ETV Bharat / politics

ବିଜେଡିକୁ କଂଗ୍ରେସ ପ୍ରଭାରୀଙ୍କ ଟାର୍ଗେଟ, ମାର୍ଚ୍ଚ ୫ରେ ଫିଟିବ ଇଲେକ୍ଟ୍ରାଲ ବଣ୍ଡ ଗୁମର

author img

By ETV Bharat Odisha Team

Published : Feb 23, 2024, 7:55 AM IST

Congress Incharge Ajay Kumar Slams BJD: ଶାସକ ଦଳ ବିଜେଡିକୁ ଟାର୍ଗେଟ କରି ବସିଛନ୍ତି ଅଜୟ କୁମାର । ଅଜୟ କୁମାର କହିଛନ୍ତି ଯେ କଂଗ୍ରେସ ରାଜ୍ୟରେ ଅନୈତିକ ଭାବେ ଏକାଠି ରହୁଥିବା ବିଜେଡି ଓ ବିଜେପିକୁ ନିକଟରେ ବିବାହ କରେଇଛି । ଅଧିକ ପଢନ୍ତୁ

ବିଜେଡିକୁ କଂଗ୍ରେସ ପ୍ରଭାରୀଙ୍କ ଟାର୍ଗେଟ, ମାର୍ଚ୍ଚ ୫ରେ ଫିଟିବ ଇଲେକ୍ଟ୍ରାଲ ବଣ୍ଡ ଗୁମର
ବିଜେଡିକୁ କଂଗ୍ରେସ ପ୍ରଭାରୀଙ୍କ ଟାର୍ଗେଟ, ମାର୍ଚ୍ଚ ୫ରେ ଫିଟିବ ଇଲେକ୍ଟ୍ରାଲ ବଣ୍ଡ ଗୁମର
ବିଜେଡିକୁ କଂଗ୍ରେସ ପ୍ରଭାରୀଙ୍କ ଟାର୍ଗେଟ, ମାର୍ଚ୍ଚ ୫ରେ ଫିଟିବ ଇଲେକ୍ଟ୍ରାଲ ବଣ୍ଡ ଗୁମର

ଭୁବନେଶ୍ବର: ଓଡିଶା ପହଞ୍ଚିଛନ୍ତି ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର । ଓଡିଶାରେ ପାଦ ଦେଉ ଦେଉ ପୁଣି ଶାସକ ଦଳକୁ ଘେରିଛନ୍ତି । ଅଜୟ କୁମାର କହିଛନ୍ତି ଯେ କଂଗ୍ରେସ ରାଜ୍ୟରେ ଅନୈତିକ ଭାବେ ଏକାଠି ରହୁଥିବା ବିଜେଡି ଓ ବିଜେପିକୁ ନିକଟରେ ବିବାହ କରେଇଛି । ରାଜ୍ୟସଭା ସିଟ ପାଇଁ ବିଜେପିର ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡିର ଖୋଲା ସମର୍ଥନ ପରେ ଉଭୟଙ୍କ ଭିତିରିଆ ସମ୍ପର୍କ ଉପରେ ମୋହର ଲାଗି ସାରିଛି । ସେହିପରି ବିଜେଡି ଏକ ରିଜିଓନାଲ ପାର୍ଟି ହୋଇ ସୁଦ୍ଧା ସର୍ବାଧିକ ଅର୍ଥ ଚାନ୍ଦା ଆକାରରେ ପାଇଛି । ଏସବୁ ଇଲେକ୍ଟ୍ରାଲ ବଣ୍ଡ ଜରିଆରେ ଆସିଛି । ଏକ ଆଞ୍ଚଳିକ ଦଳ ଭାବେ ବିଜେଡି ସର୍ବାଧିକ 380 କୋଟି ଟଙ୍କାର ଇଲେକ୍ଟ୍ରାଲ ବଣ୍ଡ ନେଇଛି ।

ଏହା ମଧ୍ୟ ପଢନ୍ତୁ... କେନ୍ଦ୍ରମନ୍ତ୍ରୀ ରାଜନାଥଙ୍କ ଆହ୍ବାନ, 'ଓଡ଼ିଶାରେ ଦରକାର ଡବଲ ଇଞ୍ଜିନ ସରକାର'

ଏଥିରେ ଖଣି ମାଫିଆ, ତାମିଲନାଡୁର କମ୍ପାନୀର ଟଙ୍କା ସାମିଲ ଅଛି । ତେବେ ଆସନ୍ତା ମାର୍ଚ୍ଚ ମାସ ୫ ତାରିଖରେ ଏ ସବୁର ଗୁମର ଫିଟିବ । ଇଲେକ୍ଟ୍ରାଲ ବଣ୍ଡ ଖୋଲିଲା ପରେ ଖୋଲିବ ରାଜ୍ୟ ସରକାରଙ୍କ ଅସଲ ମୁଖା ପଦାକୁ ଆସିବ । ବିଜେଡି କିଭଳି ଭାବେ ଓଡିଶାକୁ ବିକ୍ରି କରି ଖାଇଛନ୍ତି ତାହା ଜଣାପଡିବ । ଆଉ ଏହାର ଜବାବ ସ୍ବୟଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଦେବାକୁ ପଡିବ । ଏହା ଓଡିଶାର ଜନସାଧାରଣଙ୍କ ପାଇଁ ଏକ ବଡ ପ୍ରଶ୍ନ । ଦୀର୍ଘ 23 ବର୍ଷ ଧରି ଓଡିଶାକୁ ନବୀନ ପଟ୍ଟନାୟକ ଓ ପାଣ୍ଡିଆନ ସହ ଆଇପିଏସ ଆଇଏଏସ ମିଶି ଗରିବ କରିଛନ୍ତି । ଆସନ୍ତା ୨୬ ତାରିଖରେ କଂଗ୍ରେସ ପକ୍ଷରୁ ସେକ୍ରେଟାରିଏଟ ଘେରାଉ କରାଯିବ । ନିକଟରେ ମହିଳା କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଓ କରାଯାଇଥିଲା ।

ଓଡିଶାକୁ ଦେଶର ଗରିବତମ ପ୍ରଦେଶ କରି ରଖିଛି ବିଜେଡି । ନା ରାଜ୍ୟରେ ସ୍ବାସ୍ଥ୍ୟ ସେବାରେ ବିକାଶ ହୋଇଛି ନା ଶିକ୍ଷା କ୍ଷେତ୍ରରେ ସ୍କୁଲ କଲେଜର ବିକାଶ ହୋଇଛି । ୧ ଟଙ୍କିଆ ଚାଉଳ ଦେଉ ଓଡିଶାର ନିରୀହ ସରଳ ଲୋକଙ୍କୁ ଭକୁଆ ବନାଉଛି ବିଜେଡି । ଓଡିଆ ଯୁବକ ଦାଦନ ଖଟିବାକୁ ଯାଉଥିବା ବେଳେ ବାହାର ରାଜ୍ୟର ଲୋକ ବିଭିନ୍ନ ଠିକା ନେଉଛନ୍ତି । ବର୍ତ୍ତମାନ ବିଜେଡ଼ି ବିଜେପି ବାହାଘର ପରେ ସନ୍ତାନ ବି ଜନ୍ମ ହୋଇ ସାରିଛି । ସେ ହେଲେ ଅଶ୍ବିନୀ ବୈଷ୍ଣବ ବୋଲି ଅଜୟ କୁମାର କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.