ETV Bharat / politics

ନବୀନ ନିବାସ ଘେରିଲା ମହିଳା କଂଗ୍ରେସ, ବିଜେପି-ବିଜେଡି ବିରୋଧରେ ଗର୍ଜିଲେ ଅଳକା ଲାମ୍ବା

author img

By ETV Bharat Odisha Team

Published : Feb 21, 2024, 10:33 PM IST

Women Congress protest in Bhubaneswar: ଭୁବନେଶ୍ବରରେ ଶକ୍ତି ପ୍ରଦର୍ଶନ କଲେ ନବନିଯୁକ୍ତ ମହିଳା କଂଗ୍ରେସ ସଭନେତ୍ରୀ ମୀନାକ୍ଷୀ ବାହିନୀପତି । ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇ ନବୀନ ନିବାସ ଘେରିଲା ମହିଳା କଂଗ୍ରେସ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା । ଅଧିକ ପଢ଼ନ୍ତୁ

ନବୀନ ନିବାସ ଘେରିଲା ମହିଳା କଂଗ୍ରେସ
ନବୀନ ନିବାସ ଘେରିଲା ମହିଳା କଂଗ୍ରେସ

ନବୀନ ନିବାସ ଘେରିଲା ମହିଳା କଂଗ୍ରେସ

ଭୁବନେଶ୍ବର: ନବନିଯୁକ୍ତ ମହିଳା କଂଗ୍ରେସ ସଭନେତ୍ରୀଙ୍କ ଶକ୍ତି ପ୍ରଦର୍ଶନ । ରାଜଧାନୀ ଭୁବନେଶ୍ବରରେ ବିକ୍ଷୋଭ ପ୍ରଦର୍ଶନ କଲା ମହିଳା କଂଗ୍ରେସ । ଆଜି ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇ ନବୀନ ନିବାସ ଘେରିଛି ମହିଳା କଂଗ୍ରେସ । ଭାରତୀୟ ଜାତୀୟ କଂଗ୍ରେସର ମହିଳା ସଭନେତ୍ରୀ ଅଳକା ଲାମ୍ବାଙ୍କ ଉପସ୍ଥିତିରେ ନବନିଯୁକ୍ତ ପ୍ରଦେଶ ମହିଳା କଂଗ୍ରେସ ସଭନେତ୍ରୀ ମୀନକ୍ଷୀ ବାହିନୀପତି ସମସ୍ତ ସାଙ୍ଗଠନିକ ଜିଲ୍ଲାର ମହିଳା କଂଗ୍ରେସ ସଭାନେତ୍ରୀ ଓ ହଜାର ହଜାର ମହିଳା କଂଗ୍ରେସ କର୍ମୀଙ୍କୁ ନେଇ ନବୀନ ନିବାସ ଘେରିଥିଲେ । କଂଗ୍ରେସ ଭବନରୁ ବାହାରି ମାଷ୍ଟର କ୍ୟାଣ୍ଟିନ ଛକ ଦେଇ ନବୀନ ନିବାସ ଅଭିମୁଖେ ଯାତ୍ରା କରିଥିଲେ । ଏକ ବିଶାଳ ରାଲିକୁ ରାଜମହଲ ଛକ ପୂର୍ବରୁ ଜନପଥରେ ପୋଲିସ ଅଟକାଇଥିଲା । ପୋଲିସ ସହ ମହିଳା କଂଗ୍ରେସ କର୍ମୀମାନେ ମୁଁହାମୁହିଁ ମଧ୍ୟ ହୋଇଥିଲେ । ପରେ ପୋଲିସ ସେମାନଙ୍କୁ ଅଟକ ରଖିଥିଲା ।

ମହିଳାଙ୍କୁ ସୁରକ୍ଷା ଦେବାରେ ନବୀନ ସରକାର ଫେଲ ମାରିଛି ବୋଲି ଅଭିଯୋଗ ଆଣି ବୁଧବାର ରାଜ୍ୟ ମହିଳା କଂଗ୍ରେସର ନବୀନ ନିବାସ ଘେରାଉ କରିଥିଲା । ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ଏବଂ ପ୍ରଦେଶ କଂଗ୍ରେସ ମହିଳା ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ବରେ ନବୀନ ନିବାସ ଘେରାଉ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । କଂଗ୍ରେସ ଭବନରୁ ସରକାରଙ୍କ ବିରୋଧରେ ନାରା ଦେଇ ଆଗକୁ ବଢିଥିଲେ ମହିଳା କଂଗ୍ରେସ କର୍ମୀ ଓ ନେତ୍ରୀ । କିନ୍ତୁ ଅଧା ବାଟରେ ଅଟକିଥିଲା ରାଜ୍ୟ ମହିଳା କଂଗ୍ରେସ ଶୋଭାଯାତ୍ରା । ରାଜମହଲ ଛକରେ ଶୋଭାଯାତ୍ରାକୁ ଅଟକାଇଥିଲା ପୋଲିସ । ସୁରକ୍ଷା ପାଇଁ ଲଗାଯାଇଥିବା ବ୍ୟାରିକେଡକୁ ଭାଙ୍ଗି ଆଗକୁ ଯିବାକୁ ପ୍ରୟାସ କରି ମଧ୍ୟ ବିଫଳ ହୋଇଥିଲା ମହିଳା କଂଗ୍ରେସ । ତେବେ ସେଠାରୁ ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀଙ୍କ ସମେତ ଅନେକ ମହିଳା କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ସାମୟିକ ଭାବେ ଅଟକ ରଖିବା ପାଇଁ ଉଠାଇ ନେଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବସର ନେବା ସମୟ ଆସିଯାଇଛି: କଂଗ୍ରେସ ନେତ୍ରୀ ଅଳକା ଲାମ୍ବା

ଏହି କାର୍ଯ୍ୟକ୍ରମରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଜାତୀୟ କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା । ସେ କହିଛନ୍ତି, "ଉଭୟ କେନ୍ଦ୍ର ଓ ରାଜ୍ୟରେ ଏକଛତ୍ରବାଦ ଶାସନ ଚାଲିଛି । ଆଜି ନବୀନ ନିବାସକୁ ଯାଉଥିଲୁ । ମୁଖ୍ୟମନ୍ତ୍ରୀଙ୍କୁ ଦେଖାକରି ରାଜ୍ୟରେ ଆଇନ ଶୃଙ୍ଖଳା ବିଷୟରେ ଅବଗତ କରାଇବୁ ବୋଲି ଯାଉଥିଲୁ । ହେଲେ ପୋଲିସ ଜୋର ଜବରଦସ୍ତ ଅଟକାଇଛି । ଆଜି ଆମେ ନବୀନ ପଟ୍ଟନାୟକଙ୍କୁ କହିବାକୁ ଚାହୁଁ, ଆପଣଙ୍କର ଅବସର ସମୟ ଆସିଲାଣି । ଏଥର ପରିବର୍ତ୍ତନ ହେବ । ଆଉ ପରିବର୍ତ୍ତନର ସୂତ୍ରଧର ଆମ ଭଉଣୀମାନେ ହେବେ ।" କାର୍ଯ୍ୟକ୍ରମରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ପୂର୍ବତନ ପିସିସି ସଭାପତି ଓ ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.