ETV Bharat / politics

ଅପରାଜିତାଙ୍କ ଗୁଣ୍ଡାବାହିନୀର ପ୍ରାଇଭେଟ ପିଏସଓ ସାଜିଛନ୍ତି ପ୍ରଶାନ୍ତ ଜଗଦେବ: ବିଜେଡି - BJD Targets Aparajita

author img

By ETV Bharat Odisha Team

Published : May 1, 2024, 8:23 PM IST

BJD Press Meet: ପ୍ରେସମିଟ୍‌ କରି ଅପରାଜିତାଙ୍କୁ ଟାର୍ଗେଟ କଲା ବିଜେଡି । ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ବିଗତ ୫ ବର୍ଷରେ ଅପରାଜିତା କଣ କରିଛନ୍ତି ବୋଲି ପ୍ରଶ୍ନ କଲେ ବିଜେଡି ମୁଖପାତ୍ର ଇପ୍ସିତା ସାହୁ । ଅଧିକ ପଢ଼ନ୍ତୁ

BJD Press Meet
BJD Press Meet

BJD Press Meet

ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ହେଉଛନ୍ତି ବିକାଶ ବିରୋଧୀ । ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛି ବିଜୁ ଜନତା ଦଳ । ଅପରାଜିତା କେବଳ ହାଇଭୋଲଟେଜ ଡ୍ରାମା କରନ୍ତି, ଫଟୋ ଉଠେଇବା ଛଡା ସେ ଆଉ କିଛି ଜାଣନ୍ତି ନାହିଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଇପ୍ସିତା ସାହୁ । ବିକାଶର ସଂସ୍କୃତିକୁ ଛାଡି ଅପରାଧୀକ ସଂସ୍କୃତି ଅପଣାଇବାରେ ଅପରାଜିତା ମାହିର ବୋଲି ସେ କହିଛନ୍ତି । ଏପରିକି ଅପରାଜିତାଙ୍କ ଗୁଣ୍ଡାବାହିନୀର ପ୍ରାଇଭେଟ ପିଏସଓ ପ୍ରଶାନ୍ତ ଜଗଦେବ ସାଜିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ବିଜେଡି ମୁଖପାତ୍ର ଇସ୍ପାତା ସାହୁ କହିଛନ୍ତି, "ଓଡ଼ିଆ ସଂସ୍କୃତିର ଜ୍ଞାନ ବାଣ୍ଟୁଥିବା ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅସଲ ଚେହେରା ଅତ୍ୟନ୍ତ ସାଙ୍ଘାତିକ । ଶ୍ରୀମନ୍ଦିର ଓ ଏକାମ୍ର ପରିକ୍ରମା ପ୍ରକଳ୍ପ ଅଟକାଇବାକୁ ଷଡ଼ଯନ୍ତ୍ର ହୋଇଥିଲା । କାମ ଅଟକାଇବାକୁ ଶତଚେଷ୍ଟା ହୋଇଥିଲା । ଏହାର ମୁଖ୍ୟ କାର୍ପଟଦାର ଥିଲେ ଅପରାଜିତା ଷଡଙ୍ଗୀ । ସେଥିପାଇଁ ଆମେ ପଚାରୁଛୁ, ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ଅପରାଜିତାଙ୍କର ଅବଦାନ କଣ ? ବିଗତ ୫ ବର୍ଷରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ସେ କଣ କରିଛନ୍ତି ?"

ଇପ୍ସିତା ଆହୁରି ମଧ୍ୟ କହିଛନ୍ତି, "ବିକାଶ ବିରୋଧୀ ହେଉଛନ୍ତି ଅପରାଜିତା । ସେ କେବଳ ହାଇଭୋଲଟେଜ୍‌ ଡ୍ରାମା କରନ୍ତି । ଫଟୋ ଉଠେଇବା ଛଡ଼ା ସେ ଆଉ କିଛି ଜାଣନ୍ତି ନାହିଁ । ବିକାଶର ସଂସ୍କୃତିକୁ ଛାଡି ଅପରାଧୀକ ସଂସ୍କୃତି ଅପଣାଇବାରେ ମାହିର ଅପରାଜିତା । ଅପରାଜିତାଙ୍କ ଗୁଣ୍ଡାବାହିନୀର ପ୍ରାଇଭେଟ ପିଏସଓ ସାଜିଛନ୍ତି ପ୍ରଶାନ୍ତ ଜଗଦେବ । ସେହି ପ୍ରଶାନ୍ତ ଅପରାଜିତାଙ୍କ ଦଳର କର୍ମୀଙ୍କୁ ମାତାଲ ଅବସ୍ଥାରେ ଗାଡି ମଡାଇ ଦେଇଥିଲେ । ସେହିପରି ଖୋର୍ଦ୍ଧାର ସ୍ଥାନୀୟ ନେତାଙ୍କୁ ପ୍ରଶାନ୍ତ ବାଡେଇଥିଲେ । ଅପରାଜିତା ପ୍ରଶାନ୍ତଙ୍କ ଭଳି ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତିଙ୍କୁ ଦଳକୁ ସାଉଁଟି ଆଣିଥିଲେ । ମୁଣ୍ଡରେ ମୁଣ୍ଡେଇଲେ । ଦଳୀୟ ଟିକେଟ ମଧ୍ୟ ଦେଲେ । ଏହା ହେଉଛି ଅପରାଜିତାଙ୍କ ବିକାଶର ମଡେଲ ।"

ଏହା ମଧ୍ୟ ପଢ଼ନ୍ତୁ...'ମୁଁ ପଛେ ହାରିଯାଏ, କିନ୍ତୁ ଅପରାଜିତାଙ୍କୁ ପାଇକ ମାଟିରୁ ହରାଇ ବିଦା କରିବି' - Kalu Charan Targets Aparajita

ସେ ଏହା ମଧ୍ୟ କହିଛନ୍ତି, "ଅପରାଜିତାଙ୍କୁ ଯେତେବେଳେ ଭୁବନେଶ୍ବର ସଂସଦୀୟ ଲୋକ ଖୋଜିଛନ୍ତି, ସେତେବେଳେ ତାଙ୍କୁ କ୍ୟାମେରା ସାମ୍ନାରେ ପାଇଛନ୍ତି । ସୁବିଧା ଅସୁବିଧା ସମୟରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ର ଲୋକ ତାଙ୍କୁ ପାଇନାହାନ୍ତି । ଆଜି ନିଖୋଜ ସାଂସଦଙ୍କ ବାବଦରେ ପ୍ରଶ୍ନ ପଚାରୁଛନ୍ତି । ଆଜି ଅପରାଜିତା ପ୍ରଳାପ କରୁଥିବା ଜନସାଧାରଣଙ୍କ ମୁହଁରୁ ଜଣାପଡୁଛି । ଭୁବନେଶ୍ବର ବାସିନ୍ଦା ଜାଣିସାରିଲେଣି, ଅପରାଜିତା ବିକାଶ ବିରୋଧୀ । ତାଙ୍କୁ ଭୁବନେଶ୍ବରବାସୀ କ୍ଷମା ଦେବେ ନାହିଁ । ଜୁନ ୪ରେ ଭୁବନେଶ୍ବର ଲୋକେ ଉଚିତ ଜବାବ ଦେବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.