ETV Bharat / politics

ଝୋଟ ବ୍ୟାଗ ବଣ୍ଟନରେ ଦୁର୍ନୀତି ଗନ୍ଧ ବାରିଲା କଂଗ୍ରେସ

author img

By ETV Bharat Odisha Team

Published : Feb 23, 2024, 10:04 AM IST

Congress On Jute Bag Purchasing: ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଝୋଟ ବ୍ୟାଗ କିଣାରେ ୨୦୦ କୋଟିର ଦୁର୍ନୀତି ଅଭିଯୋଗ ଆଣି ଏକ ସାମ୍ବାଦିକ ସମ୍ମିଳନୀରେ ବର୍ଷିଲା ରାଜ୍ୟ କଂଗ୍ରେସ । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଖାଦ୍ୟ ସାମଗ୍ରୀ ପାଉଥିବା ପରିବାରକୁ ଦୁଇ ଗୋଟି ଝୋଟ ବ୍ୟାଗ ଦେବା ପାଇଁ ନିଆଯାଇଥିବା ନିଷ୍ପତ୍ତି ପଛରେ ଏକ ବଡ଼ ଧରଣର ଘୋଟାଲା ଥିବା କହିଲା କଂଗ୍ରେସ ।

ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଝୋଟ ବ୍ୟାଗ ପ୍ରସଙ୍ଗ, ୨୦୦ କୋଟିର ଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ଫୁଲ ଆକ୍ସନ ମୁଡରେ ରାଜ୍ୟ କଂଗ୍ରେସ । ଉଭୟ ବିଜେପି ଓ ବିଜେଡି ବିରୁଦ୍ଧରେ ବିଭିନ୍ନ ପ୍ରକାର ଅଭିଯୋଗ ଆଣୁଛି । ଏହି କ୍ରମରେ ନୂଆ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଝୋଟ ବ୍ୟାଗ କିଣାରେ ୨୦୦ କୋଟିର ଦୁର୍ନୀତି ଅଭିଯୋଗ ଆଣି ଏକ ସାମ୍ବାଦିକ ସମ୍ମିଳନୀରେ ବର୍ଷିଲା ରାଜ୍ୟ କଂଗ୍ରେସ । ରାଜ୍ୟରେ ନବୀନ ସରକାରଙ୍କ ଦ୍ଵାରା ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଖାଦ୍ୟ ସାମଗ୍ରୀ ପାଉଥିବା ପରିବାରକୁ ଦୁଇଗୋଟି ଝୋଟ ବ୍ୟାଗ ଦେବାପାଇଁ ନିଆଯାଇଥିବା ନିଷ୍ପତ୍ତି ପଛରେ ଏକ ବଡ଼ ଧରଣର ଘୋଟାଲା ହୋଇଥିବାର ଅଭିଯୋଗ ଆଣିଛି କଂଗ୍ରେସ ।

ଗତକାଲି(ଗୁରୁବାର) ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାର ସମୁଦାୟ ୨ କୋଟି ଝୋଟ ବ୍ୟାଗ କିଣିବା ପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ପଛରେ ୨୦୦ କୋଟି ଟଙ୍କାର ଏକ ବଡ଼ଧରଣର ଦୁର୍ନୀତି ହୋଇଛି ବୋଲି କଂଗ୍ରେସ ମୁଖପାତ୍ର ପ୍ରଶାନ୍ତ ଶତପଥୀ କହିଛନ୍ତି । ରାଜ୍ୟରେ ପାଖାପାଖି ୧ କୋଟି ପରିବାରକୁ ୨ଟି ଲେଖାଏ ବ୍ୟାଗ ଦିଆଯିବ ଏବଂ ଏଥିପାଇଁ ୩ ଶହ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଛି । କିନ୍ତୁ ଯେଉଁ ବ୍ୟାଗ ସରକାର ଲୋକଙ୍କୁ ଦେଉଛନ୍ତି ତାହାର ବଜାର ଦର ସାଧାରଣ ଲୋକଙ୍କ ପାଇଁ ଅତିବେଶୀରେ ଶହେ ଟଙ୍କା ହେବ ।

ସାଧାରଣ ଜନତା ୧୦୦ ଟଙ୍କା ମୂଲ୍ୟରେ ସେହିଭଳି ଝୋଟବ୍ୟାଗ ମାର୍କେଟରୁ ପାଉଥିବା ବେଳେ ସରକାର କିଭଳି ଭାବରେ ଗୋଟିଏ ବ୍ୟାଗ ପିଛା ୧୫୦ ଟଙ୍କା ଖର୍ଚ୍ଚ କରୁଛନ୍ତି ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସାଧାରଣ ଭାବରେ ଗୋଟିଏ ଦୁଇଟି ବ୍ୟାଗ କିଣିବା ପାଇଁ ଯେତିକି ଟଙ୍କା ଦେବାକୁ ପଡ଼େ ଏକାଦି କ୍ରମେ ଲକ୍ଷ ଲକ୍ଷ ବ୍ୟାଗ ହୋଲସେଲ ଦରରେ କ୍ରୟ କରାଗଲେ ତାହାର କ୍ରୟ ମୂଲ୍ୟ ଅଧାରୁ ବି କମ ହୁଏ । ଏଭଳି ସ୍ଥିତିରେ ସରକାର ଯେଉଁ ବ୍ୟାଗ ସ୍ବତନ୍ତ୍ର ଭାବେ ବରାଦ ଦେଇ ଟେଣ୍ଡର ନକରି ରାଜ୍ୟ ବାହାରୁ କିଣୁଛନ୍ତି ତାହାର ଦାମ ଅତି ବେଶୀରେ ୫୦ ଟଙ୍କାରୁ ଅଧିକ ହେବ ନାହିଁ । ଅର୍ଥାତ ଗୋଟିଏ ବ୍ୟାଗ ପିଛା ୧୦୦ ଟଙ୍କାର ଘୋଟାଲା କରାଯାଉଛି ଏବଂ ୨ କୋଟି ବ୍ୟାଗ ପିଛା ସରକାର ୨୦୦ କୋଟିର ଘୋଟାଲା କରିବାପାଇଁ ବ୍ୟବସ୍ଥା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ... ନବୀନ ନିବାସ ଘେରିଲା ମହିଳା କଂଗ୍ରେସ, ବିଜେପି-ବିଜେଡି ବିରୋଧରେ ଗର୍ଜିଲେ ଅଳକା ଲାମ୍ବା

ସରକାର ଏହି ଝୋଟ ବ୍ୟାଗ ଭାରତବର୍ଷର କେଉଁ ରାଜ୍ୟରୁ, କେଉଁ କମ୍ପାନୀରୁ ଏବଂ ବାସ୍ତବରେ କେତେ ଟଙ୍କାରେ ଆଣୁଛନ୍ତି ତାହାର ହିସାବ ସାର୍ବଜନୀନ କରିବେକି ? ନବୀନ ବାବୁଙ୍କ ସମୟରେ ହିଁ ଓଡ଼ିଶାର ସବୁ ଝୋଟକଳ ବନ୍ଦ ହୋଇଯାଇଛି । ଏହି ଝୋଟ ବ୍ୟାଗ ଦେବା ପଛରେ ଦର୍ଶାଯାଇଥିବା କାରଣ ଗୁଡ଼ିକ ଯଥା ସବୁଜ ଓଡ଼ିଶା ଗଠନ କରାଯିବ, ପରିବେଶ ପଲିଥିନ ମୁକ୍ତ ହେବ ଏବଂ ସୁରକ୍ଷିତ ରହିବ ଓ ଅଳିଆ ଆବର୍ଜନାରୁ ମୁକ୍ତି ମିଳିବ ଯଦି ତର୍ଜମା କରାଯାଏ ତାହାହେଲେ ସରକାରଙ୍କର ଦାବି ଯେ ସଂପୂର୍ଣ୍ଣ ଡାହା ମିଛ ସେକଥା ସ୍ପଷ୍ଟ ଅନୁମେୟ । ପରିବେଶକୁ ପଲିଥିନ ମୁକ୍ତ କରିବାପାଇଁ ଦୁଇଗୋଟି ଝୋଟ ବ୍ୟାଗର ସାହାରା ନେଉଥିବା ବିଜେଡ଼ି ସରକାର ମୁଖ୍ୟମନ୍ତ୍ରୀ ଏବଂ ବିଜେଡ଼ି ଦଳର ତମାମ ନେତାଙ୍କର ଫଟୋ ଥିବା ଦଳୀୟ ବ୍ୟାନର, ପୋଷ୍ଟର, ପତାକା ଓ ବଡ଼ ବଡ଼ ହୋଡିଂ ଆଦି ପଲିଥିନ ଯୁକ୍ତ ନା ପଲିଥିନ ମୁକ୍ତ ବୋଲି ପ୍ରଶାନ୍ତ ଶତପଥୀ ପ୍ରଶ୍ନ କରିଥିଲେ ।

ଯଦି ପରିବେଶ ପାଇଁ ଏତେ ଚିନ୍ତା ତାହାହେଲେ ବିଜେଡ଼ି ତାଙ୍କର ଦଳୀୟ କାର୍ଯ୍ୟକ୍ରମ ପାଇଁ ଝୋଟ ନିର୍ମିତ ପ୍ରଚାର ପ୍ରସାର ସାମଗ୍ରୀକୁ ନିର୍ବାଚନରେ ବ୍ୟବହାର କରିବାପାଇଁ ସେ ଆହ୍ବାନ ଦେଇଥିଲେ । ଢେଙ୍କାନାଳ ଜିଲ୍ଲାରେ ମଦ କମ୍ପାନୀର ନିର୍ମାଣ ପାଇଁ ହଜାର ହଜାର ଗଛ କାଟି ଦିଆଯିବା, ଭୁବନେଶ୍ଵର ଶିଖରଚଣ୍ଡି ପାହାଡ଼ରେ ବିନା ଅନୁମତିରେ ହଜାର ହଜାର ଗଛ କାଟି ପଦା କରିଦେବା, ଖଣି ପାଇଁ ଗଛକଟା ଏବଂ ଯାଜପୁର ଜିଲ୍ଲାରେ ଶାଳ ଜଙ୍ଗଲକୁ କାଟି ନଷ୍ଟ କରିବା ହେତୁ ଜାତୀୟ ସବୁଜ ପ୍ରାଧିକରଣ (ଏନ.ଜି.ଟି) ଓଡ଼ିଶା ସରକାରଙ୍କୁ ଏକ କୋଟି ଟଙ୍କାର ଫାଇନ ଦେବାପାଇଁ ନିର୍ଦ୍ଦେଶ ଦେବା ଆଦି ସରକାରଙ୍କର ସବୁଜ ଓଡ଼ିଶାର ବାସ୍ତବ ଚିତ୍ରକୁ ପ୍ରତିପାଦିତ କରେ । ଏହି ଝୋଟ ବ୍ୟାଗର ଘୋଟାଲା ଆମକୁ କୋଭିଡ ସମୟରେ ଓଡ଼ିଶା ସରକାରଙ୍କ ଦ୍ବାରା ଅତ୍ୟଧିକ ଦାମ ଦେଇ କଟନ ମାସ୍କ କିଣିବା ଏବଂ ସେଥିରେ ହୋଇଥିବା ଦୁର୍ନୀତିକୁ ମନେପକାଇ ଦିଏ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.