ETV Bharat / politics

ନିର୍ବାଚନ ମୈଦାନରେ କଙ୍ଗନାଙ୍କ ବୟାନ ଝଡ; ରାହୁଲ ଗାନ୍ଧୀ, ବିକ୍ରମାଦିତ୍ୟ ସିଂଙ୍କୁ କହିଲେ 'ପପ୍ପୁ' - KANGANA RANAUT SLAMS CONGRESS

author img

By ETV Bharat Odisha Team

Published : Apr 11, 2024, 9:56 PM IST

Kangana Ranaut: ନିର୍ବାଚନ ମୈଦାନରେ ବିବାଦୀୟ ବୟାନ ନେଇ ଚର୍ଚ୍ଚାରେ ବଲିଉଡ କ୍ବିନ କଙ୍ଗନା । ରାହୁଲ ଗାନ୍ଧୀ, ଉଦ୍ଧବ ଠାକରେ ଓ ବିକ୍ରମାଦିତ୍ୟ ସିଂଙ୍କୁ କହିଲେ 'ପପ୍ପୁ'। ଅଧିକ ପଢନ୍ତୁ

Kangana Ranaut
Kangana Ranaut

ସିମଲା: ନିଜ ବିବାଦୀୟ ବୟାନକୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ କଙ୍ଗନା ରଣାୱତ ଏବେ ହିମାଚଳ ପ୍ରଦେଶ ମଣ୍ଡି ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି । ନିର୍ବାଚନ ପାଖେଇ ଆସୁଥିବାରୁ ପ୍ରଚାର କାର୍ଯ୍ୟରେ ଲାଗିପଡ଼ିଛନ୍ତି ଅଭିନେତ୍ରୀ । ଏହାରି ମଧ୍ୟରେ ନିଜର ବୟାନକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି କଙ୍ଗନା । ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଶିବେସନା ଉଦ୍ଧବ ଗୋଷ୍ଠୀ ମୁଖ୍ୟ ଉଦ୍ଧବ ଠାକରେଙ୍କୁ ପପ୍ପୁ ବୋଲି କହିବା ସହ ଯୁବ କ୍ୟାବିନେଟ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂଙ୍କୁ କହିଛନ୍ତି ଛୋଟା ପପ୍ପୁ ।

ଆଜି ମନାଲିରେ କଙ୍ଗନା ରାଲି କରିବା ସମୟରେ ଏଭଳି ବୟାନବାଜି କରିଛନ୍ତି । ଯାହାକୁ ନେଇ ରାଜନୀତି ବେଶ ସରଗରମ ହୋଇଛି । ରାଜ୍ୟ ରାଜନୀତିରେ ଏଣିକି ବାକ୍‌ ଯୁଦ୍ଧ ଆରମ୍ଭ ହେବ ବୋଲି ଚର୍ଚ୍ଚା ହେଉଛି । ଯୁବ କ୍ୟାବିନେଟ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ ସର୍ବଦା କଙ୍ଗନାଙ୍କୁ ବଡ଼ ଭଉଣୀ ଭାବେ ସମ୍ବୋଧନ କରୁଥିବା ବେଳେ କଙ୍ଗନା ତାଙ୍କୁ ଛୋଟା ପପ୍ପୁ ବୋଲି କହିଛନ୍ତି । ଏପରିକି ରାହୁଲ ଗାନ୍ଧୀଙ୍କ ବିରୋଧରେ ମଧ୍ୟ ସେ ସମାନ ଶବ୍ବର ବ୍ୟବହାର କରିଛନ୍ତି । ନିକଟରେ କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ କଙ୍ଗନାଙ୍କ ବିରୋଧରେ ଅତ୍ୟନ୍ତ ଆପତ୍ତିଜନକ ବୟାନ ଦେଇ ବିବାଦକୁ ଆସିଥିଲେ ।

ଏହା ବି ପଢନ୍ତୁ- ଗଣତନ୍ତ୍ରର ସଂଜ୍ଞା ଜାଣିନାହାନ୍ତି ରାହୁଲ ଗାନ୍ଧୀ: ବିଜେପି ଲୋକସଭା ପ୍ରାର୍ଥୀ କଙ୍ଗନା

କଙ୍ଗନା କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, "ଦିଲ୍ଲୀରେ ଜଣେ ବଡ ପପ୍ପୁ ଥିବା ବେଳେ ଆମର ଏଠି ମଧ୍ୟ ଜଣେ ଛୋଟ ପପ୍ପୁ ଅଛନ୍ତି । ସେ କୁହନ୍ତି ମୁଁ ଗୋମାଂସ ଭକ୍ଷଣ କରେ ଓ ତା ନିକଟରେ ଭିଡ଼ିଓ ଅଛି । ତାହେଲେ ସେ ଭିଡ଼ିଓ ଦେଖାଉ ନାହିଁ କାହିଁକି ? ଛୋଟ ପପ୍ପୁ ଜଣେ ମିଛୁଆ । ବଡ଼ ପପ୍ପୁ ଯେପରି ଛୋଟ ପପ୍ପୁ ମଧ୍ୟ ସେହିପରି ।" କଙ୍ଗନା ମଣ୍ଡି ଆସନରୁ ପ୍ରାର୍ଥୀ ହେବା ପରେ ଏହା ଏବେ ଚର୍ଚ୍ଚାରେ ରହିଛି । କଙ୍ଗନାଙ୍କ ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ନିର୍ବାଚନ ମଣ୍ଡଳୀରେ ଆରୋପ ପ୍ରତ୍ୟାରୋପ ରାଜନୀତି ଦେଖିବାକୁ ମିଳିଛି ।

କଙ୍ଗନା ଆହୁରି କହିଛନ୍ତି, " ଛୋଟ ପପୁ କହୁଛି ମୁଁ ଅପବିତ୍ର । ତେବେ କଣ ମୁଁ ମୋ ବାପାମାଆଙ୍କ ବିନା ସହାୟତାରେ ମୁମ୍ବାଇ ନଗରୀରେ କାମ କରିବାକୁ ଅପବିତ୍ର କୁହାଯିବ କି ? ନା ରାଜନୀତିରେ ଆସି ମୁଁ ଅପବିତ୍ର ହୋଇଯାଇଛି ? ମୁଁ କାହାକୁ ଭୟ କରେ ନାହିଁ । ଏହି ଦେଶର ପ୍ରଧାନ ନାଗରିକ ରେଲୱେ ଷ୍ଟେସନରେ ଚା' ବିକ୍ରି କରି ଆଜି ଜଣେ ମହାନ ସେବକ ହୋଇପାରିଛନ୍ତି । ମୁଁ ମଧ୍ୟ ନିର୍ବାଚନ ଲଢିବି, ଜିତିବି ଓ ବାରମ୍ବାର ଲଢିବି । "

ଏହା ବି ପଢନ୍ତୁ- ‘ଆଜି ମୋ ଘର ଭାଙ୍ଗିଛ, କାଲି ତୁମ ଅହଂକାର ଭାଙ୍ଗିବ ଉଦ୍ଧବ ଠାକରେ’

ଏହାସହିତ କଙ୍ଗନା ଉଦ୍ଧବ ଠାକରେଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ଏ ନେଇ ସେ କହିଛନ୍ତି, " ମୋ ଜୀବନରେ ଉଦ୍ଧବ ଠାକରେ ନାମରେ ଜଣେ ପପ୍ପୁ ଆସିଥିଲା । ଯିଏକି ମୋର ଘର ଭାଙ୍ଗିଥିଲା । ମୋର ଭୟଭୀତ କରିବାକୁ ଉଦ୍ୟମ କରିଥିଲା । ତଥାପି ମୁଁ ଭୟଭୀତ ନ ହୋଇ ଆଜି ଏହି ସ୍ଥାନରେ ପହଞ୍ଚିଛି । ମୋ ସହିତ ଜନତା ଅଛନ୍ତି ।" ସୂଚନା ଥାଉ କି କଙ୍ଗନାଙ୍କ ବାନ୍ଦ୍ରା ସ୍ଥିତ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଭଙ୍ଗାଯାଇଥିଲା । ସେତେବେଳେ ଉଦ୍ଧବ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଥିଲେ । ଫିଲ୍ମ ମାଫିଆଙ୍କ ସହିତ ମିଶି ତାଙ୍କ ଘର ଭଙ୍ଗାଯାଇଥିବା କଙ୍ଗନା ଅଭିଯୋଗ ଆଣିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.