ETV Bharat / politics

ପ୍ରଦୀପ ପାଣିଗ୍ରାହୀଙ୍କୁ ଜନବିରୋଧୀ କହିଲେ ଭୃଗୁ ବକ୍ସି ପାତ୍ର, ପାଲଟା ଆକ୍ରମଣ କଲା ବିଜେପି - BJP Targets BJD

author img

By ETV Bharat Odisha Team

Published : Apr 29, 2024, 9:11 PM IST

BJP Targets BJD: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗସ୍ତ ପରେ ଜୋର ଧରିଛି ରାଜନୀତି । ଏନେଇ ପ୍ରଦୀପ ପାଣିଗ୍ରାହୀଙ୍କୁ ଟାର୍ଗେଟ୍ କରିଥିଲେ ଭ୍ରୁଗୁ ବକ୍ସି ପାତ୍ର । ଯାହାକୁ କାଉଣ୍ଟର କରିଛି ବିଜେପି । ଅଧିକ ପଢନ୍ତୁ

BJP Targets BJD
BJP Targets BJD

BJP Targets BJD

ଭୁବନେଶ୍ବର: ଗତକାଲି (ରବିବାର) ଓଡ଼ିଶା ଆସିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ବିଜେଡି ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ନଡ୍ଡାଙ୍କ ଗସ୍ତକୁ ସମାଲୋଚନା କରିଛନ୍ତି । "ବିଜେପିର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଠକେଇ ମାମଲାରେ ଜଡି଼ତ ଅଛନ୍ତି । ଏପରିକି ତାଙ୍କ ନାଁରେ ବିଭିନ୍ନ କେସ ଚାଲିଛି । ଏହିଭଳି ଜଣେ ବ୍ୟକ୍ତିଙ୍କ ସହ ବିଜେପି ସଭାପତି ନଡ୍ଡା ମଞ୍ଚରେ କିପରି ବସିଲେ?" ବୋଲି ପ୍ରଶ୍ନ କରିଛନ୍ତି ଭୃଗୁ ବକ୍ସିପାତ୍ର । ଯାହାକୁ କାଉଣ୍ଟର କରି ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, "ଭୃଗୁ ବକ୍ସିପାତ୍ର ଯେତେବେଳେ ବିଜେପିରେ ଥିଲେ ନିଜେ ପ୍ରଦୀପ ପାଣିଗ୍ରାହୀଙ୍କୁ ସ୍ଵାଗତ କରିଥିଲେ । ଆଜି କ'ଣ ହେଲା ?"

ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଭୃଗୁ ବକ୍ସି ପାତ୍ର ଦେଇଥିବା ମନ୍ତବ୍ୟକୁ ନେଇ ଭୃଗୁଙ୍କୁ ପାଲଟା ଆକ୍ରମଣ କରିଛି ବିଜେପି ।"ବିଜେପିରେ ଥିଲାବେଳେ ପ୍ରଦୀପଙ୍କୁ ନିଜେ ଦଳକୁ ସ୍ଵାଗତ କରିଥିଲେ ଭୃଗୁ ବକ୍ସି ପାତ୍ର । ସେତେବେଳର ଜନ ପ୍ରିୟନେତା ଏବେ କେମିତି ଜନ ବିରୋଧୀ ହେଲେ ?" ବୋଲି ପ୍ରଶ୍ନ କରିଛି ବିଜେପି । ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, "ବିଜେଡିର ସାର୍ଟିଫିକେଟ ଦରକାର ନାହିଁ । ଭୃଗୁ ନିଜେ ନିଜକୁ ଆଇନାରେ ଦେଖନ୍ତୁ । କିଏ ଭୁଲ ବିଚାର କରନ୍ତୁ।"


ଏହା ମଧ୍ୟ ପଢନ୍ତୁ...ଦକ୍ଷିଣ ଓଡ଼ିଶାର କାର୍ଯ୍ୟକର୍ତ୍ତାଙ୍କୁ ଗୋପାଳପୁରରେ ଗୁରୁମନ୍ତ୍ର ଦେଲେ ନଡ୍ଡା - BJP Workers Meeting

ଅତୀତରେ ବିଜେପିରେ ଥିବାବେଳେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଅନେକ ଥର ଭ୍ରୁଗୁ ରାଜ୍ୟ ସରକାରକୁ ଟାର୍ଗେଟ କରିଥିଲେ ବୋଲି ବିଜେପି କହିଛି । ଏହାସହ ବିଜେଡିରେ ଥିବା ଜନବିରୋଧୀ ନେତାଙ୍କ ତାଲିକା ଗଣାଇଲା ବିଜେପି। "ଶ୍ରୀକାନ୍ତ ସାହୁ, ସଞ୍ଜୟ ଦାଶବର୍ମା, ଅରୁଣ ସାହୁ, ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା, ଚିଟ ଫଣ୍ଡରେ ଫସିଥିବା ନେତା କ'ଣ ଜନ ବିରୋଧୀ ନା ଜନ ପ୍ରିୟ ବିଜେଡି ଉତ୍ତର ରଖୁ । ବିଜେଡି ସ୍ପଷ୍ଟ କରୁ ସେମାନେ ଆମଦାନୀ କରିଥିବା ନେତାମାନେ ଚଣ୍ଡାଶୋକରୁ ଧର୍ମାତ୍ମା ହୋଇଯାଇଛନ୍ତି । ଏହାସହ ବିଜେଡି ପ୍ରଚାର କରୁଛି ବିଜେପି ରାଜ୍ୟ ଓ କେନ୍ଦ୍ର ଭିତରେ ତାଳମେଳ ନାହିଁ । ସେମାନେ ଜାଣିବା ଦରକାର ଆଗରୁ ରାଜ୍ୟ ବିଜେପି ଯେଉଁ କଥା କହୁଥିଲେ ଏବେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ, ଗୃହ ମନ୍ତ୍ରୀ ମଧ୍ୟ ସମାନ କଥା କହିଲେ" ବୋଲି କହି ବିଜେଡିକୁ ଟାର୍ଗେଟ୍ କରିଛି ବିଜେପି ।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.