ETV Bharat / politics

ଘରେ ଘରେ ପିଇବା ପାଣି ଯୋଗାଇବାରେ ବିଫଳ ରାଜ୍ୟ ସରକାର: ବିଜେପି - MLA Mukesh Mahaling Press Meet

author img

By ETV Bharat Odisha Team

Published : Mar 23, 2024, 4:30 PM IST

MLA Mukesh Mahaling Press Meet: ରାଜ୍ୟରେ ଜଳ ସଙ୍କଟ, ପିଇବା ପାଣି ସମସ୍ୟାକୁ ନେଇ ରାଜ୍ୟ ସରକାର ଉପରେ ବର୍ଷିଲା ବିଜେପି । ଜଣେ ଡଣେ ଠିକାଦାରକୁ 8ରୁ ଅଧିକ କାମ ଦିଆଯାଇଥିବାରୁ କାମ ଠିକ ସମୟରେ ସରୁନି କହିଲେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ । ଅଧିକ ପଢନ୍ତୁ

MLA Mukesh Mahaling Press Meet
MLA Mukesh Mahaling Press Meet

ଘରେ ଘରେ ପାଣି ଯୋଗାଇବାରେ ବିଫଳ ରାଜ୍ୟ ସରକାର: ବିଜେପି

ଭୁବନେଶ୍ବର: ରାଜ୍ୟରେ ପିଇବା ପାଣି ସମସ୍ୟା ନେଇ ସରକାରଙ୍କୁ ଭର୍ତ୍ସନା କଲେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ । ଘରେ ଘରେ ପାଣି ଯୋଗାଇବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । କେନ୍ଦ୍ର ପଇସା ଦେବାରେ ଅବହେଳା କରିନାହାନ୍ତି । ହେଲେ ବାଧକ ସାଜିଛନ୍ତି ଓଡ଼ିଶା ସରକାର । ରାଜ୍ୟରେ ଜଳ ସଙ୍କଟ, ପିଇବା ପାଣି ସମସ୍ୟା ଏବଂ ପରିବେଶ ପ୍ରଦୂଷଣକୁ ନେଇ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏପରି କହିଛନ୍ତି ।

ଗତକାଲି ଏକାକୀ ଲଢେଇ ନିଷ୍ପତ୍ତି ପରେ ରାଜ୍ୟ ସରକାରଙ୍କୁ ପୁଣି ବିଜେପି ଟାର୍ଗେଟ କରିଛି । କିଛି ଦିନ ବ୍ୟବଧାନ ପରେ ପୁଣି ପରସ୍ପରକୁ ଟାର୍ଗଟେ କରିବା ଆରମ୍ଭ କରିଦେଇଛନ୍ତି ଦୁଇ ଦଳ । ପିଇବା ପାଣି ନେଇ ସରକାରଙ୍କୁ ଘେରିଛି ବିଜେପି । ରାଜ୍ୟରେ ପିଇବା ପାଣି ସମସ୍ୟା ନେଇ ସରକାରଙ୍କୁ ଭର୍ତ୍ସନା କରି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି, "ଘରେ ଘରେ ପାଣି ଯୋଗାଇବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । କେନ୍ଦ୍ର ପଇସା ଦେବାରେ ଅବହେଳା କରିନାହିଁ । ହେଲେ ବାଧକ ସାଜିଛନ୍ତି ଓଡ଼ିଶା ସରକାର । ଘରେ ଘରେ ପିଇବା ପାଣି ପାଇଁ ପ୍ରଧାନମନ୍ତ୍ରୀ ଜଳ ଜୀବନ ମିଶନରେ ଟଙ୍କା ଆସିଛି ହେଲେ ଓଡ଼ିଶା ସରକାରଙ୍କ ଠିକାଦାର । ପୋଷା ନୀତି ଯୋଗୁଁ କାମ ହୋଇପାରୁନି । ଜଣେ ଜଣେ ଠିକାଦାରକୁ ୮ରୁ ଅଧିକ କାମ ଦେଇଛନ୍ତି ରାଜ୍ୟ ସରକାର । ସେଥିପାଇଁ ଟାଇମରେ କାମ ସରୁନି କି ପାଣି ପହଞ୍ଚି ପାରୁନାହିଁ ।"

ଏହା ବି ପଢନ୍ତୁ- ଅପହଞ୍ଚ ବସୁଧା ଯୋଜନା, ନାଳ ପାଣି ଭରସାରେ ଦେଢଶହ ପରିବାର

ସେ ଆହୁରି କହିଛନ୍ତି, "ପାଇପ୍ ଲାଇନ ଅଛି, ସୋର୍ସରୁ ପାଣି ଆସୁଛି ହେଲେ ଟ୍ୟାପରୁ ପାଣି ଆସୁନାହିଁ । ନିକଟରେ ଖାଉଟି ଅଦାଲତରେ ୱାଟକୋ ଏଥିପାଇଁ ଦଣ୍ଡିତ ହୋଇଛି । ଏଥିରୁ ସ୍ପଷ୍ଟ ରାଜ୍ୟ ସରକାରଙ୍କ ଖାମ ଖିଆଲି ନୀତି । କଟକ ଓ ଭୁବନେଶ୍ବରରେ ସମସ୍ୟା ବି ଉତ୍କଟ । ଭୂତଳ ଜଳ କମିଛି । ୱାଟର ଏଟିଏମ୍ ବି ଅଚଳ । କିନ୍ତୁ ହୋଡିଂରେ ବଡ଼ ବଡ଼ ବିଜ୍ଞାପନ । ଖାଲି ପିଇବା ପାଣି ନୁହେଁ ଜଳସେଚନର ରାଜ୍ୟ ସରକାର ଫେଲ୍ । ନଦୀ ନାଳ ପ୍ରଦୂଷିତ, ଆଉ କୌଣସି ନଦୀ ପାଣିକୁ ବି ଅଟକାଇ କାମରେ ଲଗେଇ ପାରିଲେନି । ଏସବୁ ସତ୍ତ୍ବେ ବି ରାଜ୍ୟର ୭୧.୦୨ ପ୍ରତିଶତ ପରିବାରକୁ ପ୍ରଧାନମନ୍ତ୍ରୀ ଜଳ ଜୀବନ ମିଶନର ପାଣି ପହଞ୍ଚିଛି । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଜଳ ଜୀବନ ମିଶନରେ ୧୦୨୧୭ କୋଟି କେନ୍ଦ୍ର ଦେଇଛନ୍ତି ।"

କାମ୍ପା ଫଣ୍ଡରେ ୧୦ ହଜାର କୋଟି ଟଙ୍କାରୁ ଅଧିକ ମିଳିଛି ଓଡ଼ିଶା । ସେହିପରି ପରିବେଶ ପ୍ରଦୂଷଣରେ ଓଡ଼ିଶା ଏକ ନମ୍ବର । ରାଜ୍ୟର ରାଜଧାନୀ ଭୁବନେଶ୍ଵରରେ ପରିବେଶ ନ କହିଲେ ସରେ । ଯୁଆଡେ ଗଲେ ଖାଲି ଦୁର୍ଗନ୍ଧରେ ଫାଟି ପଡୁଛି । ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରି ବିଜେପି ବିଧାୟକ କହିଛନ୍ତି ଯେ ରାଜ୍ୟ ସରକାର କେତେ ଥର ବିଏମସି ନାମରେ କେସ କଲେଣି । ସରକାର ଏଠି ସରକାରକୁ ସାହାଯ୍ୟ କରୁଛି । ତେଣୁ ଲୋକମାନେ ଜାଣି ସାରିଲେଣି ଏ ସରକାରକୁ । ଆଗାମୀ ନିର୍ବାଚନରେ ଉଚିତ ଜବାବ ଦେବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.