ETV Bharat / politics

ପ୍ରଣବଙ୍କ ବିରୋଧରେ ଫେରାଦ ହେଲା ବିଜେପି, ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗ - BJP ALLEGATION AGAINST PRANAB DAS

author img

By ETV Bharat Odisha Team

Published : May 7, 2024, 6:00 PM IST

BJP Allege Against Pranab Prakash Das: ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛି ବିଜେପି । ନାମାଙ୍କନ ଦାଖଲ ସମୟରେ ମିଥ୍ୟା ସତ୍ୟାପାଠ ଦେଇଥିବା ନେଇ ଅଭିଯୋଗ କରିଛି ବିଜେପି । ଅଧିକ ପଢନ୍ତୁ

ପ୍ରଣବଙ୍କ ବିରୋଧରେ ଫେରାଦ ହେଲା ବିଜେପି
ପ୍ରଣବଙ୍କ ବିରୋଧରେ ଫେରାଦ ହେଲା ବିଜେପି (ETV Bharat)

ପ୍ରଣବଙ୍କ ବିରୋଧରେ ଫେରାଦ ହେଲା ବିଜେପି (ETV Bharat Odisha)

ସମ୍ବଲପୁର: ଦିନ ପରେ ଦିନ ଗଡିବା ସହିତ ସମ୍ବଲପୁରରେ ରାଜନୈତିକ ତାତି ମଧ୍ୟ ବଢୁଛି । ସମ୍ବଲପୁର ଲୋକସଭା ଭଳି ସମ୍ମାନ ଜନକ ସିଟ୍ ପାଇଁ ବିଜେପି ଓ ବିଜେପି ମଧ୍ୟରେ ଆରମ୍ଭ ହୋଇସାରିଛି ବିଗ୍ ଫାଇଟ । ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ମଧ୍ୟରେ ବାକ୍ ଯୁଦ୍ଧ ମଧ୍ୟ ହୋଇସାରିଛି । ଏହି କ୍ରମରେ ଆଜି ବିଜେପି ପ୍ରଣବଙ୍କ ବିରୁଦ୍ଧରେ ମିଥ୍ୟା ସତ୍ୟପାଠର ଅଭିଯୋଗ ଆଣି ରିଟର୍ଣ୍ଣିଂ ଅଫିସରଙ୍କ ଠାରେ ଫେରାଦ ହୋଇଛି । ଆଜି ବିଜେପିର ବରିଷ୍ଠ ନେତା ତଥା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ସମ୍ବଲପୁର କଚେରୀ ରୋଡ଼ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ନାମାଙ୍କନ ସମୟରେ ମିଥ୍ୟା ସତ୍ୟପାଠ ଦେଇଛନ୍ତି । ମୁଖ୍ୟତଃ 3ଟି କାରଣ ଦର୍ଶାଇ ପୀତାମ୍ବର ଆଚାର୍ଯ୍ୟ ଏହି ଯୁକ୍ତି ଉପସ୍ଥାପନା କରିଛନ୍ତି । ସେ କହିଛନ୍ତି ଯେ ପ୍ରଣବ ପ୍ରକାଶ ଦାସ 2009ରେ ଦେଇଥିବା ସତ୍ୟପାଠରେ ନିଜର ଶିକ୍ଷାଗତ ଯୋଗ୍ୟତା ଯୁକ୍ତ 2 କଳା ବୋଲି ଉଲ୍ଲେଖ କରିଥିବା ବେଳେ, 2024ରେ ଯୁକ୍ତ 2 ବିଜ୍ଞାନ ବୋଲି ଉଲ୍ଲେଖ କରିଛନ୍ତି । ଦ୍ଵିତୀୟରେ ନିଜର ସ୍ଥାବର ଆସ୍ଥାବର ସମ୍ପତ୍ତିର ସମ୍ପୂର୍ଣ୍ଣ ତଥ୍ୟ ଦେଇନାହାନ୍ତି । ତୃତୀୟରେ 2019-20 ରେ ନିଜର ଆୟ ଶୂନ୍ୟ ବୋଲି ପ୍ରଣବ ଉଲ୍ଲେଖ କରିଛନ୍ତି ଯାହାକି ସମ୍ପୂର୍ଣ୍ଣ ମିଥ୍ୟା ଅଟେ ବୋଲି ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ... ରେଢ଼ାଖୋଲରେ ଧର୍ମେନ୍ଦ୍ରଙ୍କ ରୋଡ ଶୋ', ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ - DHARMENDRAS ROAD SHOW

ବିଧାୟକ ଭାବେ ଦରମା ସହିତ ଅନ୍ୟାନ୍ୟ ଭତ୍ତା ମଧ୍ୟ ତାଙ୍କୁ ମିଳୁଥିବା ବେଳେ ନିଜର ସତ୍ୟପାଠରେ ୪ବର୍ଷର ତଥ୍ୟ ଦେଇଥିବା ବେଳେ କାହିଁକି ଗୋଟିଏ ବର୍ଷର ତଥ୍ୟ ଲୁଚାଇଛନ୍ତି ତାକୁ ନେଇ ପୀତାମ୍ବର ପ୍ରଶ୍ନ ଉଠାଇଛନ୍ତି । ପୂର୍ବରୁ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ ଓ କଟକ ବାରବାଟୀର ବିଧାୟକ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ହାଇକୋର୍ଟ ଅସିଦ୍ଧ ଘୋଷଣା କରି ସାରିଛନ୍ତି ବୋଲି ସେ ଏହି ଅବସରରେ କହିଛନ୍ତି । ତେଣୁ ଆଜି ସମ୍ବଲପୁର ଲୋକସଭା ରିଟର୍ଣ୍ଣିଂ ଅଫିସର ତଥା ସମ୍ବଲପୁର ଜିଲ୍ଲାପାଳ ଏହି ଅଭିଯୋଗକୁ ଶୁଣି ନ ଥିବା ବେଳେ ଆଗାମୀ ଦିନରେ ଉପଯୁକ୍ତ ଫୋରମରେ ଉପସ୍ଥାପନା କରାଯିବ ବୋଲି ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.