ETV Bharat / politics

‘ରାଜ୍ୟ ଶାସନରେ କେନ୍ଦ୍ରର ହସ୍ତକ୍ଷେପ ସଂଘୀୟ ବ୍ୟବସ୍ଥାକୁ ଦୁର୍ବଳ କରୁଛି’

author img

By ETV Bharat Odisha Team

Published : Feb 4, 2024, 10:02 PM IST

Centre's intervention in state governance: ରାଜ୍ୟ ଶାସନରେ କେନ୍ଦ୍ର ସରକାର ରାଜ୍ୟପାଳମାନଙ୍କ ଜରିଆରେ ହସ୍ତକ୍ଷେପ କରୁଛି କହିଲେ ଖଡଗେ । ଅଧିକ ପଢନ୍ତୁ

‘ରାଜ୍ୟ ଶାସନରେ କେନ୍ଦ୍ରର ହସ୍ତକ୍ଷେପ ସଂଘୀୟ ବ୍ୟବସ୍ଥାକୁ ଦୁର୍ବଳ କରୁଛି’
‘ରାଜ୍ୟ ଶାସନରେ କେନ୍ଦ୍ରର ହସ୍ତକ୍ଷେପ ସଂଘୀୟ ବ୍ୟବସ୍ଥାକୁ ଦୁର୍ବଳ କରୁଛି’

ଥିରୁଅନନ୍ତପୁରମ: କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ବାଧୀନ ସରକାର ରାଜ୍ୟମାନଙ୍କ ଶାସନରେ ନିୟମିତ ହସ୍ତକ୍ଷେପ କରୁଛି । ଏପରି ସ୍ଥିତି ରାଜନୈତିକ ସ୍ବଂୟତ୍ତତା ଓ ସଙ୍ଘୀୟ ବ୍ୟବସ୍ଥାଗତ ମୂଳ ସିନ୍ଧାନ୍ତକୁ ଦୁର୍ବଳ କରୁଛି ବୋଲି କହି ମୋଦି ସରକାର ନୀତିକୁ କଡା ସମାଲୋଚନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଆଜି କେରଳର ସେଣ୍ଟ୍ରାଲ-କେରଳା ଜିଲ୍ଲାରେ ରାଜ୍ୟ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଖଡଗେ ଦେଶରେ ବେକାରୀ, ମୁଦ୍ରାସ୍ଫୀତି, ଘରୋଇକରଣ ଓ ଅନ୍ୟ ପ୍ରସଙ୍ଗରେ ବିଜେପି ସରକାରର ନୀତିକୁ କଡା ସମାଲୋଚନା କରିଛନ୍ତି ।

ଖଡଗେ କହିଛନ୍ତି, କେନ୍ଦ୍ରର ବିଜେପି ସରକାର ରାଜ୍ୟପାଳମାନଙ୍କ ଦ୍ୱାରା ରାଜ୍ୟର ନିର୍ବାଚିତ ସରକାରଙ୍କ କ୍ଷମତା ଓ ସ୍ବାଂୟତ୍ତ ଅନୁଷ୍ଠାନଗୁଡିକର କାର୍ଯ୍ୟପ୍ରଣାଳୀରେ ବାରମ୍ବାର ହସ୍ତକ୍ଷେପ କରୁଛି । ଏପରି ଉଦ୍ୟମ ରାଜ୍ୟର ରାଜନୈତିକ ସ୍ୱଂୟତ୍ତତାକୁ କ୍ଷୂର୍ଣ୍ଣ କରିବା ସହ ସଂଘୀୟ ବ୍ୟବସ୍ଥାର ମୂଳ ସିଦ୍ଧାନ୍ତକୁ ମଧ୍ୟ ଦୁର୍ବଳ କରିବାରେ ଲାଗିଛି । ଏପରି ସମୟରେ ସମସ୍ତେ ସେମାନଙ୍କର ଅଧିକାରର ରକ୍ଷା ପାଇଁ ସ୍ବର ଉଠାଇବା ଆବଶ୍ୟକ ।

ଖଡଗେ ଆହୁରି ମଧ୍ୟ କହିଛନ୍ତି, ମୋଦି ସରକାରର ନୀତି କେବଳ ସରକାରୀ କ୍ଷେତ୍ରକୁ ଦୁର୍ବଳ କରିବା ସହ ଘରୋଇ କ୍ଷେତ୍ରକୁ ସହାୟତା କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିଜେପିର ବିଚାରଧାରା ମହିଳା ବିରୋଧୀ । ସେମାନେ ସମ୍ବିଧାନକୁ ଅନୁସରଣ କରୁନାହାନ୍ତି । ଯେତେବେଳେ ବିଜେପି ନେତାମାନେ ଭୋଟ ମାଗୁଛନ୍ତି, ସେମାନଙ୍କୁ ଉତ୍ତର ପ୍ରଦେଶରେ ମହିଳାମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ସମ୍ପୃକ୍ତ ଦଳୀୟ ନେତାଙ୍କ ସମ୍ପର୍କରେ ପଚାରନ୍ତୁ । ମହିଳା କୁସ୍ତିଯୋଦ୍ଧାମାନେ ରାଜରାସ୍ତାରେ ଧାରଣା ଦେଇଥିବା ବେଳେ ବିଜେପି ନିଜର ଅଭିଯୁକ୍ତ ସାଂସଦଙ୍କୁ ବଞ୍ଚାଇବାର କୌଣସି ଅବସର ଛାଡିନଥିଲା । ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ମଧ୍ୟରେ ମହିଳା ତଥା ଦଳିତଙ୍କ ପ୍ରତି ଅତ୍ୟାଚାର ପୂର୍ବାପେକ୍ଷା ବହୁଗୁଣା ବୃଦ୍ଧି ପାଇଛି ।

ଏହା ମଧ୍ୟ ପଢନ୍ତୁ:- ଆସାମକୁ 11 ହଜାର କୋଟିର ପ୍ରକଳ୍ପ ଭେଟିଦେଲେ ପ୍ରଧାନମନ୍ତ୍ରୀ, କହିଲେ ଫୋକସରେ ଅଛି ଉତ୍ତର-ପୂର୍ବର ବିକାଶ

ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ସରକାରୀ କ୍ଷେତ୍ରକୁ ଗୁରୁତ୍ବ ଦେଇଥିଲେ । ତାହା ତାଙ୍କର ଦୂରଦୃଷ୍ଟିସମ୍ପନ୍ନ ନୀତି ଓ ନେତୃତ୍ବ ଥିଲା । ସେ ଏକାଧିକ ବୃହତ୍ତ ସରକାରୀ ଉଦ୍ୟୋଗ ପ୍ରତିଷ୍ଠା କରିଥିଲେ । ସରକାରୀ କ୍ଷେତ୍ର ସୁଦୃଢ ହେଲେ ଏସଟି, ଏସସି, ଓବିସି ଓ ଅନ୍ୟ ସାମାଜିକ ପଛୁଆବର୍ଗ ଏହାର ଲାଭ ପାଇବେ । ହେଲେ ମୋଦି ସରକାରରେ ଘରୋଇକରଣ ଉପରେ ପ୍ରାଥମିକତା ଦିଆଯାଉଛି । ସେମାନେ ସେମାନଙ୍କର କିଛି ବନ୍ଧୁ ଶିଳ୍ପପତିଙ୍କୁ ବାରମ୍ବାର ଲାଭ ପହଞ୍ଚାଇବା ପରି ନୀତି ଲାଗୁ କରିବାରେ ଲାଗିଛନ୍ତି ବୋଲି ଖଡଗେ ଅଭିଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.