ETV Bharat / politics

ଶରଦ ପାୱାରଙ୍କ ଏନସିପିକୁ ମିଳିଲା ନୂଆ ଦଳୀୟ ଚିହ୍ନ

author img

By ETV Bharat Odisha Team

Published : Feb 23, 2024, 8:44 AM IST

EC Allots Symbol To Sharad Pawar's NCP: ଶରଦ ଗୋଷ୍ଠୀକୁ ମିଳିଲା ନୂଆ ଦଳୀୟ ଚିହ୍ନ । ଚିହ୍ନରେ ଜଣେ ବ୍ୟକ୍ତି ତୁରୀ ବଜାଉଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Etv Bharat
Etv Bharat

ମୁମ୍ବାଇ: ଶରଦ ପାୱାରଙ୍କ ନେତୃତ୍ବାଧୀନ ଏନସିପିକୁ ମିଳିଲା ନୂଆ ଦଳୀୟ ଚିହ୍ନ । ଭାରତୀୟ ନିର୍ବାଚନ କମିଶନ ଗୁରୁବାର ଶରଦ ଗୋଷ୍ଠୀକୁ 'ତୁରୀ ବଜାଉଥିବା ମଣିଷ'ର ନିର୍ବାଚନୀ ଚିହ୍ନ ପ୍ରଦାନ କରିଛନ୍ତି । ମରାଠୀ ଭାଷାରେ ଏହାକୁ 'ତୁତାରୀ' କୁହନ୍ତି । ଏହାପୂର୍ବରୁ ଇସି ଶରଦ ଗୋଷ୍ଠୀର ନାଁ 'ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି-ଶରଦଚନ୍ଦ୍ର ପାୱାର' ଦେଇଥିଲେ । ଏବେ ଦଳୀୟ ଚିହ୍ନ ମିଳିବା ପରେ ଏହା ଆମ ପାଇଁ ଗର୍ବର କଥା ବୋଲି କହିଛନ୍ତି ଶରଦ ପାୱାର ।

ଶରଦ ଗୋଷ୍ଠୀ ପକ୍ଷକୁ କୁହାଯାଇଛି, ଏହା ଆମ ପାଇଁ ଗର୍ବର କଥା । ଶିବାଜୀ ମହାରାଜଙ୍କ ପ୍ରଗତିଶୀଳ ବିଚାର ସହ ଏହି ତୁରୀ ଶରଦ ପାୱାରଙ୍କ ସହିତ ଦିଲ୍ଲୀ ସିଂହାସନ ଦୋହଲାଇବା ପାଇଁ ପୁଣିଥରେ ବିଗୁଲ ବଜାଇବାକୁ ପ୍ରସ୍ତୁତ । ଆସନ୍ତା ଲୋକସଭା ନିର୍ବାଚନରେ ଆମର ପ୍ରାର୍ଥୀ ଏହି ନିର୍ବାଚନୀ ଚିହ୍ନ ସହ ମୈଦାନକୁ ଓହ୍ଲାଇବେ ବୋଲି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି-ଶରଦଚନ୍ଦ୍ର ପାୱାର ମୁଖପାତ୍ର କ୍ଲାଇଡ କ୍ରାଷ୍ଟୋ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଶରଦ ଗୋଷ୍ଠୀକୁ ନୂଆ ନାମ, ‘ଏନସିପି-ଶରଦଚନ୍ଦ୍ର ପାଓ୍ବାର’

ଏହା ମଧ୍ୟ ପଢନ୍ତୁ: ସୁପ୍ରିମକୋର୍ଟରେ ଶରଦ ପାୱାର, ଅଜିତ ପାୱାରଙ୍କୁ ଅସଲି NCP ମାନ୍ୟତା ପ୍ରଦାନକୁ କଲେ ଚ୍ୟାଲେଞ୍ଜ

ପ୍ରକାଶ ଥାଉକି, ଗତ ଫେବୃୟାରୀ ୬ରେ ନିର୍ବାଚନ କମିଶନ ବିଜେପି ସହ ହାତ ମିଳାଇଥିବ ଅଜିତ ପାୱାରଙ୍କ ଗୋଷ୍ଠୀକୁ ପ୍ରକୃତ ଏନସିପି ମାନ୍ୟତା ପ୍ରଦାନ କରିଥିଲେ । ଦଳର ନାଁ ଓ ଦଳୀୟ ଚିହ୍ନ 'ଘଡ଼ି'କୁ ଅଜିତ୍ ଗୋଷ୍ଠୀ ବ୍ୟବହାର କରିବେ ବୋଲି ଘୋଷଣା କରିଥିଲେ । ଏହାପରେ ଶରଦ ପାୱାରଙ୍କ ଗୋଷ୍ଠୀ ପକ୍ଷରୁ ନୂଆ ନାଁ ଓ ଚିହ୍ନ ପାଇଁ ଆବେଦନ କରାଯାଇଥିଲା । ନିର୍ବାଚନ ଆୟୋଗଙ୍କୁ ୩ଟି ନାମ ପ୍ରସ୍ତାବ ଦିଆଯାଇଥିଲା । ତା' ମଧ୍ୟରୁ ଆୟୋଗ ଏନସିପି-ଶରଦଚନ୍ଦ୍ର ପାୱାର ନାଁ ଉପରେ ମୋହର ଲଗାଇଥିଲେ । ସେତେବେଳେ ଦଳକୁ ନୂଆ ଚିହ୍ନ ଆବଣ୍ଟନ କରାଯାଇଥିଲା ।

ଏହାରି ମଧ୍ୟରେ ଶରଦ ପାୱାର ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ୧୯ ଫେବୃୟାରୀରେ କୋର୍ଟ ସପ୍ତାହେ ମଧ୍ୟରେ ନିର୍ବାଚନୀ ଚିହ୍ନ ବଣ୍ଟନ କରିବାକୁ ଆୟୋଗକୁ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ରମରେ ନିର୍ବାଚନ ଆୟୋଗ ଶରଦ ଗୋଷ୍ଠୀକୁ ନୂଆ ଚିହ୍ନ ପ୍ରଦାନ କରିଛନ୍ତି । ଏହି ଚିହ୍ନରେ ଜଣେ ବ୍ୟକ୍ତି ତୁରୀ ବଜାଉଥିବାର ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.