ETV Bharat / politics

ବିଜେଡ଼ି ମିଶ୍ରଣ ପର୍ବ: ଦଳରେ ଯୋଗ ଦେଲେ ଭୁବନେଶ୍ୱର ଉତ୍ତରର ବିଜେପି ନେତା ଓ କର୍ମୀ - BJD Joining Program

author img

By ETV Bharat Odisha Team

Published : Apr 25, 2024, 6:53 AM IST

BJD Joining Program: ଆଜି ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ବିଜେପି ନେତା ଓ କର୍ମୀ ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ କାର୍ଯ୍ୟକ୍ରମରେ ବିଜେଡିରେ ଯୋଗ ଦେଇଛନ୍ତି। ଅଧିକ ପଢ଼ନ୍ତୁ,

ବିଜେଡ଼ି ମିଶ୍ରଣ ପର୍ବ
ବିଜେଡ଼ି ମିଶ୍ରଣ ପର୍ବ

ବିଜେଡ଼ି ମିଶ୍ରଣ ପର୍ବ

ଭୁବନେଶ୍ବର: ବିଜେଡିରେ ସାମିଲ ହେଲେ ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ବିଜେପି ନେତା ଓ କର୍ମୀ। ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ କାର୍ଯ୍ୟକ୍ରମରେ ସେମାନେ ଦଳରେ ମିଶିଛନ୍ତି । ଦଳରେ ସାମିଲ ହୋଇଥିବା ସମସ୍ତ ବିଜେପି ନେତା ଓ କର୍ମୀଙ୍କୁ ବିଜେଡି ନେତା ଉତ୍ତରୀୟ ଦେଇ ବିଜେଡିକୁ ସ୍ୱାଗତ କରିଛନ୍ତି । ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ବିଜେଡି ଆଶା ରଖିଛି । ବିଜେଡିରେ ସାମିଲ ନେତା କହିଛନ୍ତି "ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟରେ ଆମେ ସନ୍ତୁଷ୍ଟ । ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଆମେ ଅନୁପ୍ରାଣିତ । ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛୁ । ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟ କରୁଛନ୍ତି । ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ ।" ବିଜେଡିରେ ସାମିଲ ନେତା ଆହୁରି ମଧ୍ୟ କହିଛନ୍ତି ଯେ, ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ । ଏହି ମିଶ୍ରଣ ପର୍ବରେ ମତ୍ସ୍ୟ ନିଗମ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପାତ୍ର, ଉତ୍ତର ନିର୍ବାଚନମଣ୍ଡଳୀ ସଭାପତି ସୂର୍ଯ୍ୟକାନ୍ତୀ ଜେନା, ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସାଧାରଣ ସମ୍ପାଦକ ମନୋଜ ସାହୁ, ୬ନଂ ୱାର୍ଡ଼ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ, ୧୩ନଂ ୱାର୍ଡ଼ କର୍ପୋରେଟର ଇତିଶ୍ରୀ ଦାସ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ... ବିଜେଡି ଛାଡିଲେ ହିନ୍ଦୋଳ ବିଧାୟିକା: ଦଳ ଅନ୍ୟାୟ କରିଥିବା ଅଭିଯୋଗ, ପଦ୍ମ ଧରିବା ନେଇ ଚର୍ଚ୍ଚା ଜୋର - MLA Simarani Naik Quits BJD

ଏହି ମିଶ୍ରଣ ପର୍ବରେ ବିଜେପି ଉତ୍ତର ଗ୍ରାମୀଣ ମଣ୍ଡଳ ସଭାପତି ଯତୀନ୍ଦ୍ର ମହାନ୍ତି, ବିଜେପି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ଉପସଭାପତି ଅକ୍ଷୟ କୁମାର ପତି, ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା କୃଷକ ମୋର୍ଚ୍ଚା ଜେନେରାଲ ସେକ୍ରେଟାରୀ ମନୋଜ ସାସମଲ, ଗ୍ରାମୀଣ ମଣ୍ଡଳ ଜେନେରାଲ ସେକ୍ରେଟାରୀ ପ୍ରିୟରଞ୍ଜନ କରଶର୍ମା, ପୂର୍ଣ୍ଣିମା ମିଶ୍ର, ଲିଲିବାଳା ରାଉତ, ପବିତ୍ର କୁମାର ଦାସ, ପୂର୍ଣ୍ଣଚନ୍ଦ୍ର ଭୋଇ, ଅକ୍ଷୟ କାଣ୍ଡି, ସନ୍ତୋଷ ତ୍ରିପାଠୀ, ବିଭୂତି ମହାନ୍ତି ପ୍ରମୁଖ ବିଜେଡିରେ ଯୋଡି ହୋଇଛନ୍ତି । ସେହିପରି ରଞ୍ଜିତା ଦାସ, ପଦ୍ମିନ ଗଉଡ଼, ବ୍ରଜ କିଶୋର ସାହୁ, ଦାମୋଦର ବେହେରା, ସୁଶାନ୍ତ କୁମାର ସାବତ, ରମାମଣୀ ସାହୁ, ଶ୍ୟାମ ସୁନ୍ଦର ପାଇକରାୟ, ପ୍ରଫୁଲ୍ଲ ବେହେରା, ମାନସ କୁମାର ମହାନ୍ତି, ଅଞ୍ଜନା ସାହୁ, ସ୍ନେହାଶ୍ରୀ ବେହେରା, ଜିତେନ୍ଦ୍ର କୁମାର ରାଉତ, ରଞ୍ଜିତ ନାୟକ, ଦେବପ୍ରସାଦ ମହାନ୍ତି, ସଞ୍ଜୀବ ବିଶୋଇ, ସଞ୍ଜୟ କୁମାର ଦାସଙ୍କ ସହ ଶତାଧିକ ବିଜେପି କର୍ମୀ ପ୍ରମୂଖ ବିଜେଡ଼ିରେ ସାମିଲ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.