ETV Bharat / politics

ସାମଗ୍ରିକ ସହରୀକରଣ ଉପରେ ବିଜେଡିର ଫୋକସ, ପ୍ରତିଷ୍ଠା ହେବ ଅର୍ବାନ କ୍ଲଷ୍ଟର ଓ କୋଷ୍ଟାଲ ଏକ୍ସପ୍ରେସୱେ - BJD manifesto On Urban Development

author img

By ETV Bharat Odisha Team

Published : May 23, 2024, 10:46 PM IST

BJD manifesto On Urban Development: ବିଜେଡି ନିଜର ଇସ୍ତାହାରରେ ରାଜ୍ୟର ପ୍ରମୁଖ ସହର ଗୁଡିକୁ ନେଇ କ୍ଲଷ୍ଟର ଓ ମେଜର ଟାଉନ ବନାଇବାକୁ ଲକ୍ଷ୍ୟ ରଖିଛି । ଭୁବନେଶ୍ବର-ପୁରୀ ଏକ୍ସପ୍ରେସୱେ ଏକ ନୂତନ ଅର୍ଥନୈତିକ କରିଡର ହେବ ବୋଲି ବିଜେଡି କହିଛି । ଅଧିକ ପଢନ୍ତୁ

BJD manifesto On Urban Development
BJD manifesto On Urban Development (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ପ୍ରମୁଖ ସହରଗୁଡିକର ସାମଗ୍ରିକ ବିକାଶକୁ ଲକ୍ଷ୍ୟ କରି ବିଜେଡି ନିଜର ଇସ୍ତାହାର ପ୍ରକାଶ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗ୍ୟାରେଣ୍ଟି ନମ୍ବର 19 ହେଉଛି ସାମଗ୍ରିକ ସହରୀକରଣ ବୋଲି କହିଛନ୍ତି ବିଜେଡ଼ିର ରାଷ୍ଟ୍ରୀୟ ମୁଖପାତ୍ର ଅମର ପଟ୍ଟନାୟକ । ସେ କହିଛନ୍ତି ଯେ 2034 ସୁଦ୍ଧା ରାଜ୍ୟରେ 4ଟି ଅର୍ବାନ କ୍ଲଷ୍ଟର ରହିବ । କଟକ, ଭୁବନେଶ୍ବର, ଖୋର୍ଦ୍ଧା ଓ ପୁରୀ ପ୍ରଥମ କ୍ଲଷ୍ଟର । ସମ୍ବଲପୁର, ଝାରସୁଗୁଡା ଓ ରାଉରକେଲା ଦ୍ଵିତୀୟ କ୍ଲଷ୍ଟର । ଭଦ୍ରକ, ବାଲେଶ୍ବର ଓ ଯାଜପୁର ତୃତୀୟ କ୍ଲଷ୍ଟର । ସେହିପରି ଚତୁର୍ଥ କ୍ଲଷ୍ଟର ହେଉଛି ବ୍ରହ୍ମପୁର, ଛତ୍ରପୁର ଓ ଗୋପାଳପୁର । 20ଟି ମେଜର ଟାଉନ ହେବ । ପାରାଦ୍ବୀପ, ଢେଙ୍କାନାଳ, ଯୋଡ଼ା, ବଡ଼ବିଲ, କେନ୍ଦୁଝର, ଅନୁଗୋଳ, କେନ୍ଦ୍ରାପଡ଼ା ପରି ସ୍ଥାନକୁ ମେଜର ଟାଉନ କରାଯିବ । ମେଟ୍ରୋ ପ୍ରକଳ୍ପ ପାଇଁ ନିଜେ ସମସ୍ତ 6000 କୋଟି ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର ।

BJD manifesto On Urban Development (ETV Bharat Odisha)

ବିରୋଧୀ ବିଜେପିକୁ ଟାର୍ଗେଟ କରି ଅମର କହିଛନ୍ତି ଯେ ଓଡିଶାକୁ ଶ୍ରେଷ୍ଠ ରାଜ୍ୟ କରିବେ ବୋଲି ନିର୍ବାଚନ ସମୟରେ ଆସିଥିବା କେନ୍ଦ୍ରୀୟ ନେତା କହୁଛନ୍ତି । ଆଗ ଭୁବନେଶ୍ବରକୁ ଏକ ନମ୍ବର କର । ଅନ୍ୟ ରାଜ୍ୟରେ PPP ମଡେଲରେ କାମ କରିଛନ୍ତି । ହେଲେ ଭୁବନେଶ୍ବରରେ କୌଣସି ସହଯୋଗ ନାହିଁ । ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର କାମ ଚାଲିଛି । ପୁରୀ କେବେ ଟୁରିଷ୍ଟ ସ୍ଥଳ ହୋଇପାରିବ ନାହିଁ । ମହାପ୍ରଭୁ ଅଛନ୍ତି ତେଣୁ ପୁରୀ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଟୁରିଜିମ ପାଇଁ ବ୍ୟବସ୍ଥା ହେବ । 90% ଓଡ଼ିଶାବାସୀ ପାଇବେ ମାଗଣା ବିଜୁଳି, ଯାହା ସହରାଞ୍ଚଳ ଏରିଆର ନିମ୍ନ ମଧ୍ୟବିତ୍ତ ବସ୍ତି ଲୋକ ସୁବିଧା ପାଇ ପାରିବେ । ରାଜ୍ୟର ଜାଗା ମିଶନ ସାରା ପୃଥିବୀରେ ପୁରସ୍କାର ପାଉଛି । କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ସ୍ପେନ ଯାଏଁ ଏହା ପ୍ରଶଂସା ପାଇଛି । ଏହାର ପ୍ରଭାବ ସହରାଞ୍ଚଳରେ ପଡିଛି । ଯେଉଁମାନେ କହୁଛନ୍ତି, ଗରିବ ବସ୍ତି ଲୋକଙ୍କ ପାଇଁ ନବୀନ କଣ କରୁଛନ୍ତି, ସେମାନେ ଆତ୍ମ ସମୀକ୍ଷା କରନ୍ତୁ କି ବିଜେପି ନିଜ ରାଜ୍ୟରେ ଏହା କରିଛି କି ?

ଏହା ମଧ୍ୟ ପଢନ୍ତୁ... ନିଶ୍ଚିତ ପରାଜୟ ଜାଣି ମିଥ୍ୟା ଅଭିଯୋଗ କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି - BJD Allege Against BJP

ସହର ବିକାଶରେ ଭିତ୍ତିଭୂମି ଓ ଯୋଗାଯୋଗର ବଡ଼ ଭୂମିକା ରହିଛି । 16 ନମ୍ବର ନବୀନ ଗ୍ୟାରେଣ୍ଟିରେ ଏହା ଅଛି । ଭୁବନେଶ୍ବର - ପୁରୀ ଏକ୍ସପ୍ରେସୱେ ଏକ ନୂତନ ଅର୍ଥନୈତିକ କରିଡର ହେବ । ତା' ଦ୍ବାରା ଇଣ୍ଡଷ୍ଟ୍ରି ଆସିବା ସହ ନିଯୁକ୍ତି ସୁଯୋଗ ଆସିବ । 10 ବର୍ଷ ଭିତରେ ଭୁବନେଶ୍ବର ପୁରୀ ଭିତରେ ଏହି କ୍ଲଷ୍ଟର ବିକାଶ ହେବ । ଯାହା ସାରା ଭାରତ ପାଇଁ ଉଦାହରଣ ହେବ । ବିଜୁ ଏକ୍ସପ୍ରେସୱେ ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଯାଏଁ ଗୋପାଳପୁରରୁ କୋରାପୁଟ ଯାଏଁ ହେବ । କୋଷ୍ଟାଲ ହାଇୱେ କେନ୍ଦ୍ର ସରକାର କଲେ ନାହିଁ । କୋଷ୍ଟାଲ ଏକ୍ସପ୍ରେସୱେ ରାଜ୍ୟ ସରକାର ନିଶ୍ଚୟ 10 ବର୍ଷ ଭିତରେ କରିବେ । ରାଜ୍ୟ ସରକାରଙ୍କ ବିକାଶ ନୀତି ଯୋଗୁଁ ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍କକ୍ ବିମାନ ସେବା କରାଯାଇଛି, ଯାହା ବାଣିଜ୍ୟ ବଢାଇବ । ଇଣ୍ଟ୍ରିଗ୍ରେଟେଡ ସ୍ପୋର୍ଟ୍ସ କମ୍ପ୍ଲେକ୍ସ 4ଟି ସହରରେ ହେବ । ଯାହା ନବୀନଙ୍କ 17 ନମ୍ବର ଗ୍ୟାରେଣ୍ଟି । ଖୁବ ଶୀଘ୍ର ଭାରତ ବର୍ଷର ବଡ଼ IT ହବ ଓଡ଼ିଶା । ପିଲାମାନେ ଇଞ୍ଜିନିଅରିଙ୍ଗ ଏଠୁ ପଢିବେ, ଏଠି ହିଁ ଚାକିରି କରିବେ । ବଡ଼ କମ୍ପାନୀରେ ବଡ଼ ପଦରେ ରହି ଓଡ଼ିଶାର ନାଁକୁ ଆଗକୁ ନେବେ ।

ଆସାମ ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟକୁ ଏକ ନମ୍ବର କରନ୍ତୁ । ଓଡ଼ିଶା ମଡେଲକୁ ଅନ୍ୟ ରାଜ୍ୟ ଅନୁକରଣ କରୁଛି । ଆସାମ ଓ ଅନ୍ୟ ମୁଖ୍ୟମନ୍ତ୍ରୀ ଏହାକୁ ଶିଖନ୍ତୁ । ତାହାରେ ଆଗକୁ ଯାଇ ପାରିବେ । ଗୁଡ ଗଭର୍ଣ୍ଣାନ୍ସରେ 5T ବଡ଼ ମାଧ୍ୟମ । ମୋ ସରକାରରେ ଲୋକଙ୍କ ଫିଡ଼ବ୍ୟାକ ନିଆଯାଉଛି । BSKY ରେ ପ୍ରତି କେଶ ଫିଡ଼ବ୍ୟାକ ଆସିଛି ଯେ 97% ଖୁସି ଅଛନ୍ତି । ସେଥିରେ ଛାନିଆ ହୋଇ ଅପପ୍ରଚାର କରୁଛନ୍ତି । ହେଲେ ସେମାନେ ବି BSKY ସୁବିଧା ପାଉଛନ୍ତି । ଅଭିଯୋଗ ଶୁଣାଣି ବ୍ୟବସ୍ଥା ପାଇଁ 24 ନମ୍ବର ଗ୍ୟାରେଣ୍ଟିରେ ଟେକନୋଲୋଜି ଓ ବ୍ୟକ୍ତିଗତ ଭାବେ ଏହାର ଶୁଣାଣି କରିବା ବ୍ୟବସ୍ଥା କରାଯିବ । ମୁଖ୍ୟମନ୍ତ୍ରୀ ସବୁବେଳେ ଲୋକଙ୍କୁ ସବୁଠାରୁ ବଡ଼ ସ୍ଥାନରେ ରଖନ୍ତି । ବିକାଶ ଲୋକଙ୍କ ପାଇଁ ହେଉ । ସମାଜର ସବୁ ବର୍ଗ ପାଇଁ ନବୀନ ପଟ୍ଟନାୟକ ଭରସାଯୋଗ୍ୟ ରାଜନେତା । ବିକାଶ ଓ ଗଭର୍ଣ୍ଣାନ୍ସ ମଡେଲ ଯାହା ସମାଜ ଓ ହିତାଧିକାରୀଙ୍କ ଅଂଶୀଦାର ହୋଇ କରିବ । ଅନ୍ୟ କୋଉ ରାଜ୍ୟରେ ନାହିଁ । କେନ୍ଦ୍ର ସରକାରଙ୍କ ପାଖରେ ଆଦୌ ନାହିଁ । ଓଡ଼ିଶାର ସଫଳତା ମଡେଲ ନେଇ କିଛି କହି ପାରୁ ନଥିବାରୁ ବିଜେପି ମିଛ ଭ୍ରମିତ କରି କହୁଛନ୍ତି । ହେଲେ ଲୋକ ଜାଣିଛନ୍ତି ବିକାଶ ପହଞ୍ଚାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାମଗ୍ରିକ ବିକାଶ ସବୁ ବର୍ଗ ଓ ସମସ୍ତଙ୍କ ପାଇଁ ବିଜୁ ଜନତା ଦଳ ସଭାପତି ବାର୍ତ୍ତା ଦେଉଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.