ETV Bharat / politics

ରାହୁଲଙ୍କ ଯାତ୍ରାରେ ସାମିଲ ହେବାକୁ କମଲନାଥଙ୍କ ଆହ୍ବାନ, ବିଜେପିରେ ମିଶିବା ଚର୍ଚ୍ଚାର ଅନ୍ତ

author img

By ETV Bharat Odisha Team

Published : Feb 24, 2024, 8:01 AM IST

Bharat Jodo Nyay Yatra: କମଲନାଥ ବିଜେପିରେ ମିଶିବା ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ । ମଧ୍ୟପ୍ରଦେଶରେ ରାହୁଲଙ୍କ ନ୍ୟାୟ ଯାତ୍ରାରେ ସାମିଲ ହେବାକୁ ଲୋକଙ୍କୁ ଆହ୍ବାନ କଲେ ବରିଷ୍ଠ କଂଗ୍ରେସ ନେତା । ଅଧିକ ପଢନ୍ତୁ

ରାହୁଲଙ୍କ ଯାତ୍ରାରେ ସାମିଲ ହେବାକୁ କମଲନାଥଙ୍କ ଆହ୍ବାନ
ରାହୁଲଙ୍କ ଯାତ୍ରାରେ ସାମିଲ ହେବାକୁ କମଲନାଥଙ୍କ ଆହ୍ବାନ

ଭୋପାଳ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଓ ତାଙ୍କର ପୁଅ ନକୁଳ ନାଥ କଂଗ୍ରେସ ଛାଡି ବିଜେପିରେ ମିଶିବେ ବୋଲି କିଛି ଦିନ ହେଲା ଜୋର୍ ଧରିଥିବା ଚର୍ଚ୍ଚାରେ ପଡିଛି ପୂର୍ଣ୍ଣଚ୍ଛେଦ । କମଲନାଥ ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରାକୁ ପ୍ରଶଂସା କରି ନିଜେ ଏହି ଦ୍ବନ୍ଦ ଦୂର କରିଛନ୍ତି । ଆସନ୍ତା ମାସ କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା ମଧ୍ୟପ୍ରଦେଶରେ ପହଞ୍ଚିବାକୁ ଥିବାବେଳେ କମଲନାଥ ଏଥିରେ ସାମିଲ ହେବେ ଏବଂ ରାହୁଲଙ୍କୁ ସମର୍ଥନ କରିବେ । ନିଜର ଏକ ସୋସିଆଲ ମିଡିଆ ପୋଷ୍ଟରେ ସେ ରାହୁଲଙ୍କୁ ନିଜର ନେତା ବୋଲି କହିବା ସହ ନ୍ୟାୟ ଯାତ୍ରାରେ ସାମିଲ ହେବାକୁ ଲୋକଙ୍କୁ ଆହ୍ବାନ କରିଛନ୍ତି ।

ବରିଷ୍ଠ କଂଗ୍ରେସ ନେତା କମଲନାଥ ଏକ୍ସରେ ଲେଖିଛନ୍ତି, ''ମଧ୍ୟପ୍ରଦେଶର ଜନତା ଏବଂ କଂଗ୍ରେସ କାର୍ଯ୍ୟକର୍ତ୍ତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାକୁ ସ୍ବାଗତ କରିବାକୁ ଉତ୍ସାହିତ ଅଛନ୍ତି । ଅନ୍ୟାୟ, ଅତ୍ୟାଚାର ଓ ଶୋଷଣ ବିରୋଧରେ ଆମର ନେତା ରାହୁଲଜୀ ରାଜରାସ୍ତାକୁ ଓହ୍ଲାଇ ନିର୍ଣ୍ଣାୟକ ଲଢେଇ ଲଢୁଛନ୍ତି । ନ୍ୟାୟ ଯାତ୍ରାରେ ଅଧିକ ସଂଖ୍ୟାରେ ସାମିଲ ହୋଇ ତାଙ୍କର ଶକ୍ତି ଓ ସାହାସ ହେବାକୁ ମୁଁ ରାଜ୍ୟବାସୀ ଏବଂ କଂଗ୍ରେସ କାର୍ଯ୍ୟକର୍ତ୍ତମାନଙ୍କୁ ଅନୁରୋଧ କରୁଛି । ଆମକୁ ମିଳି ମିଶି ଅନ୍ୟାୟ ବିରୋଧରେ ଏହି ମହାଅଭିଯାନକୁ ଲକ୍ଷ୍ୟସ୍ଥଳରେ ପହଞ୍ଚିାଇବାକୁ ହେବ ।''

ଏହା ମଧ୍ୟ ପଢନ୍ତୁ: ବିଜେପିରେ ସାମିଲ ହେବେ କମଲନାଥ ଓ ପୁଅ ନକୁଲନାଥ ! ସୋସିଆଲ ମିଡିଆ ବାୟୋରୁ କଂଗ୍ରେସ ପାର୍ଟିକୁ ବାଦ ଦେଲେ ନକୁଲ

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ହାଇକମାଣ୍ଡ କମଲନାଥଙ୍କୁ ପିସିସି ପଦରୁ ହଟାଇ ଦେଇଥିଲେ । ଏଥିସହ ରାଜ୍ୟସଭାକୁ ମଧ୍ୟ ମନୋନୀତ କରାଯାଇନଥିଲା । ଏଥିରେ ଅସନ୍ତୁଷ୍ଟ ଥିବା କମଲନାଥ ଗତ ସପ୍ତାହରେ ପୁଅ ସହ ଦିଲ୍ଲୀ ଯିବା ପରେ ସେ କଂଗ୍ରେସ ଦଳ ଛାଡି ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଏହି ସମୟରେ ନକୁଲ ନିଜ ସୋସିଆଲ ମିଡିଆ ବାୟୋରୁ କଂଗ୍ରେସ ପାର୍ଟି ନାଁ ବାଦ୍ ଦେବା ଏହି ଚର୍ଚ୍ଚାକୁ ବଢାଇଥିଲା । ହେଲେ ନ୍ୟାୟ ଯାତ୍ରା ନେଇ ସୋସିଆଲ ମିଡିଆରେ କମଲନାଥଙ୍କ ବୟାନ ପରେ ସେ ବିଜେପିକୁ ଯିବାର କଳ୍ପନା ଜଳ୍ପନାରେ ବିରାମ ଲାଗିଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଆସନ୍ତା ମାର୍ଚ୍ଚ ୨ରେ ରାହୁଲଙ୍କ ନେତୃତ୍ବରେ କଂଗ୍ରେସର ଭାରତ ଯୋଡ ଯାତ୍ରା ମଧ୍ୟପ୍ରଦେଶରେ ପ୍ରବେଶ କରିବ । କମଲନାଥ ୬ ତାରିଖ ଯାଏଁ ରାହୁଲ ଗାନ୍ଧୀଙ୍କ ସହ ନ୍ୟାୟ ଯାତ୍ରା କରିବେ । ଏହି ଯାତ୍ରା ଗ୍ବାଲିୟର, ଶିବପୁରୀ, ଗୁନା, ରାଜଗଡ, ଶାଜାପୁର, ଉଜ୍ଜୈନ, ଧର ଏବଂ ରତଲାମ ଦେଇ ୬ ମାର୍ଚ୍ଚରେ ରାଜସ୍ଥାନରେ ପୁନଃ ପ୍ରବେଶ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.