ୍ୱଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିବେ । ଆଉମଧ୍ୟ ରାଜ୍ୟ ବିଜେପି ନେତୃବର୍ଗଙ୍କ ଛାମୁଆଁ ନେତାମାନେ ମଧ୍ୟ ଏହି ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜିଲ୍ଲା ବିଜେପି ସୂଚନା ଦେଇଛି ।

ଅମିତ ଶାହ ଝାରସୁଗୁଡା ବିମାନ ବନ୍ଦରରୁ ଏକ ସ୍ବତନ୍ତ୍ର ହେଲିକେପ୍ଟରରେ ଆସି ରାମେଶ୍ବର ମନ୍ଦିର ନିକଟବର୍ତ୍ତୀ ହେଲିପ୍ୟାଡରେ ଅବତରଣ କରିବେ । ରାଜ୍ୟରେ ବିଜେଡିର ଦୁର୍ନୀତି ,ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପଶ୍ଚିମ ଓଡିଶାବାସୀଙ୍କ ପ୍ରତି କରିଥିବା ପ୍ରତାରଣା, ଭ୍ରଷ୍ଟାଚାର ଭଳି ମୁଦ୍ଦାକୁ ନେଇ ବିଜେପି ନିର୍ବାଚନ ମଇଦାନକୁ ଉତୁରିଥିବା ବେଳେ ଅମିତ ଶାହଙ୍କ ନିର୍ବାଚନ ପ୍ରଚାର ବିଜେପିକୁ ନିର୍ବାଚନରେ ବିଜୟୀ କରିବ ବୋଲି ଜିଲ୍ଲା ବିଜେପି କହିଛି ।

ଏହାମଧ୍ୟ ପଢନ୍ତୁ..ଗୋଟିଏ ଦିନରେ ଶକ୍ତି ପ୍ରଦର୍ଶନ କରିବେ ନବୀନ ଓ ଶାହ, ବିଜେପି କହିଲା 'ଆମ କାର୍ଯ୍ୟକ୍ରମ ବେଶୀ ପ୍ରଭାବୀ' - Lok Sabha Election 2024

ଗତ 2019 ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁବର୍ଣ୍ଣପୁରକୁ ଆସି ନିର୍ବାଚନ ପ୍ରଚାର କରିଥିଲେ । ତେବେ ନରେନ୍ଦ୍ର ମୋଦିଙ୍କ ପ୍ରଚାର ସତ୍ତ୍ବେ ବି ସୁବର୍ଣ୍ଣପୁର ଜିଲ୍ଲାର ଦୁଇଟି ଯାକ ନିର୍ବାଚନ ମଣ୍ଡଳୀ ସୋନପୁର ଓ ବୀରମହାରାଜପୁର ବିଜେଡି ହାତକୁ ଯାଇଥିଲା । ବଲାଙ୍ଗୀର ଲୋକସଭା ଆସନଟି ବିଜେପି ହାତକୁ ଯାଇଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାର ଉଭୟ ବିଧାନସଭା ଆସନରୁ ବିଜେଡି ଲୋକସଭା ପ୍ରାର୍ଥୀ ଜିତିଥିଲେ ।

ସୁବର୍ଣ୍ଣପୁର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ନିରଂଜନ ପୂଜାରୀ, ବୀରମହାରାଜପୁରରେ ବିଜେଡି ପ୍ରାର୍ଥୀ ପଦ୍ମନାଭ ବେହେରା ଓ ବଲାଙ୍ଗୀର ଲୋକସଭା ପ୍ରାର୍ଥୀନୀ ସଂଗୀତା କୁମାରୀ ସିଂ ଦେଓ ବିଜୟୀ ହୋଇଥିଲେ । ତେବେ ଚଳିତ ନିର୍ବାଚନରେ ପୁଣି ଉଭୟ ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ରିପିଟ କରିଥିବା ବେଳେ ବଲାଙ୍ଗୀର ଲୋକସଭା ପ୍ରାର୍ଥୀଙ୍କୁ ବଦଳ କରିଛି । ହେଲେ ବିଜେପି ଲୋକସଭା ପ୍ରାର୍ଥୀ ଓ ସୁବର୍ଣ୍ଣପୁର ଜିଲ୍ଲାର ଉଭୟ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ରିପିଟ କରିଛି ।

ବିଜେଡିର ପତିଆରାକୁ କମ କରିବା ସହିତ ସମସ୍ତ ସିଟରେ ବିଜେପିକୁ ବିଜୟୀ କରିବାକୁ ଜିଲ୍ଲା ବିଜେପି ପକ୍ଷରୁ ଜୋରଦାର ଉଦ୍ୟମ ଚାଲିଛି । ଏଥିପାଇଁ ଅମିତ ଶାହାଙ୍କ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଆଗାମୀ ଦିନରେ ବିଜେପିର ଆହୁରୀ ଷ୍ଟାର କ୍ୟାମ୍ପେନର ସୁବର୍ଣ୍ଣପୁର ମାଟିରେ ପଦାର୍ପଣ କରିବେ ବୋଲି ବିଜେପି ପକ୍ଷରୁ ସୂଚନା ମିଳିଛି । ମଙ୍ଗଳବାର ଶାହ ଗେଷ୍ଟ ହାଉସରେ ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅମିତ ଶାହଙ୍କ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରାଯାଇଥିବା ବେଳେ ବିଜେପି ନେତୃମଣ୍ଡଳୀ ବିଜେପିର ବିଜୟ ପାଇଁ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର କରାଯାଉଛି ବୋଲି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.