ETV Bharat / politics

ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଇସ୍ତାହାର ଜାରି କଲେ ସ୍ୱାଧୀନ ପ୍ରାର୍ଥୀ କାଳୁ ଚରଣ - Kalu Charan Election Manifesto

author img

By ETV Bharat Odisha Team

Published : May 12, 2024, 6:09 PM IST

Kalu Charan Khandayatray Declared Election Manifesto: ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ବାଧୀନ ବିଧାୟକ ପ୍ରାର୍ଥୀ କାଳୁ ଚରଣ ଖଣ୍ଡାୟତରାୟ ଆଜି ନିଜର ନିର୍ବାଚନୀ ଇସ୍ତାହାର ଜାରି କରିଛନ୍ତି । କ'ଣ ରହିଛି କାଳୁଙ୍କ ଇସ୍ତାହାର । ଜାଣନ୍ତୁ

ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଇସ୍ତାହାର ଜାରି କଲେ ସ୍ୱାଧୀନ ପ୍ରାର୍ଥୀ କାଳୁ ଚରଣ
ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଇସ୍ତାହାର ଜାରି କଲେ ସ୍ୱାଧୀନ ପ୍ରାର୍ଥୀ କାଳୁ ଚରଣ (ETV Bharat Odisha)

ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଇସ୍ତାହାର ଜାରି କଲେ ସ୍ୱାଧୀନ ପ୍ରାର୍ଥୀ କାଳୁ ଚରଣ (ETV Bharat Odisha)

ଖୋର୍ଦ୍ଧା: ଆରମ୍ଭ ହେଲାଣି ନିର୍ବାଚନ ପାଇଁ ପ୍ରଚାର । ଖୋର୍ଦ୍ଧାରେ ଜମିଲାଣି ତିନି ପ୍ରମୁଖ ଦଳ ସହ ସ୍ୱାଧୀନ ପ୍ରାର୍ଥୀଙ୍କ ପ୍ରଚାର । ପ୍ରାର୍ଥୀମାନେ ଭୋଟ ହାତେଇବା ପାଇଁ ଭିନ୍ନ ଭିନ୍ନ ତରିକା ଆପଣଉଥିବା ଦେଖିବାକୁ ମିଳିଛି । ନିର୍ବାଚନକୁ ନେଇ ପ୍ରମୁଖ ଦଳମାନେ ନିଜର ଇସ୍ତାହାର ପ୍ରକାଶ କରୁଥିବା ବେଳେ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ବାଧୀନ ବିଧାୟକ ପ୍ରାର୍ଥୀ କାଳୁ ଚରଣ ଖଣ୍ଡାୟତରାୟ ମଧ୍ୟ ନିଜର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛନ୍ତି ।

ଆଜି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା କାଳୁ ଚରଣ ଖଣ୍ଡାୟତରାୟ ଭୋଟ ହାତେଇବାକୁ ନିଆରା ପ୍ରୟାସ କରିଛନ୍ତି । ନିର୍ବାଚନ ମଣ୍ଡଳୀର ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକଙ୍କ ସହ ବୈଠକରେ କରି ସେମାନଙ୍କୁ ସମ୍ବର୍ଦ୍ଧନା ଦେଇ ବିଜେପି ଦଳ କିପରି ତାଙ୍କୁ ଅପମାନିତ କରିଛି ସେ ସମ୍ପର୍କରେ କହିଛନ୍ତି । ଗତ 23 ବର୍ଷର ସ୍ଥାୟୀ ସରକାର ଖୋର୍ଦ୍ଧାର ବିକାସ କେତେ କରିଛନ୍ତି ତାକୁ ନେଇ ପ୍ରଶ୍ନ କରିଛନ୍ତି କାଳୁ । ସେହିଭଳି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଖୋର୍ଦ୍ଧା ମାଟିରୁ ହରାଇବା ପାଇଁ ଜନସାଧାରଣଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ସେ । ଖୋର୍ଦ୍ଧା ମାଟି ବିଗତ ଦିନରେ ଅନେକ ସ୍ୱାଧୀନ ପ୍ରାର୍ଥୀଙ୍କୁ ବହୁମତ ଦେଇଥିବା ବେଳେ ଏଥର ମଧ୍ୟ ସ୍ୱାଧୀନ ପ୍ରାର୍ଥୀ ବିଜୟ ଲାଭ କରିବ ବୋଲି ଆଶାବାଦୀ ଅଛନ୍ତି କାଳୁ ।

ଏହା ମଧ୍ୟ ପଢ଼ନ୍ତୁ...ନାମାଙ୍କନ ଭରିଲେ ବହୁ କଂଗ୍ରେସ ବିଧାୟକ ଓ ସାଂସଦ ପ୍ରାର୍ଥୀ, ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କଲେ କାଳୁ - Congress Candidates File Nomination

ନିର୍ବାଚନରେ ନିର୍ବାଚିତ ହେଲେ ଖୋର୍ଦ୍ଧାବାସୀଙ୍କ ପାଇଁ ନିଜ ଇସ୍ତାହାର ମଧ୍ୟ ଜାରି କରିଛନ୍ତି କାଳୁ । କାଳୁ କହିଛନ୍ତି, "ମୁଁ ନିର୍ବାଚନ ଜିତିଲେ ଖୋର୍ଦ୍ଧାରୁ କ୍ୟାବିନ ହଟାଇ ବ୍ୟବସାୟୀମାନଙ୍କୁ ଥଇଥାନ କରିବି । ଏଠାରେ ସାଧାରଣ ଗରିବ ପିଲା ନିଯୁକ୍ତି ପାଉନାହାନ୍ତି । ମୁଁ ଜିତିଲେ ନିଶ୍ଚିନ୍ତ ଭାବରେ ଯୁବକମାନଙ୍କୁ ନିଯୁକ୍ତି ଦେବି । ସେହିପରି ସେମାନଙ୍କ ନିଯୁକ୍ତି ପରେ ବନ୍ଦ ପଡ଼ିଥିବା କ୍ରସର ଶିଳ୍ପର ପୁନଃରୁଦ୍ଧାର, ନିର୍ବାଚନ ମଣ୍ଡଳୀର ଯୁବକମାନଙ୍କୁ ନିଯୁକ୍ତି ଦେବି, ଜଗନ୍ନାଥଙ୍କର ବହୁତ ଜମି ଅଛି । ସରକରାରେ ଯିଏ ବି ରହୁ ଜଗନ୍ନାଥଙ୍କ ଜମିରେ ଥିବା ପାହାଡ଼ ଗୁଡିକର ନିଲାମ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ସରକରାଙ୍କ ପାଖରେ ପହଞ୍ଚାଇବି, ଚାଷୀମାନଙ୍କ ପ୍ରତି ଜମିକୁ ଜଳସେଚନ କରାଯିବ ।" ସେହିଭଳି ବୈଠକରେ ପୁନର୍ବାର ଅପରାଜିତାଙ୍କ ବିରୁଦ୍ଧରେ ବିଷ ଓଗାଳିବା ସହ ତାଙ୍କ ଟିକେଟ କାଟିବା ପଛରେ କେବଳ ଅପରାଜିତା ଥିବା କହିଛନ୍ତି କାଳୁ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.