ETV Bharat / state

କେନ୍ଦ୍ରମନ୍ତ୍ରୀ ରାଜନାଥଙ୍କ ଆହ୍ବାନ, 'ଓଡ଼ିଶାରେ ଦରକାର ଡବଲ ଇଞ୍ଜିନ ସରକାର'

author img

By ETV Bharat Odisha Team

Published : Feb 22, 2024, 10:57 AM IST

Updated : Feb 22, 2024, 2:49 PM IST

Rajnath Singh Odisha Visit: ନବରଙ୍ଗପୁରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ପାଇଁ ଦମ୍ଭୋକ୍ତି ପ୍ରକାଶ । ଅଧିକ ପଢନ୍ତୁ

Etv Bharat
Etv Bharat
ନବରଙ୍ଗପୁରରେ ରାଜନାଥ

ନବରଙ୍ଗପୁର: ନବରଙ୍ଗପୁରରେ ପହଞ୍ଚିଲେ ରାଜନାଥ ସିଂହ । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି (ଗୁରୁବାର) ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସେ ନବରଙ୍ଗପୁରରେ ପହଞ୍ଚିଛନ୍ତି । ଏଠାରେ ସେ ଆୟୋଜିତ ବିଜେପି କୋର୍ କମିଟି ବୈଠକରେ ଯୋଗ ଦେଇଛନ୍ତି । ଏହି ସଭାରେ ମୋଦି ସରକାରଙ୍କ ସଫଳତାର କାହାଣୀ ବର୍ଣ୍ଣନା କରିବା ସହ ଆଗାମୀ ଦିନରେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେହିପରି ଆଗକୁ ଓଡ଼ିଶାରେ ଏକାଠି ବିଧାନସଭା ଓ ଲୋକସଭା ନିର୍ବାଚନ ଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା ନେଇ ପ୍ରତି ହିତାଧିକାରୀଙ୍କ ପାଖରେ ପହଞ୍ଚିବାକୁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ବାନ କରିଛନ୍ତି ରାଜନାଥ ।

ନବରଙ୍ଗପୁର ସଭାରେ ଉଦବୋଧନ ଦେଇ ଓଡ଼ିଶା ସହ ତାଙ୍କର ଭାବନାତ୍ମକ ସମ୍ପର୍କ ଥିବା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ନିଜର ଉଦବୋଧନରେ ରାଜନାଥ ଆହୁରି କହିଛନ୍ତି, ''ଓଡ଼ିଶା ସହ ଆମ ସରକାର କେବେ ଭେଦଭାବ କରିନି । ଏଠାରେ ୩୦ ଲକ୍ଷ ଲୋକଙ୍କୁ ପକ୍କା ଘର ମିଳିଛି । ମେଡିକାଲ କଲେଜ, ଇଞ୍ଜିନିୟରିଂ କଲେଜ ବଢିଛି । କଂଗ୍ରେସ ସରକାରରେ ୧୭ ବର୍ଷରେ ୧୮ ହଜାର କିମି ରାସ୍ତା ହୋଇଥିବା ବେଳେ ଗତ ୧୦ ବର୍ଷରେ ମୋଦି ସରକାର ୩୦ ହଜାର କିମି ରାସ୍ତା କରିଛନ୍ତି । ଓଡ଼ିଶାରେ କଂଗ୍ରେସ ସରକାର ଅମଳରେ କେବଳ ଶିଳାନ୍ୟାସ ହେଉଥିଲା । ଆମ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ ନୁହେଁ, କାର୍ଯ୍ୟ ପୂରଣ କରୁଛନ୍ତି । ଯେଉଁଠି ଶିଳାନ୍ୟାସ, ସେଇଠି କାମ ସାରି ଉଦଘାଟନ ବି କରୁଛନ୍ତି ।''

ଏହା ମଧ୍ୟ ପଢନ୍ତୁ: ପୁଣି ଆସିବେ ମୋଦି, ନିର୍ବାଚନରେ କେତେ ପଡ଼ିବ ପ୍ରଭାବ ?

ରାଜନାଥ ଆହୁରି କହିଛନ୍ତି ଯେ, ବିଜେପି ଏକମାତ୍ର ପାର୍ଟି ଯାହା କୁହେ, ତାହା କରେ । ଯାହା ଘୋଷଣାପତ୍ରରେ କହିଥିଲୁ ସେସବୁ ପୂରଣ କରିଛୁ । ଜମ୍ମୁ କାଶ୍ମୀରରୁ ୩୭୦ ଧାରା, ତିନ୍ ତଲାକ ଉଠାଇବାକୁ କହିଥିଲୁ, ଆମେ ଆମ କଥା ରଖିଲୁ । ଆମେ ରାଜନୀତି କରୁଛି କେବଳ ଦେଶ ଗଠନ ପାଇଁ । ସେ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ, କଂଗ୍ରେସ ଲମ୍ବା ସମୟ ଧରି ଦେଶବାସୀଙ୍କୁ ଧକ୍କା ଦେଇଛି । ମୋଦି ସରକାର ଆସିବା ପରେ ୨୫ କୋଟି ଲୋକ ଦାରିଦ୍ର୍ୟ ମୁକ୍ତ ହୋଇଛନ୍ତି । ୧୧ କୋଟି ଲୋକଙ୍କ ପାଇଁ ଶୌଚାଳୟ ଓ ୪ କୋଟି ଘରକୁ ପକ୍କା ଘର ମିଳିଛି । ଆୟୁଷ୍ମାନ ଭାରତ ଯୋଜନାରେ ଗରିବଙ୍କୁ ସ୍ୱାସ୍ଥ୍ୟ ସୁବିଧା ମିଳୁଛି । ଜନତାଙ୍କ ସେବା କରିବା ପ୍ରଧାନମନ୍ତ୍ରୀ ମୋଦିଙ୍କର ଏକମାତ୍ର ଉଦ୍ଦେଶ୍ୟ । ଓଡ଼ିଶାରେ ବି ଡବଲ ଇଞ୍ଜିନ ସରକାର ଦରକାର ବୋଲି ସେ କହିଛନ୍ତି । ତେବେ ନିଜ ବକ୍ତବ୍ୟରେ ବିଜେଡି ସରକାର ବିରୋଧରେ ପଦୁଟିଏ ମୁହଁ ଖୋଲି ନାହାନ୍ତି ପ୍ରତିରକ୍ଷା ମନ୍ତ୍ରୀ ।

ପ୍ରକାଶଥାଉ କି, ନବରଙ୍ଗପୁରରେ କୋର୍ କମିଟି ବୈଠକ ସାରି ପ୍ରତିରକ୍ଷା ମନ୍ତ୍ରୀ ସାଢେ ୧୨ଟା ବେଳେ ବ୍ରହ୍ମପୁରକୁ ଯିବେ । ସେଠାରେ ଆମ୍ବପୁଆ ସ୍ଥିତ ବିବେକ ବିହାରରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ୯୦ ହଜାରରୁ ଅଧିକ ନେତା ଓ କର୍ମୀ ସାମିଲ ହେବାର ରହିଛି । ବ୍ରହ୍ମପୁର କାର୍ଯ୍ୟକ୍ରମ ପରେ ରାଜାଥ ସ୍ବତନ୍ତ୍ର ହେଲିକପ୍ଟଟ ଯୋଗେ ମୟୂରଭଞ୍ଜ ଅଭିମୁଖେ ବାହାରିବେ । ସେଠାରେ ମଧ୍ୟ ବିଜେପିର କୋର୍ କମିଟି ବୈଠକରେ ଯୋଗ ଦେବେ ।

ଇଟିଭି ଭାରତ, ନବରଙ୍ଗପୁର

Last Updated : Feb 22, 2024, 2:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.