ETV Bharat / politics

ପ୍ରଣବଙ୍କ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗ ନେଇ ବିଜେପିକୁ ଲେନିନଙ୍କ କାଉଣ୍ଟର ଆଟାକ - BJD Counter Attack On BJP

author img

By ETV Bharat Odisha Team

Published : May 7, 2024, 10:48 PM IST

BJD Counter Attack On BJP Over False Affidavit: ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଶିକ୍ଷାଗତ ଯୋଗ୍ୟତା ଓ ସ୍ଥାବର ଆସ୍ଥାବର ସମ୍ପତ୍ତି ଉପରେ ପ୍ରଶ୍ନ ଉଠାଇବା ପରେ କାଉଣ୍ଟର ଆଟାକ କରିଛି ବିଜେଡି । ପ୍ରଣବଙ୍କ ସାର୍ଟିଫିକେଟ ଦେଖାଇବା ସହ ଆୟ ସମ୍ପର୍କରେ ସ୍ପଷ୍ଟୀକରଣ ରଖିଛି ବିଜେଡି । ଅଧିକ ପଢନ୍ତୁ

BJD Counter Attack On BJP Over False Affidavit
BJD Counter Attack On BJP Over False Affidavit (ETV Bharat Odisha)

BJD Counter Attack On BJP Over False Affidavit (ETV Bharat Odisha)

ସମ୍ବଲପୁର: ଆଜି ବିଜେପି ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀଙ୍କ ଉପରେ ମିଥ୍ୟା ସତ୍ୟପାଠର ଅଭିଯୋଗ ଆଣିବା ପରେ ବିଜେଡି ତାର ଜବାବ ରଖିଛି । ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଶିକ୍ଷାଗତ ଯୋଗ୍ୟତା ଓ ସ୍ଥାବର ଆସ୍ଥାବର ସମ୍ପତ୍ତି ଉପରେ ପ୍ରଶ୍ନ ଉଠାଇବା ପରେ କାଉଣ୍ଟର ଆଟାକ କରିଛି ବିଜେଡି । ଆଜି ସମ୍ବଲପୁର ପାନ୍ଥ ନିବାସରେ ଆୟୋଜିତ ଏକ ସମ୍ମିଳନୀ ରାଜ୍ୟ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ବିଜେପି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୀତାମ୍ବର ଆଚାର୍ଯ୍ୟ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ' କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗକୁ ନିର୍ବାଚନରେ ହାରିବେ ବୋଲି ସୁନିଶ୍ଚିନ୍ତ ଜାଣି ବର୍ତ୍ତମାନ ନାନା ପ୍ରକାର ଫନ୍ଦି ଫିକରକୁ ପ୍ରୟୋଗ କରୁଛନ୍ତି । ନିଜ ଉପରେ ଭରସା କମିବା ପରେ ଆଜି ସେ ନିଜର ଓକିଲ ବନ୍ଧୁ ପୀତାମ୍ବର ଆଚାର୍ଯ୍ୟଙ୍କୁ ଡକେଇ ଏକ ପ୍ରେସମିଟ କରାଇଛନ୍ତି ।' ସେ ପୀତାମ୍ବର ଆଚାର୍ଯ୍ୟଙ୍କୁ ମୋଜାମ୍ବିକ, ଉଗାଣ୍ଡା ଉପରେ ଅନୁଭୂତି ଥିବା ଦକ୍ଷତା ସମ୍ପନ୍ନ ବ୍ୟକ୍ତି କହି କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ କଥାରେ କେତେ ସତ୍ୟତା ରହିଛି ତାହା ବିଭିନ୍ନ ସମୟରେ ପ୍ରମାଣିତ ହୋଇଛି । କେନ୍ଦ୍ରମନ୍ତୀଙ୍କ ସୁରକ୍ଷା ପାଇଁ ଆଜି ସେ ଡାହା ମିଛ କଥା ଗୁଡାକ କହିଛନ୍ତି ବୋଲି ଲେନିନ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ .... ପ୍ରଣବଙ୍କ ବିରୋଧରେ ଫେରାଦ ହେଲା ବିଜେପି, ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗ - BJP ALLEGATION AGAINST PRANAB DAS

ସେ ପ୍ରଣବ ପ୍ରକାଶ ଦାସଙ୍କ ସାର୍ଟିଫିକେଟକୁ ସର୍ବସମ୍ମୁଖରେ ଦେଖାଇବା ସହ କହିଛନ୍ତି ଯେ ପ୍ରଣବ ପ୍ରକାଶ 1991 ମସିହାରେ ଯୁକ୍ତ 2 ବିଜ୍ଞାନରେ ପାସ କରିଛନ୍ତି । ବିଜେପି ପକ୍ଷରୁ ଯେଉଁ ତଥ୍ୟ ଦେଖାଯାଉଛି ତାହା ଟେମ୍ପରିଙ୍ଗ ହୋଇଛି । ଅନ୍ୟପଟେ 2019-20 ରେ ପ୍ରଣବ ପ୍ରକାଶ ଦାସ ନିଜର ବର୍ଷକ ଅର୍ଜିତ ସବୁ ଧନ ରାଶି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଥିଲେ ସେଥିପାଇଁ ସେହି ବର୍ଷ ତାଙ୍କର ଆୟ ଶୁନ୍ୟ ବୋଲି ଉଲ୍ଲେଖ ଥିବା କହିଛନ୍ତି ଲେନିନ ମହାନ୍ତି । ଯଦି ସତ ସାହସ ଅଛି ତେବେ କେନ୍ଦ୍ର ମନ୍ତ୍ରୀ କିମ୍ବା ପୀତାମ୍ବର ଆଚାର୍ଯ୍ୟ ନିଜର ଅର୍ଜିତ ଧନକୁ ଲୋକଙ୍କ ପାଇଁ ରିଲିଫ ଫଣ୍ଡରେ ଦାନ କରିବାକୁ ଆହ୍ବାନ କରିଛନ୍ତି ।

ପ୍ରକାଶଯୋଗ୍ୟ ଯେ ଆଜି ବରିଷ୍ଠ ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ କହିଥିଲେ ଯେ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ନାମାଙ୍କନ ସମୟରେ ମିଥ୍ୟା ସତ୍ୟପାଠ ଦେଇଛନ୍ତି । ମୁଖ୍ୟତଃ 3ଟି କାରଣ ଦର୍ଶାଇ ପୀତାମ୍ବର ଆଚାର୍ଯ୍ୟ ଏହି ଯୁକ୍ତି ଉପସ୍ଥାପନା କରିଛନ୍ତି । ସେ କହିଛନ୍ତି ଯେ ପ୍ରଣବ ପ୍ରକାଶ ଦାସ 2009ରେ ଦେଇଥିବା ସତ୍ୟପାଠରେ ନିଜର ଶିକ୍ଷାଗତ ଯୋଗ୍ୟତା ଯୁକ୍ତ 2 କଳା ବୋଲି ଉଲ୍ଲେଖ କରିଥିବା ବେଳେ, 2024ରେ ଯୁକ୍ତ 2 ବିଜ୍ଞାନ ବୋଲି ଉଲ୍ଲେଖ କରିଛନ୍ତି । ଦ୍ଵିତୀୟରେ ନିଜର ସ୍ଥାବର ଆସ୍ଥାବର ସମ୍ପତ୍ତିର ସମ୍ପୂର୍ଣ୍ଣ ତଥ୍ୟ ଦେଇନାହାନ୍ତି । ତୃତୀୟରେ 2019-20 ରେ ନିଜର ଆୟ ଶୂନ୍ୟ ବୋଲି ପ୍ରଣବ ଉଲ୍ଲେଖ କରିଛନ୍ତି ଯାହାକି ସମ୍ପୂର୍ଣ୍ଣ ମିଥ୍ୟା ଅଟେ ବୋଲି ଅଭିଯୋଗ ହୋଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.