ETV Bharat / politics

ଇନ୍ଦୋର-ସୁରଟକୁ ବିଜେପିର ନୂଆ ଷଡଯନ୍ତ୍ର କହିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ, ରାମଦେବଙ୍କ ଉପରେ ଦେଲେ ବଡ ବୟାନ - Harish Rawat interview

author img

By ETV Bharat Odisha Team

Published : May 2, 2024, 3:36 PM IST

Ex CM Harish Rawat interview: ଦେଶରେ ନିର୍ବାଚନକୁ ନେଇ ସରଗରମ ରାଜନୀତି ଭିତରେ ଇଟିଭି ଭାରତ ପ୍ରତିନିଧି ପୂର୍ବତନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ସହ ଆଲୋଚନା କରିଛନ୍ତି । ଏହି ସମୟରେ ଇନ୍ଦୋର ଓ ସୁରଟକୁ ବିଜେପିର ନୂଆ ଷଡଯନ୍ତ୍ର କହିବା ସହ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ସେ ବଞ୍ଚି ରହିଛନ୍ତି ବୋଲି କହିଛନ୍ତି । ଅଧିକ ପଢନ୍ତୁ

ଇନ୍ଦୋର-ସୁରଟକୁ ବିଜେପିର ନୂଆ ଷଡଯନ୍ତ୍ର କହିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ, ରାମଦେବଙ୍କ ଉପରେ ଦେଲେ ବଡ ବୟାନ
ଇନ୍ଦୋର-ସୁରଟକୁ ବିଜେପିର ନୂଆ ଷଡଯନ୍ତ୍ର କହିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ, ରାମଦେବଙ୍କ ଉପରେ ଦେଲେ ବଡ ବୟାନ

ଡେରାଡୁନ: ଲୋକସଭା ନିର୍ବାଚନକୁ ନେଇ ଦେଶରେ ସରଗରମ ରହିଛି ରାଜନୀତି । ଦ୍ବିତୀୟ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ତୃତୀୟ ପର୍ଯ୍ୟାୟ ବି ନିକଟରେ । କଂଗ୍ରେସ ଓ ବିଜେପି ସହ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିବା ତମାମ୍ ରାଜନୈତିକ ଦଳ ଭୋଟରଙ୍କ ମନ ଜିଣିବାକୁ ଫୁଲ୍ ଦମ ଲଗାଇ ଦେଇଛନ୍ତି । ଅନ୍ୟପଟେ ଅଦ୍ୟାବଧି ମତଦାନର ଯେଉଁ ହାର ସାମ୍ନାକୁ ଆସିଛି, ସେଥିରୁ ଭୋଟର ଏଥର ନିର୍ବାଚନକୁ ନେଇ ସେତେଟା ଉତ୍ସାହିତ ନଥିବା ସ୍ପଷ୍ଟ ହେଉଛି । ତଥାପି ସବୁ ଦଳଗୁଡିକ ବିଭିନ୍ନ ରଣକୌଶଳ ଆପଣାଇବା ସହ ନିଜ ନିଜର ବିଜୟକୁ ନେଇ ଦମ୍ଭୋକ୍ତି କରୁଛନ୍ତି । ତେବେ ଦେଶର ରାଜନୈତିକ ପାଣିପାଗକୁ ନେଇ ଉତ୍ତରଖଣ୍ଡର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ସହ ଆଲୋଚନା କରିଛି 'ଇଟିଭି ଭାରତ'

ହରିଶ ରାୱତ ଚଳିତ ଥର ନିର୍ବାଚନ ଲଢୁ ନାହାନ୍ତି । କିନ୍ତୁ ହରିଦ୍ବାର ଲୋକସଭା ସିଟରୁ ତାଙ୍କର ପୁଅ ବୀରେନ୍ଦ୍ର ରାୱତ କଂଗ୍ରେସ ଟିକଟରୁ ମୈଦାନକୁ ଓହ୍ଲାଇଛନ୍ତି । ତେବେ ଚଳିତ ଥର କମ୍ ମତଦାନ ରେକର୍ଡ ହୋଇଥିବା ବେଳେ ଜନାଦେଶ କାହା ସପକ୍ଷରେ ଯିବ, ସେନେଇ ପ୍ରଶ୍ନରେ ରାୱତ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟର ବିଜୟକୁ ନେଇ ବେଶ୍ ଆଶାବାଦୀ ରହିଛନ୍ତି ।

ବିଜେପି ବିରୋଧରେ ନିର୍ବାଚନ ଲଢୁଛନ୍ତି ଜନତା: ୨୦୨୪ ଲୋକସଭା ନିର୍ବାଚନରେ ଅନେକ ରାଜ୍ୟରେ ମତଦାନ ପ୍ରତିଶତ ଖୁବ୍ କମ୍ ରେକର୍ଡ ହୋଇଛି, ଯାହାକୁ ନେଇ ପୂର୍ବତନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜନତା ମୋଦିଙ୍କ ବିରୋଧରେ ନିର୍ବାଚନ ଲଢୁଛନ୍ତି ଏବଂ ଏଥର ଜନସାଧାରଣ ପରିବର୍ତ୍ତନ ପାଇଁ ଭୋଟ ଦେବେ ବୋଲି ସ୍ପଷ୍ଟ ହୋଇଯାଇଛି ।

ପିଏମ ମୋଦିଙ୍କ ସଂରକ୍ଷଣ ସମ୍ପର୍କିତ ବୟାନ ଉପରେ ଏମିତି କହିଲେ ରାୱତ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ନେଇ ଅମିତ ଶାହ ଯାଏ ବିଜେପିର ତମାମ ତୁଙ୍ଗ ନେତାମାନେ ନିର୍ବାଚନରେ ସଂରକ୍ଷଣ ମୁବ୍ଦା ଜୋରସୋରରେ ଉଠାଉଛନ୍ତି । ପିଏମ ମଧ୍ୟ ନିଜ ରାଲିରେ ଅନେକ ଥର କହିସାରିଛନ୍ତି କି, କଂଗ୍ରେସ ଏସସି, ଏସଟି ଓ ଓବିସି ସଂରକ୍ଷଣ ଶେଷ କରି ଏକ ବିଶେଷ ବର୍ଗକୁ ସଂରକ୍ଷଣ ଦେବାକୁ ଚାହୁଁଛି । ଏନେଇ ରାୱତ କହିଛନ୍ତି ଯେ, ବିଜେପି ସଂରକ୍ଷଣକୁ ନେଇ କଂଗ୍ରେସ ବିରୋଧରେ ଯେଉଁ ଅଭିଯୋଗ ଆଣୁଛି, ତାହା ସମ୍ପୂର୍ଣ୍ଣ ମିଛ । ଲୋକମାନେ ମଧ୍ୟ ଏହା ବୁଝିସାରିଛନ୍ତି । ଉତ୍ତରାଖଣ୍ଡରେ ମୁସଲିମ ବିଶ୍ବବିଦ୍ୟାଳୟ ଓ ସରକାରୀ ଛୁଟିକୁ ନେଇ ବି ଏହିଭଳି ମିଛ ପ୍ରସାର କରାଯାଇଥିଲା ।

ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବା ପାଇଁ ମୁଁ ବଞ୍ଚିଛି: ହରିଶ ରାୱତ କହିଛନ୍ତି ଯେ, ସେ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି । ଏହା ତାଙ୍କର ବ୍ୟକ୍ତିଗତ ରାୟ । କିନ୍ତୁ ଯଦି କଂଗ୍ରେସ ପ୍ରଧାନମନ୍ତ୍ରୀ ଚେହେରାକୁ ନେଇ ତାଙ୍କର ରାୟ ମାଗେ, ତାହେଲେ ସେ ରାହୁଲ ଗାନ୍ଧୀଙ୍କ ନାଁ କହିବେ । ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ଗାଦିରେ ବସିଥିବାର ଦେଖିବା ତାଙ୍କର ଅନେକ ବର୍ଷର ସ୍ବପ୍ନ ଏବଂ ଏହି ଆଶାରେ ସେ ଆଜି ଯାଏଁ ବଞ୍ଚିଛନ୍ତି । ତେବେ ଏହା ମଧ୍ୟ ଠିକ୍ ଯେ, ନିର୍ବାଚନ ଜିତିବା ପରେ କିଏ ପ୍ରଧାନମନ୍ତ୍ରୀ ହେବ ତାହା ମେଣ୍ଟ ସ୍ଥିର କରିବ ।

ଇନ୍ଦୋର-ସୁରଟ ମାମଲାରେ ହରିଶଙ୍କ ବୟାନ: ୪୦୦ ପାର୍ ନାରା ଦେଉଥିବା ବିଜେପି ସୁରଟ ଆସନ ପୂର୍ବରୁ ହିଁ ନିର୍ଦ୍ବନ୍ଦରେ ଜିତି ସାରିଛି । ସେହିପରି ଖୁଜରାହୋ ଏବଂ ଇନ୍ଦୋର ଆସନରେ ମଧ୍ୟ ବିଜୟୀ ହେବ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି । କାରଣ ଇନ୍ଦୋରର କଂଗ୍ରେସ ପ୍ରାର୍ଥୀ ବିଜେପିରେ ମିଶିଛନ୍ତି । ତେବେ ଏହା ବିଜେପିର ନୂଆ ଷଡଯନ୍ତ୍ର ବୋଲି କହିଛନ୍ତି ହରିଶ ରାୱତ ।

ବିଜେପି ଯାଉଥିବା ନେତା ବେପାରୀ: ହରିଶ ରାୱତ କଂଗ୍ରେସକୁ ଧୋକା ଦେଇଥିବା ନେତାଙ୍କୁ ବେପାରୀ ବୋଲି କହି ବୟାନ ଦେଇଛନ୍ତି ଯେ, ସେମାନେ ନିଜ ବେପାରକୁ ବଞ୍ଚାଇବାକୁ ବିଜେପି ଚାପରେ ଏମିତି ନିଷ୍ପତ୍ତି ନେଉଛନ୍ତି । ଏସବୁ ସତ୍ତ୍ବେ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ବେଶ୍ ଉତ୍ସାହିତ ଅଛନ୍ତି । କାରଣ ସେମାନେ ବୁଝିଛନ୍ତି, କଂଗ୍ରେସ ମଜବୁତ ଅଛି ଓ ଏଥିପାଇଁ ଶାସକ ଦଳ ତା' ସହ ଅତ୍ୟାଚାର କରୁଛି ।

ରାମଦେବଙ୍କୁ ନେଇ ଏମିତି କହିଲେ: ବାବା ରାମଦେବଙ୍କୁ ସୁପ୍ରିମକୋର୍ଟଙ୍କ ଭତ୍ସନା ଏବଂ ଉତ୍ତରାଖଣ୍ଡରେ ପତଞ୍ଜଳି ପ୍ରଡକ୍ଟ ବ୍ୟାନ ହେବା ନେଇ ରାୱତ ବଡ ବୟାନ ଦେଇଛନ୍ତି । ଯଦିଓ ୨୦୧୧ ପରଠୁ କଂଗ୍ରେସ ସହ ରାମଦେବଙ୍କ ଭଲ ସମ୍ପର୍କ ନାହିଁ । ହେଲେ ଏବେ ବରଫ ତରଳୁ ଥିବାର ଦେଖାଯାଉଛି । ଏନେଇ ରାୱତ କହିଛନ୍ତି, ରାମଦେବ ଓ କଂଗ୍ରେସ ମଧ୍ୟରେ ବିଚାରଗତ ମତଭେଦ ରହିଛି । କିନ୍ତୁ ଏକଥା ଠିକ ଯେ, ସ୍ବାମୀ ରାମଦେବ ଆୟୁର୍ବେଦ ଓ ଯୋଗ ସହିତ ଉତ୍ତରାଖଣ୍ଡ ପାଇଁ ଖୁବ୍ ଭଲ କାମ କରିଛନ୍ତି । ରାମଦେବ ଏବଂ ଏଲୋପାଥି ମଧ୍ୟରେ ଲଢେଇ ଚାଲିଛି । ସେ ଏହି ମାମଲାରେ ରାମଦେବଙ୍କ ସହ ନାହାନ୍ତି ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି । ତାଙ୍କର କହିବା କଥା, ଏହା ଦୁଇ ପକ୍ଷର ବ୍ୟକ୍ତି ମାମଲା । ତେବେ ବ୍ୟବସାୟିକ କ୍ଷେତ୍ରରେ ରାମଦେବ ଉତ୍ତରାଖଣ୍ଡକୁ ବହୁତ କିଛି ଦେଇଛନ୍ତି । ହଜାର ହଜାର ଲୋକଙ୍କୁ ରୋଜଗାର ପ୍ରଦାନ କରିଛନ୍ତି । ଉତ୍ତରାଖଣ୍ଡର ବିକାଶରେ ତାଙ୍କର ଯୋଗଦାନ ରହିଛି, ଯାହାକୁ ଭୁଲି ହେବ ନାହିଁ ।

କଂଗ୍ରେସ ସରକାର ସମୟରେ ରାମଦେବଙ୍କୁ ଫୁଡ ପାର୍କ ଓ ଡିଗ୍ରୀ କଲେଜ ମାନ୍ୟତା ଦିଆଯାଇଥିଲା । ଏହାବ୍ୟତୀତ କୌଣସି ପ୍ରକାର ସବସିଡି ମିଳିନଥିଲା । କଂଗ୍ରେସ କେବଳ ବ୍ୟବସାୟିକ ସ୍ତରରେ ତାଙ୍କର ସାହାଯ୍ୟ କରିଥିଲା । ଦଳ ତାଙ୍କୁ ରାଜନେତା ରୂପେ ଦେଖେ ନାହିଁ ବୋଲି କହିଛନ୍ତି ହରିଶ ରାୱତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.