ETV Bharat / politics

‘ନବୀନ ବାବୁଙ୍କ ସରକାର ବ୍ରାଣ୍ଡ ଚୋରିରେ ପିଏଚଡ଼ି କରିଛନ୍ତି’

author img

By ETV Bharat Odisha Team

Published : Feb 8, 2024, 8:59 PM IST

BJP Targets BJD: 5T ତଥା 'ଆମ ଓଡ଼ିଶା ନବୀନ ଓଡ଼ିଶା' ଲୋଗୋ ଥିବା ବ୍ୟାଗରେ ମାଗଣା ଚାଉଳ ବଣ୍ଟନ ପ୍ରସଙ୍ଗ । କେନ୍ଦ୍ର ଯୋଜନାକୁ ଚୋରି କରି ରାଜ୍ୟ ସରକାର ବାଃ ବାଃ ନେଉଥିବା ଅଭିଯୋଗ ଆଣିଛି ବିଜେପି । ଅଧିକ ପଢନ୍ତୁ

BJP Slams State Govt
BJP Slams State Govt

BJP Slams State Govt

ଭୁବନେଶ୍ବର: 5T ତଥା 'ଆମ ଓଡ଼ିଶା ନବୀନ ଓଡ଼ିଶା' ଲୋଗୋ ଥିବା ବ୍ୟାଗରେ ମାଗଣା ଚାଉଳ ବଣ୍ଟନ ପ୍ରସଙ୍ଗ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "୫ କିଲୋ ଏବଂ ୧୦ କିଲୋ ଚାଉଳ ବ୍ୟାଗରେ ବିଜେଡି ଦେବ ଚାଉଳ । ଏ ସରକାର ଜାଣିବା ଦରକାର ଏହା କାହା ଚାଉଳ ଏବଂ କିଏ ଦେଉଛନ୍ତି । ରାଜ୍ୟ ସରକାର ଯେଉଁ ଚାଉଳ ଦେଉଛନ୍ତି ତାକୁ ତାଙ୍କ ବ୍ରାଣ୍ଡ ବ୍ୟାଗରେ ଦିଅନ୍ତୁ, ଆମର କିଛି କହିବାର ନାହିଁ । ହେଲେ ପ୍ରଧାନମନ୍ତ୍ରୀ ଦେଉଥିବା ଚାଉଳକୁ ନ ଦିଆଯାଉ ।"


ସେ ଆହୁରି ମଧ୍ୟ କହିଛନ୍ତି, "ରାଜ୍ୟରେ ଖାଦ୍ୟ ସୁରକ୍ଷା ଆଇନ ଠିକ୍ ଭାବରେ ଲାଗୁ କରାଯାଉନାହିଁ । କେନ୍ଦ୍ରର ମୋଦି ସରକାର ସମ୍ପୂର୍ଣ୍ଣ ମାଗଣାରେ ଚାଉଳ ଦେଉଛନ୍ତି । ବିଜୁ ବାବୁ ତାଙ୍କ ରାଜନୀତି କାଳରେ କେବେ ଏସବୁ କରିନାହାନ୍ତି । 5T ଏବଂ 'ଆମ ଓଡ଼ିଶା ନବୀନ ଓଡ଼ିଶା' ଲୋଗୋ ଥିବା ବ୍ୟାଗ ଦେଇ ମାଗଣା ଚାଉଳ ବଣ୍ଟନ କରିବା ନେଇ ଷଡ଼ଯନ୍ତ୍ର କରୁଛନ୍ତି । ଜିଲ୍ଲା ଅଧିକାରୀ ମଧ୍ୟ ଏପରି ଲୋଗୋ ଥିବା ବ୍ୟାଗରେ ମାଗଣା ଚାଉଳ ବଣ୍ଟନ କରିବାକୁ ଯୋଜନା କରିଛନ୍ତି । ଏ ବ୍ୟାଗରେ ରାଜ୍ୟ ସରକାର ମାଗଣା ଚାଉଳ ଦେଇପାରିବେ ନାହିଁ । ମାଗଣା ଚାଉଳ କେନ୍ଦ୍ର ଦେବ । ହେଲେ ରାଜ୍ୟ ସରକାର ବାଃ ବାଃ ନେବାକୁ ଚେଷ୍ଟା କରୁଛନ୍ତି । ଚୋରି କରିବାର ଗୋଟିଏ ସୀମା ଥାଏ। ନବୀନ ବାବୁଙ୍କ ସରକାର ଏଥିରେ ପିଏଚଡ଼ି କରିଛନ୍ତି । ବିଜେପି ପ୍ରତି ଡିଲର ପଏଣ୍ଟରେ ଏହାକୁ ବିରୋଧ କରିବ ।"

ଏହା ବି ପଢନ୍ତୁ...ଜଗନ୍ନାଥଙ୍କୁ ନେଇ ଭୋଟ ରାଜନୀତି କରିବାକୁ ଅପଚେଷ୍ଟା କରୁଛି ବିଜେଡି: ମନମୋହନ ସାମଲ

5T, 'ଆମ ଓଡ଼ିଶା ନବୀନ ଓଡ଼ିଶା' ଲୋଗୋ ଥିବା ବ୍ୟାଗକୁ ପୋଡ଼ିବ ବୋଲି ପୃଥ୍ବୀରାଜ ଚେତାବନୀ ଦେଇଛି ଦଳ । ଆସନ୍ତା କାଲିଠାରୁ ରାଜ୍ୟ ସାରା ବିଜେପି ବିରୋଧ କରିବ । ପ୍ରଥମେ ଚିଲିକା ନିର୍ବାଚନ ମଣ୍ଡଳୀରୁ ଆରମ୍ଭ କରାଯିବ ବୋଲି ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ଏପରିକି ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ବିଜେପି କହିଛି । "କେନ୍ଦ୍ର ସରକାରଙ୍କ ଯୋଜନା ଅନୁସାରେ ୩ କୋଟି ୨୬ ଲକ୍ଷ ଲୋକ ମାଗଣାରେ ଚାଉଳ ପାଉଛନ୍ତି । ରାଜ୍ୟ ସରକାର ଚାରି ଭାଗରୁ ଗୋଟେ ଭାଗ ବି ଚାଉଳ ଦେଇପାରୁନାହାନ୍ତି। ତେଣୁ ଆମେ ସତର୍କ କରାଇ ଦେଉଛୁ କେନ୍ଦ୍ର ସରକାରଙ୍କ ଯୋଜନାକୁ ହଡ଼ପ କରନ୍ତୁ ନାହିଁ । ନଚେତ୍ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରିବୁ" ବୋଲି କହି ଚେତାବନୀ ଦେଇଛନ୍ତି ପୃଥ୍ବୀରାଜ ହରିଚନ୍ଦନ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.