ETV Bharat / politics

'ସ୍କୁଲରେ ଶିକ୍ଷକ କି ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ହେଲେ ମୁଖ୍ୟମନ୍ତ୍ରୀ ନଂ 1'

author img

By ETV Bharat Odisha Team

Published : Feb 13, 2024, 7:26 AM IST

Congress on Mood of the Nation survey: ଇଣ୍ଡିଆ ଟୁଡେ 'ମୁଡ୍‌ ଅଫ ଦି ନେସନ୍‌' ଜନମତ ସର୍ଭେରେ ନବୀନ ପୁଣି ନଂ 1 ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

Congress on Mood of the Nation Survey
Congress on Mood of the Nation Survey

Congress on Mood of the Nation Survey

ଭୁବନେଶ୍ୱର: ପୁଣି ଆଗରେ ନବୀନ । 'ମୁଡ୍‌ ଅଫ ଦି ନେସନ'ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ନଂ 1 । ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ମିଳିଛି ମାନ୍ୟତା । କ୍ରମାଗତ ସପ୍ତମ ଥର ପାଇଁ ଇଣ୍ଡିଆ ଟୁଡେ 'ମୁଡ୍‌ ଅଫ ଦି ନେସନ୍‌' ଜନମତ ସର୍ଭେ ପକ୍ଷରୁ ତାଙ୍କୁ ମିଳିଛି ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀର ଆଖ୍ୟା । ଯାହାକୁ ନେଇ କଟାକ୍ଷ କରିଛି କଂଗ୍ରେସ । ସ୍କୁଲରେ ଶିକ୍ଷକ ନାହାନ୍ତି, ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ତଥାପି ଆମ ମୁଖ୍ୟମନ୍ତ୍ରୀ ନଂ 1 ବୋଲି କହି ତାତ୍ସଲ୍ୟ କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି ।

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଉକ୍ତ ସର୍ଭେରେ ଅଂଶଗ୍ରହଣ କରିଥିବା ଓଡ଼ିଶାର 52.7 ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କୁ ଏକ ନମ୍ବର ସ୍ଥାନ ଦେଇଛନ୍ତି । ଏହି ସର୍ଭେ ତାଲିକାରେ ନବୀନଙ୍କ ପଛକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ଭାଇ ପଟେଲ, ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହ ରହିଛନ୍ତି । ସେହିପରି ଦେଶର ଶ୍ରେଷ୍ଠ 10 ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ନବୀନ 5ମ ସ୍ଥାନରେ ରହିଛନ୍ତି । 6 ମାସରେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା 8.6% କମିଛି ବୋଲି 'ଇଣ୍ଡିଆ ଟୁଡେ' ସର୍ଭେରେ ପ୍ରକାଶ ପାଇଛି ।

ସେହିଭଳି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କର ଲୋକପ୍ରିୟତା 4.4% ବଢିଛି । 'ଟାଇମ୍ସ ନାଓ' ସର୍ଭେରେ ନବୀନଙ୍କ କାର୍ଯ୍ୟରେ ଅଳ୍ପବେଶୀରେ ସନ୍ତୁଷ୍ଟ ଥିବା ଭୋଟର ହେଉଛନ୍ତି 55.5% । ତେବେ ଆଗକୁ ନିର୍ବାଚନ ଆସୁଥିବା ବେଳେ ଏଭଳି ଆକଳନକୁ ନେଇ କଟାକ୍ଷ କରିଛନ୍ତି ବିରୋଧୀ । ମୁଖ୍ୟମନ୍ତ୍ରୀ ସବୁଥିରେ ଶ୍ରେଷ୍ଠ, ହେଲେ ଦାଦନ ଖଟିବାକୁ ବାହାରକୁ ହଜାର ହଜାର ଯୁବବର୍ଗ ଯାଉଛନ୍ତି ବୋଲି ତେରଚ୍ଛା ବାଣ ମାରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

ଏହା ମଧ୍ୟ ପଢ଼ନ୍ତୁ...କେନ୍ଦୁପତ୍ର ତୋଳାଳିଙ୍କୁ ଉପହାର ଦେଲେ ମୁଖ୍ୟମନ୍ତ୍ରୀ, କଂଗ୍ରେସ କହିଲା ଭୂତେଇବା ପାଇଁ ଏପରି ଘୋଷଣା

ତାରା କହିଛନ୍ତି, "ସ୍କୁଲରେ ଶିକ୍ଷକ ନାହାନ୍ତି, ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ହେଲେ ଆମ ମୁଖ୍ୟମନ୍ତ୍ରୀ ନଂ 1 । ମୁଖ୍ୟମନ୍ତ୍ରୀ ଦୀର୍ଘ 24 ବର୍ଷ ଧରି ଶାସନ କରୁଛନ୍ତି, କିନ୍ତୁ ରୋଜଗାର ନପାଇ ହଜାର ହଜାର ସଂଖ୍ୟାରେ ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ପ୍ରତି ଗାଁ ହାଟ, ବଜାରରେ ମଦ ବିକ୍ରି ହେଉଛି, ଦାଦନରେ ନଂ 1 । ମାଆକୁ ସମ୍ମାନ ନାରା ଦେଉଛନ୍ତି ସରକାର, ସେପଟେ ପ୍ରତ୍ୟେକ ଦିନ ମହିଳା ବ୍ୟଭିଚାର । ବର୍ଷକୁ 6 ଜଣଙ୍କୁ ସଜ୍ଜା ମିଳୁଛି, ସେଥିପାଇଁ ନଂ1 । ବେକାରୀ ଯୁବକ ଯୁବତୀରେ ନଂ 1 । ଦୁର୍ନୀତି, ଦାଦାଗିରି, ଗୁଣ୍ଡଗିରିରେ ନଂ 1 । 25 ବର୍ଷ ଭିତରେ କ'ଣ ବଡ଼ ପ୍ରକଳ୍ପ ହୋଇଛି ? କାଗଜପତ୍ରରେ ନଂ1, ପ୍ରଚାର ପ୍ରସାରରେ ନଂ 1 । ବିଜେଡି ନେତା ବ୍ୟାପକ ଅନିୟମିତତା କରୁଛନ୍ତି । ତାଙ୍କ ବିରୋଧରେ କ'ଣ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର ?"

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.