ETV Bharat / politics

‘ଟିକା ନେଇଥିବା ଯୁବଗୋଷ୍ଠୀ ଏବେ ହୃଦଘାତର ଶିକାର ହେଉଛନ୍ତି’ - Priyanka On Vaccines

author img

By ETV Bharat Odisha Team

Published : May 5, 2024, 9:18 AM IST

Priyanka Gandhi slams Centre: କୋଭିଡ ଟିକାର ପାର୍ଶ୍ବପ୍ରତିକ୍ରିୟା ନେଇ କେନ୍ଦ୍ର ଉପରେ ବର୍ଷିଲେ ପ୍ରିୟଙ୍କା । କହିଲେ, ଟିକା ପ୍ରସ୍ତୁତକାରୀ କମ୍ପାନୀଠାରୁ ଚାନ୍ଦା ସଂଗ୍ରହ କରିଛି ବିଜେପି । ଏବେ ଟିକା ନେବା ପରେ ହୃଦଘାତର ଶିକାର ହେଉଛନ୍ତି ଯୁବଗୋଷ୍ଠୀ । ଅଧିକ ପଢନ୍ତୁ

‘ଟୀକା ନେଇଥିବା ଯୁବଗୋଷ୍ଠୀ ହୃଦଘାତର ଶିକାର ହେଉଛନ୍ତି’
‘ଟୀକା ନେଇଥିବା ଯୁବଗୋଷ୍ଠୀ ହୃଦଘାତର ଶିକାର ହେଉଛନ୍ତି’ (ଫଟୋ-ଇଟିଭି ଭାରତ, ଓଡିଶା)

ବେଙ୍ଗାଲୁରୁ: କୋଭିଡ ଟିକାର ପାର୍ଶ୍ବପ୍ରତିକ୍ରିୟା ଖବର ଆସିବା ପରେ ଟିକାର ପ୍ରଭାବ ଓ ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ ପାଇଛି । ତେବେ ଏବେ ଏହାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟ ଦେଖିବାକୁ ମିଳିଲାଣି । ଟୀକାକରଣ ଡ୍ରାଇଭ କରି କୋଭିଡ ମହାମାରୀ ମୁକାବିଲାର ଶ୍ରେୟ ନେଇଥିବା ମୋଦି ସରକାରକୁ ଏବେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ଏହି ପ୍ରସଙ୍ଗରେ ଘେରିବାରେ ଲାଗିଲେଣି । ଏହି କ୍ରମରେ ଟିକା ନେଇଥିବା ଯୁବଗୋଷ୍ଠୀ ଏବେ ହୃଦଘାତର ଶିକାର ହେଉଥିବା ଅଭିଯୋଗ ଆଣି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଏପରିକି ଭାରତରେ ଟିକା ଉତ୍ପାଦନ ଓ ବିତରଣ କରିଥିବା କମ୍ପାନୀ ଶାସକ ଦଳ ଭାରତୀୟ ଜନତା ପାର୍ଟିକୁ ମୋଟା ଅଙ୍କର ଚାନ୍ଦା ମଧ୍ୟ ଦେଇଥିବା ପ୍ରିୟଙ୍କା ଅଭିଯୋଗ କରିଛନ୍ତି ।

କର୍ଣ୍ଣାଟକରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ଏହି ପ୍ରସଙ୍ଗରେ ପ୍ରିୟଙ୍କା କହିଛନ୍ତି, ‘‘ଆପଣମାନେ ଜାଣନ୍ତି କୋଭିଡ ଟୀକାକରଣ ପ୍ରମାଣପତ୍ରରେ କାହାରା ଫଟୋ ଲଗାଯାଇଥିଲା । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଥିଲା । ଏବେ ତଥ୍ୟ ସାମ୍ନାକୁ ଆସିଲାଣି ଯେ, ଟିକା ନେଇଥିବା ବ୍ୟକ୍ତି ଅସୁସ୍ଥ ହେଉଛନ୍ତି । ଟିକା ଗ୍ରହଣ କରିଥିବା ଯୁବଗୋଷ୍ଠୀ ମଧ୍ୟ ହୃଦଘାତରେ ଶିକାର ହେଉଛନ୍ତି । ଭାରତୀୟ ଯୁବଗୋଷ୍ଠୀ ଦୁର୍ବଳ ନୁହନ୍ତି, ବରଂ ଏହି ଟିକା ଗ୍ରହଣ କରିବା ପରେ ସେମାନଙ୍କଠାରେ ଏହି ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯିବା ଆରମ୍ଭ କଲାଣି । ଏହିସବୁ ଟିକା ନିର୍ଦ୍ଧିଷ୍ଟ ଗୋଟିଏ କମ୍ପାନୀ ଦ୍ବାରା ପ୍ରସ୍ତୁତ ହୋଇଥିଲା । ଏହି କମ୍ପାନୀ ନରେନ୍ଦ୍ର ମୋଦିଙ୍କୁ 52 କୋଟିର ରାଶି ଚାନ୍ଦା ଆକାରରେ ମଧ୍ୟ ଦେଇଛି ।’’

ଏହା ମଧ୍ୟ ପଢନ୍ତୁ:- ସଂକଳ୍ପପତ୍ର ଜାରି କଲେ ବିଜେଡି ବିଧାୟକ ପ୍ରାର୍ଥୀ କଳିକେଶ ସିିଂହଦେଓ - KALIKESH NARAYAN SINGH DEO

ସେହିପରି ପ୍ରିୟଙ୍କା ସରକାରୀ କ୍ଷମତା ଅପବ୍ୟବହାର କରି ଭାରତୀୟ ଜନତା ପାର୍ଟି ବ୍ୟବସାୟୀ ଓ ବିଭିନ୍ନ କମ୍ପାନୀଠାରୁ ଚାନ୍ଦା ସଂଗ୍ରହ କରୁଥିବା କହିଛନ୍ତି । ଯିଏ ବିଜେପିକୁ ପାର୍ଟି ଫଣ୍ଡ ନଦେଉଛି, ସମ୍ପୃକ୍ତ କମ୍ପାନୀ ବିରୋଧରେ ମିଛ ମାମଲା ଦାଏର କରି ଭୟଭୀତ କରାଯାଉଛି । ଡୋନେସନ ଦେବା ପରେ ମାମଲା ପ୍ରତ୍ୟାହାର କରାଯାଇ ତଦନ୍ତ ବନ୍ଦ କରାଯାଉଛି । ବିଜେପି ଏକ ଦୁର୍ନୀତିଗ୍ରସ୍ତ ସରକାର । ଏହା ସବୁବେଳେ ବିତ୍ତଶାଳୀ ବ୍ୟବସାୟୀଙ୍କୁ ଲାଭ ପହଞ୍ଚାଉଛି । ଏପରିକି ସେମାନେ ଟିକା ଉତ୍ପାଦନକାରୀ କମ୍ପାନୀଠାରୁ ମଧ୍ୟ ଚାନ୍ଦା ସଂଗ୍ରହ କରିବାକୁ ପଛାଇଲେ ନାହିଁ ବୋଲି ପ୍ରିୟଙ୍କା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.