ETV Bharat / politics

ଝୁଲିଛି ରାଉରକେଲା ଆସନ: ବିଜେପିରୁ କିଏ ହେବ ପ୍ରାର୍ଥୀ, ଫେରିବେ କି ଦିଲ୍ଲୀପ ? - rourkela politics

author img

By ETV Bharat Odisha Team

Published : Apr 4, 2024, 9:59 AM IST

Rourkela Politics: ବିଜେପି ସୁନ୍ଦରଗଡ଼ ଜିଲ୍ଲାର 7ଟି ବିଧାନସଭାରୁ 6ଟିରେ ପ୍ରାର୍ଥୀ ଦେଇଛି । ହେଲେ ରାଉରକେଲାରେ ପ୍ରାର୍ଥୀ ଦେଇନଥିବାରୁ ଅନେକ କଳ୍ପନାଜଳ୍ପନା ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ

ରାଉରକେଲାରେ ବିଜେପିରୁ କିଏ ହେବ ବିଧାୟକ ପ୍ରାର୍ଥୀ, ଫେରିବେ କି ଦିଲ୍ଲୀପ ?
ରାଉରକେଲାରେ ବିଜେପିରୁ କିଏ ହେବ ବିଧାୟକ ପ୍ରାର୍ଥୀ, ଫେରିବେ କି ଦିଲ୍ଲୀପ ?

ରାଉରକେଲାରେ ବିଜେପିରୁ କିଏ ହେବ ବିଧାୟକ ପ୍ରାର୍ଥୀ, ଫେରିବେ କି ଦିଲ୍ଲୀପ ?

ରାଉରକେଲା: ବର୍ତ୍ତମାନ ସମସ୍ତ ଦଳ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ବିଭିନ୍ନ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରୁଛନ୍ତି । ଏହାରି ମଧ୍ୟରେ ବିଜେପି ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି । ତେବେ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ବିଧାନସଭା ବର୍ତ୍ତମାନ ରାଜ୍ୟ ରାଜନୀତିରେ ଏକ ଦ୍ଵନ୍ଦ ହୋଇ ରହିଛି । ତେବେ ବିଜେପି ସୁନ୍ଦରଗଡ଼ ଜିଲ୍ଲାର 7ଟି ବିଧାନସଭାରୁ 6ଟିରେ ପାଇଁ ପ୍ରାର୍ଥୀ ଦେଇଥିବା ବେଳେ କେବଳ ରାଉରକେଲାକୁ ଝୁଲାଇ ରଖିଛି ବିଜେପି । ତେବେ ଏହାକୁ ନେଇ ବଡ଼ ପ୍ରଶ୍ନ ହେଉଛି ଯେ ବର୍ତ୍ତମାନ ରାଉରକେଲା ପାଇଁ କିଏ ହୋଇପାରେ ପ୍ରାର୍ଥୀ ।

ଗୋଟିଏ ପଟରେ ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ବିଜେପିର ମୁଖପାତ୍ର ଧୀରେନ ସେନାପତି ହୋଇଥିବା ବେଳେ ଅନ୍ୟ ପକ୍ଷରେ ଗତ ଥରର ବିଜେପି ବିଧାୟକ ପ୍ରାର୍ଥୀ ନିହାର ରାୟ ଆଶାୟୀ ଥିବା ବେଳେ ଏହାରି ମଧ୍ୟରେ ଆସିଛି ଟ୍ଵିଷ୍ଟ । ବିଜେପି କାହିଁକି ଏହି ବିଧାନସଭା ମଣ୍ଡଳୀରେ ପ୍ରାର୍ଥୀ ଘୋଷଣା କରିନାହିଁ ତାହାକୁ ନେଇ ବର୍ତ୍ତମାନ ଦେଖା ଦେଇଛି ଦୁଇ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଟେନସନ । ତେବେ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ପୁଣି ବିଜେପିରେ ଯୋଗ ଦେଇ ରାଉରକେଲାରେ ନିର୍ବାଚନ ଲଢ଼ିବା ନେଇ ଆଲୋଚନା ହେଉଛି । ତେବେ ଏହି ସବୁ ଦିଗକୁ ନେଇ ରାଜନୀତି ବିଶେଷଜ୍ଞଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ଆମ ଇଟିଭି ଭାରତ ପ୍ରତିନିଥି ।

ରାଜନୀତି ବିଶେଷଜ୍ଞ ଅରବିନ୍ଦ ଦାସ କହିଛନ୍ତି ଯେ, ଦିଲ୍ଲୀପ ରାୟଙ୍କୁ 1999 ମସିହାରେ କୋଇଲା ସ୍କାମରେ ବେଆଇନ ଭାବରେ କୋଇଲା ବ୍ଲକ ଆବଣ୍ଟନରେ ଦୋଷୀ ପାଇ ସ୍ପେସିଆଲ ସିବିଆଇ କୋର୍ଟ ପକ୍ଷରୁ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଥିଲା । ତେବେ ସେ ଏହାକୁ ନେଇ ସେ ଦିଲ୍ଲୀ ହାଇକୋର୍ଟରେ ଏହାକୁ ଷ୍ଟେ ବା କେସ ରଫାଦଫା କରିବା ପାଇଁ ଏବଂ ନିର୍ବାଚନ ଲଢ଼ିବ ପାଇଁ ଆବେଦନ କରିଥିବା ସୂଚନା ରହିଛି । ତେବେ ଆଗାମୀ 5 ତାରିଖରେ ଏହାର ଶୁଣାଣି ଥିବା ବେଳେ ଦିଲ୍ଲୀପ ରାୟ କିନ୍ତୁ ଦିଲ୍ଲୀ ଯାଇ ବିଜେପିରୁ ଟିକେଟ ପାଇବା ପାଇଁ ଲବି କରିଥିବା ସୂଚନା ମିଳିଛି ।

ଅନ୍ୟପକ୍ଷରେ ବିଶେଷ ସୂତ୍ରରୁ ସୂଚନା ରହିଛି, ସେ ଏଥର ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଥିଲେ । ଯଦି ସେ ରାଉରକେଲା ବିଧାନସଭା ପାଇଁ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଥିଲେ କିନ୍ତୁ ଏହାରି ମଧ୍ୟରେ ପୁଣି ହାଇକୋର୍ଟରେ ନିର୍ବାଚନ ଲଢ଼ିବା ପାଇଁ ପିଟିସନ ଦାଖଲ କରିଛନ୍ତି । ତେବେ ଏହି ମମଲାର ଶୁଣାଣି ପରେ ହିଁ ବିଜେପି ପ୍ରାର୍ଥୀ ଘୋଷଣା କରିପାରେ ବୋଲି ଅନୁମାନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ......ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଓ ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା; ବ୍ରହ୍ମପୁର ଲୋକସଭାରୁ ଲଢିବେ ଭୃଗୁ ବକ୍ସିପାତ୍ର - BJD Lok Sabha And MLA Candidates

ତେବେ ରାଉରକେଲା ବିଧାନସଭା ମଣ୍ଡଳୀ ପାଇଁ କିଏ ହେବ ବିଜେପି ଦଳର ପ୍ରାର୍ଥୀ, ତାହା ଏବେ ମଧ୍ୟ ଅନ୍ଧାରରେ । ଅନ୍ୟ ପକ୍ଷରେ ଯଦି ଦିଲ୍ଲୀପ ରାୟ ଏଥର ପୁଣି ରାଉରକେଲାରେ ବିଧାୟକ ପଦ ଭାବରେ ଲଢନ୍ତି, ତେବେ ତାଙ୍କୁ ଏହା କେତେ ସୁହାଇବ ତାହା ମଧ୍ୟ ବଡ଼ ପ୍ରଶ୍ନ । କାରଣ ଗତ 2014ରେ ସେ ବିଜେପିରୁ ଟିକେଟ ପାଇ ବିଧାୟକ ହୋଇଥିଲେ ଏବଂ 2018ରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଦେଇଥିବା ପ୍ରତିଶ୍ରୁତି ଦ୍ବିତୀୟ ବ୍ରାହ୍ମଣୀ ସେତୁ ଏବଂ ସୁପର ସ୍ପେସାଲିଷ୍ଟ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ହେଇନଥିବାରୁ ଦଳ ଛାଡିଥିଲେ । ଆଗେ ମାଟି ପରେ ପାର୍ଟି ନାରା ଦେଇ ସେ ବିଜେପିରୁ ଇସ୍ତଫା ଦେଇଥିଲେ । ଏଥର ପୁଣି ଦଳକୁ ଫେରିଲେ ତାଙ୍କୁ କର୍ମୀ କେତେ ମାତ୍ରାରେ ସମର୍ଥନ କରିବେ ଏବଂ ଦୁଇ ଆଶାୟୀ କେତେ ମାତ୍ରାରେ ସମର୍ଥନ କରିବେ, ତାହା ଦେଖିବା ବାକି ରହିଲା ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.