ETV Bharat / politics

ରାଉରକେଲାରେ ବିଜେଡିର ବିଶାଳ ରାଲି, ପ୍ରଚାର ମୈଦାନରେ ସାରଦା - Rourkela Assembly Constituency

author img

By ETV Bharat Odisha Team

Published : Apr 10, 2024, 7:44 AM IST

Rourkela Assembly Constituency: ଆଗକୁ ନିର୍ବାଚନ ଥିବାରୁ ପ୍ରଚାରରେ ଲାଗି ପଡ଼ିଛନ୍ତି ପ୍ରାର୍ଥୀ । ବିଜେଡ଼ିର ବରିଷ୍ଠ ନେତା ସାରଦା ନାୟକ ରାଉରକେଲାରେ ପ୍ରଚାର କରିବା ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଅଧିକ ପଢ଼ନ୍ତୁ

ରାଉରକେଲାରେ ସାରଦା ନାୟକଙ୍କ ଶକ୍ତି ପ୍ରଦର୍ଶନ
ରାଉରକେଲାରେ ସାରଦା ନାୟକଙ୍କ ଶକ୍ତି ପ୍ରଦର୍ଶନ

ରାଉରକେଲାରେ ସାରଦା ନାୟକଙ୍କ ଶକ୍ତି ପ୍ରଦର୍ଶନ

ରାଉରକେଲା: ରାଜ୍ୟରେ ବଢିଲାଣି ରାଜନୈତିକ ଉଷ୍ମତା । ନିର୍ବାଚନର ପାଖେଇବା ସାଙ୍ଗକୁ ପ୍ରଚାରରେ ଲାଗି ପଡ଼ିଛନ୍ତି ପ୍ରାର୍ଥୀ । ସେପଟେ ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ରାଉରକେଲା ନିର୍ବାଚନ ମଣ୍ଡଳୀ । ଗତକାଲି(ମଙ୍ଗଳବାର) ବିଜେଡ଼ିର ବରିଷ୍ଠ ନେତା ସାରଦା ନାୟକ ରାଉରକେଲା ଆସି ପ୍ରଚାର କରି ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଦେଖିବାକୁ ମିଳିଛି । ସାରଦା ନାୟକ ଏକ ବିଶାଳ ରାଲି କରି ରାଉରକେଲାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ରାଲିରେ ବହୁ ସଂଖ୍ୟାରେ ସାରଦାଙ୍କ ସମର୍ଥକ ମଧ୍ୟ ଆସି ଯୋଗ ଦେଇଥିବା ଦେଖିବାକୁ ମିଳିଛି ।

ରାଉରକେଲା ଆସନ ପାଇଁ ପ୍ରାର୍ଥୀ ଭାବରେ ପୁନଃ ସାରଦା ନାୟକଙ୍କୁ ଭରସା କରିଛି ବିଜେଡି । ପ୍ରାର୍ଥୀ ପତ୍ର ଘୋଷଣା ହେବା ପରେ ମନ୍ଦିର ଯାଇ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ସାରଦା ନାୟକ । ଗତକାଲି ରାଉରକେଲା ରେଳଷ୍ଟେସନ ହନୁମାନ ମନ୍ଦିର ଯାଇ ଦର୍ଶନ କରିବା ସହ ଲୋକଙ୍କ ସହ ସାକ୍ଷାତ ପରେ ପ୍ରଚାର ଆରମ୍ଭ କରିଛନ୍ତି । ରାଉରକେଲା ସହରରେ ବିଜେଡି ପକ୍ଷରୁ ଆୟୋଜନ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଗତକାଲି ରାଉରକେଲାରେ ବିଜେଡି ଦଳର ଏକ ବୈଠକ ଆୟୋଜନ କରାଯାଇଛି । ଏହି ବୈଠକରେ ଜିଲ୍ଲାରେ ବିଜେଡିର କାର୍ଯ୍ୟକ୍ରମ ଏବଂ ନିର୍ବାଚନରେ ରଣନୀତି ନେଇ ଆଲୋଚନା ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ.... କଟକ-ବାରବାଟୀରେ ନିର୍ବାଚନୀ ଉଷ୍ମତା; ପ୍ରଚାର ଆରମ୍ଭ କଲା ବିଜେଡି, କଂଗ୍ରେସ କହିଲା ଆମର ସରିଲାଣି - Barabati Cuttack Assembly

ଅନ୍ୟପଟେ କଟକ ବାରବାଟୀ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଚାର ଆରମ୍ଭ କରିଛି ବିଜେଡି । ଚଳିତ ନିର୍ବାଚନରେ ବାରବାଟୀ କଟକରେ କଂଗ୍ରେସର ପଲା ଭାରି ରହିବ ବୋଲି କୁହାଯାଉଛି । କାହିଁକିନା ଏଠାରେ ବର୍ତ୍ତମାନ ବିଧାୟକ ରହିଛନ୍ତି କଂଗ୍ରେସର ମହମ୍ମଦ ମୋକିମ । କିନ୍ତୁ ଏହି ଆସନ ଦଖଲ କରିବାକୁ ବିଜେଡି ଏବଂ ବିଜେପି ନିଜ ନିଜର ଶକ୍ତି ଲଗାଇଦେବ ବୋଲି କୁହାଯାଉଛି । ପ୍ରକାଶ ବେହେରା ବାରବାଟୀ କଟକ ଆସନ ପାଇଁ ନୂଆ ଚେହେରା ହୋଇଥିବା ବେଳେ ବିଜେଡି ନିଜର କର୍ମକର୍ତ୍ତାଙ୍କୁ ନେଇ ନିର୍ବାଚନ ଲଢ଼ିବାକୁ ପରାମର୍ଶ ଦେଇଛି । ଅନ୍ୟପଟେ କଂଗ୍ରେସ ମଧ୍ୟ ଏହି ପ୍ରକ୍ରିୟାରୁ ବାଦ୍ ପଡିନାହିଁ । ଦଳ ଏହି ଆସନରେ ପ୍ରାର୍ଥୀ ଘୋଷଣା କରିନଥିଲେ ମଧ୍ୟ ମୋକିମ ହିଁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.