ETV Bharat / politics

ମୋହନ ମାଝୀଙ୍କ ଘରେ ବିଧାୟକଙ୍କ ମେଳି, ମେଣ୍ଟ ଚର୍ଚ୍ଚା ମଧ୍ୟରେ ଏକାଠିକୁ ନେଇ ବଢିଲା ସସପେନ୍ସ

author img

By ETV Bharat Odisha Team

Published : Mar 11, 2024, 9:35 PM IST

Updated : Mar 11, 2024, 10:01 PM IST

BJP MLA Meeting: ଗୋଟିଏ ପଟେ ବିଜେପି ନେତୃତ୍ବ ଦିଲ୍ଲୀ ଗସ୍ତ କରିଛନ୍ତି। ଅନ୍ୟପଟେ ରାଜ୍ୟରେ ବସିଲାଣି ବିଜେପିର ଆଉ ଏକ ବୈଠକ । 5 ବିଧାୟକ ମୋହନ ମାଝୀଙ୍କ ଘରେ ବୈଠକ କରିଥିବା ଖବର ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

BJP MLA Meeting
BJP MLA Meeting

BJP MLA Meeting

ଭୁବନେଶ୍ବର: ରାଜ୍ୟ ରାଜନୀତିରେ ହଟଚମଟ । ଗୋଟିଏ ପଟେ ବିଜେପି ନେତୃତ୍ବ ଦିଲ୍ଲୀ ଗସ୍ତ କରିଥିବାବେଳେ ଅନ୍ୟପଟେ ରାଜ୍ୟରେ ବସିଲାଣି ବିଜେପିର ଆଉ ଏକ ବୈଠକ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଘରେ ବିଜେପି ବିଧାୟକଙ୍କ ମେଳି ହୋଇଛି । ମୋହନ ମାଝୀ, କୁସୁମ ଟେଟେ, ସନାତନ ବିଜୁଳି, ଭାସ୍କର ମଢ଼େଇ, କେ ନାରାୟଣ ରାଓ ପ୍ରମୁଖ ଉପସ୍ଥିତ ରହିଛନ୍ତି । 5 ବିଧାୟକଙ୍କ ଉପସ୍ଥିତ ସୂଚନା ରହିଛି । ବୈଠକ ଚାଲୁ ରହିଥିବାବେଳେ କେଉଁ ପ୍ରସଙ୍ଗ ପାଇଁ ସେମାନେ ଏକାଠି ହୋଇଛନ୍ତି ତାହା ଜଣାପଡିନାହିଁ । ଏ ସମ୍ପର୍କରେ ମୋହନ ମାଝୀ କହିଛନ୍ତି, "ବ୍ୟକ୍ତିଗତ ଭାବରେ ବିଧାୟକମାନେ ଦେଖା କରିବାକୁ ଆସିଥିଲେ । ସେମିତି କିଛି ଆଲୋଚନା ପାଇଁ ନୁହେଁ ।" ତେବେ ମେଣ୍ଟ ଚର୍ଚ୍ଚା ଭିତରେ ବିଜେପି ବିଧାୟକଙ୍କ ବୈଠକ ସନ୍ଦେହ ଘେରକୁ ଆସିଛି ।

ରାଜ୍ୟରେ ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ଚର୍ଚ୍ଚା ଜୋର ଧରିଛି । ହେଲେ ଏଯାଏଁ ଉଭୟ ଦଳ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳୁନାହିଁ। ଏହାରି ଭିତରେ ଦିଲ୍ଲୀରେ ବସୁଛି ଘନ ଘନ ବୈଠକ । କେତେବେଳେ ବିଜେପି ତ ଆଉ କେତେବେଳେ ବିଜେଡି ନେତାମାନେ ଦିଲ୍ଲୀ ଗସ୍ତ କରୁଥିବା ସୂଚନା ମିଳିଛୁ । ବର୍ତ୍ତମାନ ପୁଣି ଥରେ ରାଜ୍ୟ ବିଜେପିର ଏକ ଟିମ୍ ଦିଲ୍ଲୀ ଗସ୍ତରେ ରହିଛନ୍ତି । ଏପରି ସ୍ଥିତିରେ ମେଣ୍ଟ ଚର୍ଚ୍ଚା ଆହୁରି ବଢିଥିବାବେଳେ ଗତକାଲି (ରବିବାର) ପୁଣି ଦିଲ୍ଲୀ ରାଜ୍ୟ ବିଜେପି ସଭାପତି ଓ ଟିମଙ୍କୁ ଦିଲ୍ଲୀରୁ ଡାକରା ଆସିଥିଲା । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ଏବଂ ବିଜେପି ରାଜ୍ୟ ସଂଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି ଦିଲ୍ଲୀ ଗସ୍ତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ମେଣ୍ଟକୁ ମନା କଲେ, ପୁଣି ଦିଲ୍ଲୀ ଗଲେ ମନମୋହନ

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରତିକ୍ରିୟାରେ କହିଥିଲେ,"ଦିଲ୍ଲୀରୁ ଯେତେବେଳେ ଡାକରା ଆସିବ ସେତେବେଳେ ଯିବୁ । କୌଣସି ବୈଠକ ସ୍ଥିର ହୋଇନାହିଁ । ଡାକରା ଆସିଲେ ଟିମ୍ ଦିଲ୍ଲୀ ଯିବ । ଶୀର୍ଷ ନେତୃତ୍ବ ନିଷ୍ପତ୍ତି ନେବେ କଣ ଆଲୋଚନା ହେବ ।"ହେଲେ ଆଜି ସନ୍ଧ୍ୟାରେ ବିଧାୟକ ମୋହନ ମାଝୀଙ୍କ ଭୁବନେଶ୍ବର ସ୍ଥିତ ବାସଭବନରେ ବସିଥିବା ବୈଠକ ପରେ ବଢିଛି ସସପେନ୍ସ । ପାଖାପାଖି 5 ବିଧାୟକ ଉପସ୍ଥିତ ଥିବା ନେଇ ସୂଚନା ମିଳିଥିବାବେଳେ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଛି ତାହା ବର୍ତ୍ତମାନ ସମୟର ବଡ଼ ପ୍ରଶ୍ନ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 11, 2024, 10:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.