ETV Bharat / politics

ବିଜେପି ଲୋକସଭା ପ୍ରାର୍ଥୀ ନବ ଚରଣ ମାଝୀଙ୍କ ଜିଲ୍ଲାର ବିଭିନ୍ନ ମନ୍ଦିର ପରିଦର୍ଶନ - LOKSABHA ELECTION 2024

author img

By ETV Bharat Odisha Team

Published : Mar 27, 2024, 7:58 PM IST

BJP LS Candidate Naba Charan Majhi: ମୟୂରଭଞ୍ଜ ଜିଲ୍ଲାରୁ ଲୋକସଭା ବିଜେପି ପ୍ରାର୍ଥୀ ନବ ଚରଣ ମାଝୀ ଆଜି ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦା ସ୍ଥିତ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ଆସି ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ । 2019 ମସିହାରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ନବ ଚରଣ ମାଝୀ । ଅଧିକ ପଢନ୍ତୁ

ବିଜେପି ଲୋକସଭା ପ୍ରାର୍ଥୀ ନବ ଚରଣ ମାଝୀଙ୍କ ଜିଲ୍ଲାର ବିଭିନ୍ନ ମନ୍ଦିର ପରିଦର୍ଶନ
ବିଜେପି ଲୋକସଭା ପ୍ରାର୍ଥୀ ନବ ଚରଣ ମାଝୀଙ୍କ ଜିଲ୍ଲାର ବିଭିନ୍ନ ମନ୍ଦିର ପରିଦର୍ଶନ

ବିଜେପି ଲୋକସଭା ପ୍ରାର୍ଥୀ ନବ ଚରଣ ମାଝୀଙ୍କ ଜିଲ୍ଲାର ବିଭିନ୍ନ ମନ୍ଦିର ପରିଦର୍ଶନ

ରାଇରଙ୍ଗପୁର: ଗତ 24 ତାରିଖରେ ଲୋକସଭା ସାଂସଦ ପ୍ରାର୍ଥୀ ମାନଙ୍କ ନାମ ଘୋଷଣା କରିଥିଲା ଭାରତୀୟ ଜନତା ପାର୍ଟି । ତେବେ ମୟୂରଭଞ୍ଜ ଜିଲ୍ଲାରୁ ଲୋକସଭା ସାଂସଦ ପ୍ରାର୍ଥୀ ଭାବେ ବିଜେପି ପ୍ରାର୍ଥୀ ନବ ଚରଣ ମାଝୀଙ୍କ ନାମ ଘୋଷଣା ପରେ ଆଶୀର୍ବାଦ ନିମନ୍ତେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ମନ୍ଦିର ଦର୍ଶନ କରିଛନ୍ତି ନବ ଚରଣ ମାଝୀ । ଲୋକସଭା ସାଂସଦ ବିଜେପିର ପ୍ରାର୍ଥୀ ହେବା ପରେ ଆଜି ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦା ସ୍ଥିତ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ଆସି ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ । ଏଥି ସହିତ ମୟୂରଭଞ୍ଜର ଅଧିଷ୍ଠାତ୍ରୀ ଦେବୀ ମା ଦୁର୍ଗାଙ୍କ ଦର୍ଶନ କରି ଆଶୀର୍ବାଦ ପ୍ରାପ୍ତ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା କରିଥିଲେ । ପରେ ବିଜେପି କର୍ମୀଙ୍କୁ ଭେଟି ନିର୍ବାଚନରେ କିଭଳି ବିଜୟ ଲାଭ କରିବା ସହ ନିର୍ବାଚନ ରଣନୀତି କ'ଣ ରହିବ ସେ ନେଇ ଅଧିକ ଆଲୋଚନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ... ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଭୁବନେଶ୍ବରରୁ ଅପରାଜିତାଙ୍କୁ ଜିତାଇବାକୁ ପଡ଼ିବ: ଅପରାଜିତା ଷଡଙ୍ଗୀ - LOKSABHA ELECTION 2024

ସେହିପରି ମୋରଡ଼ା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଶୈବ ପୀଠ ଦର୍ଶନ କରିବା ସହ ସେଠାକାର କର୍ମୀ ମାନଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ତେବେ 2019 ମସିହାରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ବିଧାୟକ ଭାବେ ନିର୍ବାଚିତ ହେବା ପରେ ଅଞ୍ଚଳ ପାଇଁ ବିକାଶ କାର୍ଯ୍ୟ କରିଥିବା ସହିତ ସମସ୍ତଙ୍କ ସହ ଭଲ ସମ୍ପର୍କ ଥିବାରୁ ଭାରତୀୟ ଜନତା ପାର୍ଟି ଆଜି ସମଗ୍ର ଜିଲ୍ଲାର ଦାୟିତ୍ବ ତୁଲାଇବା ପାଇଁ ସାଂସଦ ପ୍ରାର୍ଥୀ ଭାବେ ତାଙ୍କ ନାଁ ଘୋଷଣା କରିଛି ବୋଲି କହିଛନ୍ତି ନବ ଚରଣ ମାଝୀ । ସୂଚନା ଥାଉକି, ୨୦୧୯ ମସିହାରେ ରାଇରଙ୍ଗପୁର ବିଧାନସଭା ଆସନ ବିଜେପି ହାତକୁ ଯାଇଥିଲା । ନବ ଚରଣ ମାଝୀ ରାଇରଙ୍ଗପୁର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ତେବେ ବିଜେଡି ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ପରାଜୟ ବରଣ କରିଥିଲା ।

୨୦୧୯ ସାଧାରଣ ନିର୍ବାଚନରେ ନବ ଚରଣ ମାଝୀ ବିଧାୟକ ପ୍ରାର୍ଥୀ ଭାବରେ ବିଜେପି ପକ୍ଷରୁ ନିର୍ବାଚନରେ ବିଧାନସଭା ଆସନ ପାଇଁ ଲଢିଥିଲେ । ଯେଉଁ ଥିରେ କେନ୍ଦ୍ରର ମୋଦି ଲହରୀରେ ୬୦ ହଜାର ୯୦୧ ଭୋଟ ହାତେଇ ବିଜୟ ପତାକା ଉଡାଇଥିଲେ । ସର୍ବ ପ୍ରଥମେ ସେ ଆଜସୁ ପାର୍ଟିରେ ଯୋଗ ଦେଇଥିଲେ । ରାଇରଙ୍ଗପୁର କଲେଜରେ ସେ ଆଜସୁ ପାର୍ଟିର ଛାତ୍ର ନେତା ଥିଲେ । ୨୦୦୮ ମସିହାରୁ ୨୦୧୩ ମସିହା ପର୍ଯ୍ୟନ୍ତ ସେ ରାଇରଙ୍ଗପୁର ଏନଏସି ରେ ଅଧ୍ୟକ୍ଷ ରହିଥିଲେ । ତେବେ ୨୫ ବର୍ଷ ରୁ ଉର୍ଦ୍ଧ ହେବ ସେ ଭାରତୀୟ ଜନତା ପାର୍ଟିର ଜଣେ ସକ୍ରିୟ ସଦସ୍ୟ ଭାବେ ଅଛନ୍ତି । ପୂର୍ବରୁ ନବ ଚରଣ ମାଝୀ ମୟୂରଭଞ୍ଜ ଜିଲ୍ଲା ସଭାପତି ଥିବାବେଳେ ବର୍ତ୍ତମାନ ନବ ଚରଣ ମାଝୀ ବିଜେପିରେ ରାଜ୍ୟ ମୁଖପାତ୍ର ଭାବେ ଦାୟିତ୍ଵ ତୁଲାଉଛନ୍ତି । ତେବେ ଆଗାମୀ ନିର୍ବାଚନରେ ପୁଣି ବିଜେପି ବିଜୟ ର ଧ୍ବଜା ଉଡାଇବ ବୋଲି କହିଛନ୍ତି ରାଇରଙ୍ଗପୁର ବିଧାୟକ ଏବଂ ବିଜେପି ଲୋକ ସଭା ସାଂସଦ ପ୍ରାର୍ଥୀ ନବ ଚରଣ ମାଝୀ ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.