ETV Bharat / politics

ମୁଁ ନିର୍ବାଚନ ଲଢ଼ିବି ନା ନାହିଁ, ଦଳ ନିଷ୍ପତ୍ତି ନେବ: ଜୟ ନାରାୟଣ

author img

By ETV Bharat Odisha Team

Published : Mar 18, 2024, 10:30 PM IST

Sambalpur Assembly Seat: ଏଥର ସମ୍ବଲପୁରରେ ବିଜେପି ପ୍ରାର୍ଥୀ କିଏ ? ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ବିଜେପିର ପ୍ରାର୍ଥୀ ନେଇ ଦ୍ବନ୍ଦ୍ବ । ଦେଖନ୍ତୁ କଣ କହିଲେ ଜୟ ନାରାୟଣ..

ମୁଁ ନିର୍ବାଚନ ଲଢ଼ିବି ନା ନାହିଁ ,ଦଳ ନିଷ୍ପତି ନେବ:ଜୟ ନାରାୟଣ
ମୁଁ ନିର୍ବାଚନ ଲଢ଼ିବି ନା ନାହିଁ ,ଦଳ ନିଷ୍ପତି ନେବ:ଜୟ ନାରାୟଣ

Jaya Narayan Mishra

ସମ୍ବଲପୁର: ଆଗକୁ ଆସୁଛି ସାଧାରଣ ନିର୍ବାଚନ । ଏଥିପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରି ସାରିଛନ୍ତି । ଏହାସହ ଆଦର୍ଶ ଆଚରଣ ବିଧି ମଧ୍ୟ ଲାଗୁ ହୋଇଛି । ଆସନ୍ତା ମେ ୨୫ ତାରିଖରେ ସମ୍ବଲପୁର ଜିଲ୍ଲାରେ ହେବ ନିର୍ବାଚନ । ବର୍ତ୍ତମାନ ସମ୍ବଲପୁର ବିଧାନସଭା ସିଟରୁ ବିଜେପିର ପ୍ରାର୍ଥୀ କିଏ ହେବ, ତାହା ବର୍ତ୍ତମାନ ଏକ ବଡ଼ ରାଜନୈତିକ ଚର୍ଚ୍ଚାର ବିଷୟ ହୋଇଛି । କାରଣ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ବର୍ତ୍ତମାନର ବିଧାୟକ ଜୟ ନାରାୟଣ ମିଶ୍ର ପ୍ରାୟ ଏକ ବର୍ଷ ହେବ ସମ୍ବଲପୁରରେ ରହୁନଥିବା ଦେଖିବାକୁ ମିଳିଛି । ତେବେ ନିର୍ବାଚନରେ ବିଜେପିରୁ କିଏ ପ୍ରାର୍ଥୀ ହେବ, ସେନେଇ ଚର୍ଚ୍ଚା ଜୋର ଧରିଛି ।

ଜୟଙ୍କ ଅନୁପସ୍ଥିତିରେ ତାଙ୍କ ଝିଅ ଶୁଭଶ୍ରୀ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ରହୁଥିବା ଦେଖିବାକୁ ମିଳୁଛି । ଏଥିପାଇଁ ତାଙ୍କ ପ୍ରାର୍ଥୀତ୍ବ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା । ଦୀର୍ଘ ଦିନର ବ୍ୟବଧାନ ପରେ ଜୟ ନାରାୟଣ ଗତ (ଶୁକ୍ରବାର) ଦିନ ସମ୍ବଲପୁର ଫେରିଛନ୍ତି । ଏହାପରେ ନିଜେ ଓ ଝିଅଙ୍କ ପ୍ରାର୍ଥୀ ହେବା ଉପରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ମୋର ଅସୁସ୍ଥତା ଯୋଗୁଁ ବାହାରେ ଥିଲି । ସମସ୍ତଙ୍କ ସହ ଯୋଗାଯୋଗରେ ମଧ୍ୟ ଥିଲି । ଆଗାମୀ ନିର୍ବାଚନରେ ଏଠାରେ ବିଜେପି ଭଲ ଲଢେଇ କରିବ । ବର୍ତ୍ତମାନ ଦଳ ସୁଦୃଢ଼ ସ୍ଥିତିରେ ରହିଛି । ବିଜେପି ଯେକୌଣସି ଦଳକୁ ଜବାବ ଦେବାକୁ ବଦ୍ଧପରିକର । ମୁଁ ନଥିଲି, ଝିଅ ବୁଲୁଥିଲା । ଲୋକଙ୍କ ପାଖକୁ ସମସ୍ୟା ବୁଝିବାକୁ ଯାଉଥିଲା । ଆଗାମୀ ନିର୍ବାଚନରେ ମୁଁ ପ୍ରତିନିଧିତ୍ବ କରିବି ନା' ନାହିଁ, ତାହା ଦଳ ନିଷ୍ପତ୍ତି ନେବ ।"

ଏହା ମଧ୍ୟ ପଢନ୍ତୁ ......ପିପିଲିରେ ବିଜେପିର ଶକ୍ତି ପ୍ରଦର୍ଶନ, ପଦ୍ମ ଫୁଟିବାର ଦମ୍ଭୋକ୍ତି ଦେଖାଇଲା ଦଳ

ଅନ୍ୟପଟେ ବିଜେପି ଓ ବିଜେଡି ମେଣ୍ଟ ଚର୍ଚ୍ଚା ନେଇ ସେ କହିଛନ୍ତି, "ରାଜ୍ୟ ବିଜେପି ସଭାପତି କି ଦଳର କୌଣସି କେନ୍ଦ୍ର ପଦାଧିକାରୀ ମେଣ୍ଟ ସପକ୍ଷରେ କହିଛନ୍ତି କି ? ଜଣେ ବି ଲୋକ ମେଣ୍ଟ ସପକ୍ଷରେ କହିଛନ୍ତି କି ? ଜଣେ ବି ଲୋକ ଯଦି ମେଣ୍ଟ ସପକ୍ଷରେ କହୁ ନାହାଁନ୍ତି, ମୁଁ ମଧ୍ୟ ମେଣ୍ଟ ସପକ୍ଷରେ ନକହିବା ବହୁତ ବଡ଼ ଆଶ୍ଚର୍ଯ୍ୟର କଥା କି ?"

ଅନ୍ୟପଟେ ସମ୍ବଲପୁରର ବିଭିନ୍ନ ପ୍ରସଙ୍ଗକୁ ନେଇ ଚଳିତ ନିର୍ବାଚନରେ ବିଜେପି ମୈଦାନକୁ ଓହ୍ଲାଇବ । ମହାନଗର ନିଗମ ନିର୍ବାଚନ ନହେବା, ଭୀମସାର ମେଡିକାଲର ସମସ୍ୟା, ସମ୍ବଲପୁର ସହରକୁ ପ୍ଲାନିଂ ଟାଉନ ରୂପେ ଗଢି ତୋଳିବା, ମହାନଦୀରେ ବ୍ରିଜ କମ ବ୍ୟାରେଜ ନିର୍ମାଣ ଦାବି ଆଦି ପ୍ରସଙ୍ଗକୁ ମୁଦ୍ଦା କରାଯିବ ବୋଲି ଜୟ ନାରାୟଣ ମିଶ୍ର କହିଛନ୍ତି ।

ଇଟିଭି ଭାରତ,ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.