ETV Bharat / politics

ମେଣ୍ଟ ନୁହେଁ, ମୋଦି ଗ୍ୟାରେଣ୍ଟିକୁ ନେଇ ନିର୍ବାଚନ ଲଢିବ ଦଳ: ଜୁଏଲ ଓରାମ

author img

By ETV Bharat Odisha Team

Published : Mar 9, 2024, 10:00 PM IST

Jual oram says, no information about BJP-BJD Alliance: ରାଜ୍ୟରେ ମେଣ୍ଟ ନେଇ ନାହିଁ କୌଣସି ସୂଚନା । ଦଳୀୟ ବୈଠକ ପାଇଁ ଦିଲ୍ଲୀ ଆସିଥିବା କହିଲେ ବରିଷ୍ଠ ବିଜେପି ନେତା ଜୁଏଲ ଓରାମ । ଅଧିକ ପଢନ୍ତୁ

‘ବିଜେପି-ବିଜେଡି ମେଣ୍ଟ ନେଇ କୌଣସି ସୂଚନା, ମୋଦି ଗ୍ୟାରେଣ୍ଟିକୁ ନେଇ ନିର୍ବାଚନ ଲଢିବ ଦଳ’
‘ବିଜେପି-ବିଜେଡି ମେଣ୍ଟ ନେଇ କୌଣସି ସୂଚନା, ମୋଦି ଗ୍ୟାରେଣ୍ଟିକୁ ନେଇ ନିର୍ବାଚନ ଲଢିବ ଦଳ’

jual oram says, no information about BJP-BJD

ନୂଆଦିଲ୍ଲୀ: ଓଡିଶାରେ ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳ ମଧ୍ୟରେ ଚାଲିଥିବା ମେଣ୍ଟ କଥାବାର୍ତ୍ତା ଗତ 4 ଦିନ ଧରି ପୁରା ଦେଶରେ ଚର୍ଚ୍ଚାର କେନ୍ଦ୍ରରେ ରହିଛି । 2009ରେ ଉଭୟ ଦଳ ମେଣ୍ଟ ଭାଙ୍ଗି ରାଜ୍ୟରେ ଏକାକୀ ନିର୍ବାଚନ ଲଢିଥିଲେ । ସେବେଠାରୁ ବିଜେଡି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ନିର୍ବାଚନ ଜିତି ସରକାର ଗଠନ କରିଆସିଛି । ଏବେ ପ୍ରାୟ 15 ବର୍ଷ ପରେ ସାଧାରଣ ନିର୍ବାଚନ ପୂର୍ବରୁ ଉଭୟ ଦଳ ମଧ୍ୟରେ ମେଣ୍ଟ କଥାବାର୍ତ୍ତା ଆରମ୍ଭ ହୋଇଛି । ହେଲେ କୌଣସି ଦଳ ସିଧା ଏନେଇ ମୁହଁ ଖୋଲୁନାହାନ୍ତି । ଦିଲ୍ଲୀ ଗସ୍ତ କରିଥିବା ଦଳର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, ମେଣ୍ଟ ନେଇ ତାଙ୍କ ନିକଟରେ କୌଣସି ସୂଚନା ନାହିଁ । ସେମାନେ ମେଣ୍ଟ ଆଲୋଚନା ପାଇଁ ନୁହନ୍ତି ବରଂ ଦଳର ସାଙ୍ଗଠିକ ସ୍ଥିତି ସମ୍ପର୍କରେ କେନ୍ଦ୍ରୀୟ ନେତାଙ୍କୁ ଅବଗତ କରିବା ପାଇଁ ଦିଲ୍ଲୀ ଆସିଥିଲେ । ସେ ଏହି ମେଣ୍ଟ ଚର୍ଚ୍ଚା ସେ କେବଳ ଗଣମାଧ୍ୟମରୁ ଶୁଣିବାକୁ ପାଇଲେ । ସେ ନେଇ କୌଣସି ପ୍ରତିକ୍ରିୟା ଦେଇପାରିବେ ନାହିଁ ।

ଜୁଏଲ କହିଛନ୍ତି, ବିଜେଡି 2009ରେ ବିଜେପି ସହ ମେଣ୍ଟ ଭାଙ୍ଗିଥିଲା । ସେବେଠାରୁ ବିଜେପି ରାଜ୍ୟରେ ଏକାକୀ ନିର୍ବାଚନ ଲଢୁଛି । ଏବେ ପାର୍ଟିର ଭୋଟ ସେୟାର ମଧ୍ୟ ପୂର୍ବାପେକ୍ଷା ବଢିଛି । ରାଜ୍ୟରେ ଏବେ ପାର୍ଟି 40 ପ୍ରତିଶତ ଭୋଟରେ ପହଞ୍ଚିଛି । ବିଜେଡି କିଛି ପ୍ରସଙ୍ଗରେ ବିଜେପିକୁ ସଂସଦରେ ସମର୍ଥନ ଦେଇଛି । ଏହା ସହଯୋଗ ବୋଲି କୁହାଯାଇପାରେ । ହେଲେ ସେହି କାରଣରୁ ଦୁଇ ଦଳ ମଧ୍ୟରେ ମେଣ୍ଟ ହେବା ନେଇ କହିବା ଉଚିତ ନୁହେଁ । ବିଜେପି ମୋଦିଙ୍କ ବାର୍ତ୍ତା ନେଇ ଲୋକଙ୍କ ନିକଟକୁ ଯିବ । ମୋଦି ଗ୍ୟାରେଣ୍ଟି ନେଇ ଦଳ ନିର୍ବାଚନ ଲଢିବ । ଦଳର ଏଜେଣ୍ଡା ବିକାଶ ରାଜନୀତି । ମେଣ୍ଟ ସମ୍ପର୍କରେ ଏନେଇ କହିବା ତାଙ୍କ ପକ୍ଷରେ ଉଚିତ ନୁହେଁ ।

ଏହା ମଧ୍ୟ ପଢନ୍ତୁ :- ଓଡିଶାରେ ନିର୍ବାଚନ ଲଢିବ AAP, ବିଜେପି-ବିଜେଡି ମେଣ୍ଟକୁ ଅପ୍ରାକୃତିକ କହିଲେ ସୌରଭ ଭରଦ୍ବାଜ

ତେବେ ଗତ 3 ଦିନ ଧରି ପ୍ରବଳ ଚର୍ଚ୍ଚା ଓ ଉଭୟ ଦଳର ଘନ ଘନ ବୈଠକ ପରେ ଏହି ଚର୍ଚ୍ଚା ଏବେ ସାମାନ୍ୟ ଶିଥିଳ ପଡିଛି । ବିଜେଡି ଏପର୍ଯ୍ୟନ୍ତ କିଛି କହିନଥିବା ବେଳେ ବିଜେପି ଏକାକୀ ନିର୍ବାଚନ ଲଢିବାକୁ ଯାଉଥିବା କହିବା ଆରମ୍ଭ କଲାଣି । ଦଳର ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ରାଜ୍ୟ ସଭାପତି ମେଣ୍ଟ ଚର୍ଚ୍ଚାକୁ ଏଡାଇ ଏବେ ଦଳ ଏକାକୀ ନିର୍ବାଚନ ଲଢିବାକୁ ଯାଉଥିବା କହିଛନ୍ତି । ତଥାପି କେନ୍ଦ୍ରୀୟ ନେତାଙ୍କ ସ୍ତରରେ ଏହି ପ୍ରସଙ୍ଗ ଆଲୋଚନା ପରିଧିରେ ଥିବା କୁହାଯାଉଛି । ଆସନ ବୁଝାମଣା ନେଇ ଉଭୟ ଦଳ ମଧ୍ୟରେ ସାମାନ୍ୟ ଅସହମତି ରହିଛି । ଏନେଇ କିଛି ଦିନରେ କୌଣସି ସ୍ପଷ୍ଟ ନିଷ୍ପତ୍ତି ସାମ୍ନାକୁ ଆସିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.