ETV Bharat / politics

ରାଜଭବନ କାର୍ଯ୍ୟକ୍ରମରେ ସାମିଲ ହେଲେନି ତେଜସ୍ବୀ, ନୀତିଶ କହିଲେ ତାଙ୍କୁ ପଚାର

author img

By ETV Bharat Odisha Team

Published : Jan 26, 2024, 5:15 PM IST

Tejashwi Yadav skips Governor's function: ରାଜଭବନ କାର୍ଯ୍ୟକ୍ରମରେ ସାମିଲ ହେଲେନି ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ । ଏନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନ ପରେ ନୀତିଶ କହିଲେ ତାଙ୍କ ପଚାର । ଅଧିକ ପଢନ୍ତୁ

Tejashwi Yadav skips Governor's function
Tejashwi Yadav skips Governor's function

ପାଟନା: ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକରଙ୍କ 'ଆଟ୍‌ ହୋମ' କାର୍ଯ୍ୟକ୍ରମରେ ସାମିଲ ହେଲେନି ଆରଜେଡି ନେତା ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ । ଆରଜେଡି ଓ ଜେଡିୟୁ ମଧ୍ୟରେ ସବୁକିଛି ଠିକ ନଥିବା ଚର୍ଚ୍ଚା ମଧ୍ୟରେ ତେଜସ୍ବୀଙ୍କ ଅନୁପସ୍ଥିତିକୁ ନେଇ ରାଜନୈତିକ ବାତାବରଣ ଆହୁରି ଉଷ୍ମ ହୋଇଛି । ଏହି କାର୍ଯ୍ୟକ୍ରମରେ ଜେଡିୟୁର ଅନେକ ନେତା ସାମିଲ ହୋଇଥିବା ବେଳେ ଆରଜେଡିର ମାତ୍ର ଜଣେ ନେତାଙ୍କୁ ଦେଖିବାକୁ ମିଳିଛି । ଏ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନ ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଲେ 'ତାଙ୍କ ପଚାର' ।

୭୫ତମ ଗଣତନ୍ତ୍ର ଦିବସ ଅବସରରେ ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକର ରାଜଭବନରେ 'ହାଇ-ଟି' ପାର୍ଟି ରଖିଥିଲେ । 'ଏକତା ଏବଂ ସହଯୋଗ'କୁ ସେଲିବ୍ରେଟ କରିବା ଲାଗି ରାଜ୍ୟପାଳ ଏହି ପାର୍ଟିର ଆୟୋଜନ କରିଥିଲେ । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହିତ ଅନେକ ଜେଡିୟୁ ନେତା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ହେଲେ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ଦେଖା ମିଳିନଥିଲା । କେବଳ ଆରଜେଡି ନେତା ଆଲୋକ ମେହତା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ତେଜସ୍ବୀଙ୍କ ଅନୁପସ୍ଥିତି ନେଇ ଯେତେବେଳେ ନୀତିଶଙ୍କୁ ପ୍ରଶ୍ନ କରାଯାଇଥିଲା ସେତେବେଳେ ଏ ନେଇ ଖୋଦ ତେଜସ୍ବୀଙ୍କୁ ପ୍ରଶ୍ନ କରିବାକୁ ନୀତିଶ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ ।

ଏହା ବି ପଢନ୍ତୁ- ବିଜେପି ସହ ମେଣ୍ଟ କରିବେ ନୀତିଶ ! ୨୮ରେ ହୋଇପାରେ ଶପଥ ଗ୍ରହଣ

ସୂଚନା ଥାଉ କି କର୍ପୁରୀ ଠାକୁରଙ୍କୁ ଭାରତ ରତ୍ନ ଦିଆଯିବା ନେଇ ଘୋଷଣା ପରେ ବିହାର ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି । ନୀତିଶଙ୍କ ଗଠବନ୍ଧନ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି । ନୀତିଶ କୁମାର ଆରଜେଡି ସହ ମହାଗଠବନ୍ଧନ ଭାଙ୍ଗି ବିଜେପି ନେତୃତ୍ବାଧୀନ ଏନଡିଏ ସହ ମେଣ୍ଟ ସରକାର ଗଠନ କରିପାରନ୍ତି ବୋଲି କୁହାଯାଉଛି । ହେଲେ ଆରଜେଡି ଓ ଜେଡିୟୁ ମଧ୍ୟରେ ସବୁକିଛି ଠିକ ଥିବା କୁହାଯାଉଥିବା ବେଳେ ସାମ୍ପ୍ରତିକ ସ୍ଥିତି କିନ୍ତୁ ଭିନ୍ନ ନଜର ଆସୁଛି । ନୀତିଶ, ତେଜସ୍ବୀଙ୍କଠାରୁ ଦୂରତ୍ବ ଅବଲମ୍ବନ କରୁଥିବା ଦେଖିବାକୁ ମିଳିଛି । ଏପରିକି ନୀତିଶ ସାର୍ବଜନୀନ ଭାବେ ତେଜସ୍ବୀଙ୍କ ସମ୍ପର୍କରେ କୌଣସି ମତ ରଖୁନାହାନ୍ତି ।

ଏହା ବି ପଢନ୍ତୁ- ବିହାରରେ ଘଡିକେ ଛୁଟୁଛି ଘୋଡା: ନୀତିଶଙ୍କ ଏନଡିଏ ସାମିଲ ଚର୍ଚ୍ଚା ମଧ୍ୟରେ ରାଜ୍ୟ ନେତାଙ୍କୁ ଦିଲ୍ଲୀ ଡାକିଲେ ନଡ୍ଡା

ଅନ୍ୟପଟେ ସାରା ରାଜ୍ୟ ସମେତ ଦେଶ ନୀତିଶଙ୍କ ଆଗାମୀ ପଦକ୍ଷେପ ଉପରେ ନଜର ରଖିଛି । କାରଣ ଦଳର ସବୁ କାର୍ଯ୍ୟକ୍ରମକୁ ରଦ୍ଦ କରାଯାଇଥିବା ବେଳେ ଆସନ୍ତା ୨୮ ତାରିଖରେ ହେବାକୁ ଥିବା ଜେଡିୟୁର ମହାରାଣା ପ୍ରତାପ ରାଲିକୁ ମଧ୍ୟ ସ୍ଥଗିତ ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.