ETV Bharat / politics

ପୌରପରିଷଦ ଦୁର୍ନୀତି: ଶାସକ ଦଳର କାଉନସିଲରଙ୍କ ଅଭିଯୋଗ ପରେ ରାଜରାସ୍ତାକୁ ଓହ୍ଲାଇଲା ବିଜେପି

author img

By ETV Bharat Odisha Team

Published : Jan 29, 2024, 10:41 PM IST

Corruption in Jharsuguda Municipality: ଝାରସୁଗୁଡ଼ା ପୌରପରିଷଦରେ ଦୁର୍ନୀତି ଅଭିଯୋଗ । କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି । ଅଧିକ ପଢ଼ନ୍ତୁ

ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି
ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି

ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି

ଝାରସୁଗୁଡ଼ା: ପୌରପରିଷଦରେ ଦୁର୍ନୀତି ଅଭିଯୋଗ । ରାଜରାସ୍ତାକୁ ଓହ୍ଲାଇଲା ଝାରସୁଗୁଡା ବିଜେପି । ସୋମବାର ଭାରତୀୟ ଜନତା ପାର୍ଟି ଝାରସୁଗୁଡା ଟାଉନ ମଣ୍ଡଳ ପକ୍ଷରୁ ପୌରପରିଷଦରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଜିଲ୍ଲପାଳ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । କିଛିଦିନ ପୂର୍ବରୁ ମ୍ୟୁନିସିପାଲଟିରେ ଦୁର୍ନୀତି ହୋଇଥିବା ନେଇ ସାଶକ ଦଳର କାଉନସିଲର ରାମନ୍ନା ରାଓ ମୁହଁ ଖୋଲିବା ପରେ ବିଜେପି ଝାରସୁଗୁଡା ପୌରପରିଷଦ ଚେୟାରମ୍ୟାନ ଏବଂ ଭାଇସ୍‌ ଚେୟାରମ୍ୟାନଙ୍କ ଇସ୍ତଫା ଦାବି କରିଛି । ଏହା ସହିତ ତତ୍କାଳ ତାଙ୍କ ସମସ୍ତ ଅଧିକାର ରଦ୍ଦ କରି ସମସ୍ତ କାଉନସିଲରଙ୍କୁ ତାଙ୍କ ୱାର୍ଡରେ କାର୍ଯ୍ୟ କରିବାର ପୂର୍ଣ୍ଣ ସ୍ବାଧୀନତା ଦେବାକୁ ଦାବି କରିଛି ଦଳ ।

ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ବରେ ଆଜି ଏକ ବିଶାଳ ଶୋଭାଯାତ୍ରାରେ ବେହେରାମାଲ କିଷାନ ଛକରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଶତାଧିକ ବିଜେପି କର୍ମୀ । ସେଠାରେ ନାରାବାଜି କରିବା ସହ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଝାରସୁଗୁଡା ଟାଉନ ମଣ୍ଡଳ ସଭାପତି ଦିଲେଶ୍ଵର ରାଓ, ପ୍ରେମସେନ ରାୟ, ପ୍ରମୋଦ ତ୍ରିପାଠୀ, ସଞ୍ଜୁ ପଣ୍ଡିତ, ମାନୁ ସିଂ, ରଞ୍ଜନ ପ୍ରଧାନ, ବବଲୁ ସିଂ, ସୋନୁ ଥିରାଣୀ, ବିମଳେନ୍ଦୁ ଭୋଳ ପ୍ରମୁଖ ଏହି ଘେରାଉ କାର୍ଯ୍ୟକ୍ରମରେ ନତୃତ୍ବ ନେଇଥିଲେ । ଭାରତୀୟ ଜନତା ପାର୍ଟିର ଶହ ଶହ କାର୍ଯ୍ୟକର୍ତ୍ତା ପୌରପରିଷଦ ଚେୟାରମ୍ୟାନ ଏବଂ ଭାଇସ୍‌ ଚେୟାରମ୍ୟାନଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ତାଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ କରିବା ପାଇଁ ଏବଂ ତୁରନ୍ତ ତାଙ୍କ ସମସ୍ତ ଅଧିକାର ରଧ କରିବା ପାଇଁ ଦାବି କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଝାରସୁଗୁଡା ପୌରପରିଷଦରେ ଦୁର୍ନୀତି, ଅଭିଯୋଗ ଆଣିଲେ କାଉନସିଲର

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲପାଳ ବ୍ରଜବନ୍ଧୁ ଭୋଇ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଠାରୁ ସ୍ମାରକପାତ୍ର ଗ୍ରହଣ କରିଥିଲେ । ଏହି ସମୟରେ ବିଜେପି ନେତା ଟଙ୍କଧର ତ୍ରିପାଠୀ ଚେତାଇ ଦେଇଥଲେ ଯେ, ଯଦି ପୌରପରିଷଦରେ ହୋଇଥିବା ଭ୍ରଷ୍ଟାଚାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲା, ତେବେ ଆନ୍ଦୋଳନ ଆହୁରି ତୀବ୍ରତର କରାଯିବ ଏବଂ ମ୍ୟୁନିସିପାଲଟିକୁ ଅଚଳ କରିଦିଆଯିବ ।

ପ୍ରକାଶଯୋଗ୍ୟ, ବିକାଶ ଆଳରେ ବେପରୁଆ କାର୍ଯ୍ୟ ଓ ଦୁର୍ନୀତି ହେଉଥିବା ନେଇ କିଛିଦିନ ପୂର୍ବରୁ ଅଭିଯୋଗ କରିଥିଲେ ଖୋଦ ବିଜେଡି କାଉନସିଲର ରାମାନ୍ନା ରାଓ । ସେ କହିଥିଲେ, "ଝାରସୁଗୁଡାରେ ଚାଲିଥିବା ଶ୍ରୀଜଗନ୍ନାଥ ଅର୍ପଣ ରଥରେ ଦୁର୍ନୀତି ହୋଇଛି । ଝାରସୁଗୁଡା ପୌରପରିଷଦରେ ମୋଟ ୨୪ ୱାର୍ଡ ପାଇଁ ୨ ଲକ୍ଷ ହିସାବରେ ୪୮ ଲକ୍ଷ ଟଙ୍କା ରାଜ୍ୟ ସରକାର ପ୍ରଦାନ କରିଛନ୍ତି । ମାତ୍ର ପୌରପରିଷଦର କିଛି ଭ୍ରଷ୍ଟାଚାରୀ ଅଧିକାରୀ ମାନେ ଏହି ଟଙ୍କାରେ ମଧ୍ୟ ବାଟ ମାରଣା କରିଛନ୍ତି । ନିୟମ ଅନୁସାରେ କାଉନସିଲର ମାନଙ୍କ ମିଟିଂ କରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା କଥା କିନ୍ତୁ ତାହା ହୋଇ ନାହିଁ ।" ଝାରସୁଗୁଡ଼ା ପୌରପରିଷଦ ଲୋକଙ୍କ ଆସ୍ଥା ସହିତ ଖେଳୁଛି ବୋଲି ସେ ଅଭିଯୋଗ ଆଣିଥିଲେ ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.