ETV Bharat / politics

ନିର୍ବାଚନ ପୂର୍ବରୁ ମିଶ୍ରଣ ପର୍ବ, ବିଜେଡିରେ ମିଶିଲେ ଶତାଧିକ କର୍ମୀ

author img

By ETV Bharat Odisha Team

Published : Jan 21, 2024, 8:38 PM IST

Mishran Parba of BJD: ଝାରସୁଗୁଡ଼ାରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ବିଜେଡିରେ ମିଶିଛନ୍ତି ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ। ଅଧିକ ପଢନ୍ତୁ

Mishran Parba of BJD
ବିଜେଡିର ମିଶ୍ରଣ ପର୍ବ

ବିଜେଡିର ମିଶ୍ରଣ ପର୍ବ

ଝାରସୁଗୁଡ଼ା: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଜେଡିର ମାଷ୍ଟର ଷ୍ଟ୍ରୋକ୍ । ବିଜେଡିରେ ଯୋଗଦେଲେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ । ଝାରସୁଗୁଡା ନିର୍ବାଚନ ମଣ୍ଡଳୀର କିର୍ମିରା ପଡ଼ିଆରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ନୀତି ଏବଂ ଆଦର୍ଶରେ ଅନୁପ୍ରାଣିତ ହୋଇ ହଜାର ହଜାର ବ୍ୟକ୍ତି ଆଜି ଦଳରେ ସାମିଲ ହୋଇଥିବା କହିଛନ୍ତି । ଏହି ମିଶ୍ରଣ ପର୍ବରେ ବିଜେଡିର ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଝାରସୁଗୁଡ଼ା ବିଧାୟିକା ସୁଶ୍ରୀ ଦୀପାଲି ଦାଶ, ନବ ଦାସ ଫାଉଣ୍ଡେସନ ଅଧ୍ୟକ୍ଷ ବିଶାଲ ଦାସ ଏବଂ ଅନ୍ୟାନ୍ୟ ବିଜେଡି ବରିଷ୍ଠ ମଣ୍ଡଳୀ ଉପସ୍ଥିତ ରହିଛନ୍ତି ।

ଚୂଡାନ୍ତ ଭୋଟର ତାଲିକା-୨୦୨୪ ପ୍ରକାଶିତ ହୋଇସାରିଛି । ତାଲିକା ଅନୁଯାୟୀ, ଜିଲ୍ଲାରେ ମୋଟ୍ ଭୋଟର ସଂଖ୍ୟା ୪ଲକ୍ଷ ୩୯ହଜାର ୧୩୬ ହୋଇଥିବାବେଳେ ୨ ଲକ୍ଷ ୨୦ହଜାର ୫୧୫ ଜଣ ପୁରୁଷ, ୨ଲକ୍ଷ ୧୮ହଜାର ୫୪୮ ଜଣ ମହିଳା ଓ ୭୩ଜଣ ତୃତୀୟ ଲିଙ୍ଗ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ପୁରୁଷ ଭୋଟର ସଂଖ୍ୟା ୧ଲକ୍ଷ ୧୧ହଜାର ୪୩୧, ମହିଳା ଭୋଟର ସଂଖ୍ୟା ୧ଲକ୍ଷ ୧୩ହଜାର ୨୧୩ ଓ ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା ୫୮ ରହିଛନ୍ତି । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କିର୍ମିରା ବ୍ଲକର ଶହଶହ ବିଜେଡି କର୍ମୀ ଅନ୍ୟ ଦଳକୁ ଯାଇଥିଲେ । ତେବେ ଆଜି ବିରୋଧୀ ଦଳରୁ ସେମାନେ ଫେରି ଆସିଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ...ବଳ ଗୋଟାଉଛି ବିଜେପି, ପଦ୍ମ ଧରିଲେ ଏକାଧିକ ବିଜେଡି ନେତା

ଏହା ସହିତ କିର୍ମିରା ବ୍ଲକର ସୁଲାହି, ନିକତି ମାଲ, ଝାରମୁଣ୍ଡା, ଭୀମଯୋର, ବାବୁ ଚିପିଡିହି, କୁଲାବିରା ବ୍ଲକ ଅଧିନସ୍ଥ ରଘୁନାଥପାଲି, ଅର୍ଡାରୁ କର୍ମୀମାନେ ସାମିଲ ହୋଇଛନ୍ତି । ଏହା ସହିତ ଝାରସୁଗୁଡ଼ା ବ୍ଲକ ଅନ୍ତର୍ଗତ ଜମେରା, ମରାକୁଟା, ଏଚ୍ କଟାପାଲି, ବଡ଼ମାଲ, ବୃନ୍ଦାମାଲ ଶ୍ରୀପୁରା, ହିର୍ମା, ରାଉତବନ୍ଧର ବିଜେପି ଓ କଂଗ୍ରେସ ଦଳର ହଜାର ହଜାର କର୍ମୀ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

"ଆଗକୁ ଝାରସୁଗୁଡ଼ାରେ ବିଜେଡି ଏମିତି ବିକାଶମୂଳକ କାମ ଜାରି ରଖିବ ବୋଲି ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ କହିଛନ୍ତି । ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ,"ଭାରତୀୟ ଜନତା ପାର୍ଟି ଓ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ମିଥ୍ୟା ପ୍ରଲୋଭନ ଦେଇ ଭୁଆଁ ବୁଲାଇବାରେ ଲାଗିଛନ୍ତି। ଯାହା ସମସ୍ତ ଜନସାଧାରଣ ଜାଣି ସାରିଛନ୍ତି । ବିଜୁ ଜନତା ଦଳ ଲୋକଙ୍କ ହିତ ପାଇଁ କାର୍ଯ୍ୟ କରିଆସୁଛି ।" ସେପଟେ ଅନ୍ୟ ଦଳରୁ ଆସି ବିଜେଡିରେ ଯୋଗ ଦେବାକୁ ଚାହୁଁଥିବା କର୍ମୀଙ୍କୁ ବିଜେଡି ସ୍ବାଗତ କରିବ ବୋଲି କହିଛନ୍ତି ବିଧାୟିକା ଦୀପାଳିଙ୍କ ଭାଇ ତଥା ନବ ଦାସ ଫାଉଣ୍ଡେସନ ଅଧ୍ୟକ୍ଷ ବିଶାଲ ଦାସ ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.