ETV Bharat / politics

'ମହାପ୍ରଭୁଙ୍କ ନାଁ ନେଇ ଲୋକଙ୍କ ଶ୍ରଦ୍ଧା ସହ ଖେଳିଛନ୍ତି ସରକାର', ଜବାବ ରଖିଲା ବିଜେଡି

author img

By ETV Bharat Odisha Team

Published : Jan 19, 2024, 11:13 PM IST

Arpan Rath Politics: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଗାଁ ଗାଁ ବୁଲି ଅର୍ପଣ ରଥ ସଂଗ୍ରହ କରିଥିବା ଅରୁଆ ଚାଉଳ ଓ ଗୁଆର ବ୍ୟବହାର ନେଇ ପ୍ରଶ୍ନ ଉଠଛାଇଲା ବିଜେପି । ସେପଟେ ବିରୋଧିଙ୍କ ପ୍ରଶ୍ନର କଡ଼ା ଜବାବ ରଖିଛି ବିଜେଡି । ଅଧିକ ପଢ଼ନ୍ତୁ

ଅର୍ପଣ ରଥ ରାଜନୀତି
Arpan Rath Politics
Arpan Rath Politics

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହୋଇ ସାରିଥିଲେ ବି ଏହାକୁ ନେଇ ରାଜନୀତି ଥମିବାର ନାଁ ନେଉନାହିଁ । ଏଥିପାଇଁ ଗାଁ ଗାଁରୁ ଭକ୍ତଙ୍କ ଠାରୁ ସଂଗ୍ରହ ହୋଇଥିବା ଗୁଆ ଓ ଚାଉଳ କୁଆଡ଼େ ଗଲା ବୋଲି ପ୍ରଶ୍ନ କରୁଛନ୍ତି ବିରୋଧୀ । ପ୍ରଭୁ ଜଗନ୍ନାଥଙ୍କ କାମରେ ଲାଗିବା ପାଇଁ ଲୋକେ ଶ୍ରଦ୍ଧାରେ ଚାଉଳ ଦେଇଥିଲେ । କିନ୍ତୁ ସରକାର ତାକୁ ଯେମିତି ବ୍ୟବହାର କରିବା ପାଇଁ କହିଛନ୍ତି, ତାହା ଦୁର୍ଭାଗ୍ୟଜନକ ବୋଲି ବିଜେପି କହିଛି । ଜଗନ୍ନାଥଙ୍କ ନାଁ'ରେ ଚାଉଳ ମାଗି ରାଜ୍ୟ ସରକାର ଲୋକଙ୍କ ଶ୍ରଦ୍ଧା ସହ ଖେଳ ଖେଳିଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । ଏଥିପାଇଁ ଲୋକେ ଏ ସରକାରକୁ କେବେ ବି କ୍ଷମା କରିବେନାହିଁ ବୋଲି ବିଜେପି ବିଧାୟକ ନାଉରୀ ନାୟକ କହିଛନ୍ତି । ସେପଟେ ଏହାର କଡ଼ା ଜବାବ ରଖିଛି ଶାସକ ଦଳ ।

ଶ୍ରୀମନ୍ଦିର ପରିକ୍ରମା ଲୋକାର୍ପଣ ଉତ୍ସବ ପାଇଁ ଜନସାଧାରଣ ଭକ୍ତିର ସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥିଲେ ଅରୁଆ ଚାଉଳ ଓ ଗୁଆ । ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମରେ ଏହାକୁ ବିନିଯୋଗ ନକରାଯିବାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଥିଲା । ରାଜନୈତିକ ଉଦ୍ଦେଶ୍ୟ ରଖି ଶାସକ ଦଳ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିଥିବା ବିରୋଧୀ ଦଳ ଅଭିଯୋଗ କରିଥିଲେ । କିନ୍ତୁ ଏହି ଅରୁଆ ଚାଉଳ ଓ ଗୁଆ ମହାପ୍ରଭୁଙ୍କ ସେବାରେ ଲାଗିବ ବୋଲି ସୂଚନା ମିଳିଛି । ଆସିଥିବା ଏହି ଅରୁଆ ଚାଉଳ ଓ ଗୁଆ ସୁଆର ମହାସୁଆର ନିଯୋଗ ଗ୍ରହଣ କରିବ । ଅର୍ପଣ ରଥରେ ମହାପ୍ରଭୁଙ୍କ ପାଇଁ ସଂଗୃହୀତ ସମସ୍ତ ସାମଗ୍ରୀ ଚାଉଳ, ଗୁଆ ଓ ଶ୍ରୀଫଳ ଆଦି ଅର୍ଘ୍ୟ ମହାପ୍ରଭୁଙ୍କ କାର୍ଯ୍ୟରେ ଲାଗିବ ବୋଲି ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଭକ୍ତଙ୍କଠାରୁ ବିଭିନ୍ନ ମାନର ଅରୁଆ ଚାଉଳ ସଂଗ୍ରହ ହୋଇଥିବାରୁ ଏଥିରେ ଅନ୍ନପ୍ରସାଦ ପ୍ରସ୍ତୁତ ହୋଇପାରିବ ନାହିଁ । ତେଣୁ ଏଥିରେ ଖେଚୁଡ଼ି ଭୋଗ ପ୍ରସ୍ତୁତ କରି ଭକ୍ତଙ୍କୁ ବାଣ୍ଟିବା ଲାଗି ଯୋଜନା କରାଯାଇଛି । ଖେଚୁଡ଼ି ସହିତ କିଛି ଚାଉଳରୁ ପିଠା ଓ ଝୋଟି ପାଇଁ ଚିତାପିଠଉ ପ୍ରସ୍ତୁତ କରାଯିବ । ଆଉ କିଛି ଚାଉଳର ଆଳତି ବଟା ଓ ବନ୍ଦାପନା କାର୍ଯ୍ୟରେ ବ୍ୟବହୃତ ହେବ । ସେହିପରି ସଂଗୃହିତ ଗୁଆ ଶ୍ରୀଜିଉମାନଙ୍କ ପାଇଁ ପ୍ରସ୍ତୁତ ବିଡ଼ିଆପାନରେ ବ୍ୟବହାର କରାଯିବ । ସେଥିପାଇଁ ଗୁଆ ସବୁ ହଡ଼ପ ନାଏକ ସେବାୟତଙ୍କୁ ପ୍ରଦାନ କରାଯିବ । ଏନେଇ ସ୍ପଷ୍ଟୀକରଣ ମିଳିବା ପରେ ମଧ୍ୟ ରାଜନୈତିକ ବୟାନବାଜି ଜାରି ରହିଛି । ଶାସକ ଦଳ ଉପରେ ଏଥିପାଇଁ ଜୋରଦାର ହମଲା କରିଛି ବିଜେପି । ଅଭିଯୋଗର ଜବାବ ମଧ୍ୟ ରଖିଛି ଶାସକ ଦଳ ।

ଏହା ମଧ୍ୟ ପଢ଼ନ୍ତୁ...ଅର୍ପଣ ରଥକୁ ଲୁଟ୍‌ କରି ହାତ ଚିକ୍କଣ କରିଛନ୍ତି ବିଜେଡି ନେତା: କଂଗ୍ରେସ

ବିଜେପି ବିଧାୟକ ନାଉରୀ ନାୟକ କହିଛନ୍ତି, "ଅର୍ପଣ ରଥ ଗଡେଇବା ସହ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିବା ପରିଚାଳନା କମିଟିର ନିଷ୍ପତି ନିଥିଲା ବୋଲି ଗଜପତି କହି ସାରିଛନ୍ତି । ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଥିଲେ । ଏଥିରୁ ସ୍ପଷ୍ଟ ହେଇଗଲା ଯେ ପରିଚାଳନା କମିଟିର ମତ ନନେଇ ଏଭଳି ଅଦିନେ ଅର୍ପଣ ରଥ ଗଡ଼ାଯାଇଛି । ଲୋକେ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଚାଉଳ ଶ୍ରଦ୍ଧାରେ ଦେଇଥିଲେ । ମହାପ୍ରଭୁଙ୍କ କାର୍ଯ୍ୟରେ ନଲାଗିବାରୁ କୁଆଡ଼େ ଗଲା ଚାଉଳ ବୋଲି ପ୍ରଶ୍ନ ଉଠିବାରୁ ଏବେ କହୁଛନ୍ତି ଖେଚୁଡ଼ି କରି ବାଣ୍ଟିବେ । ସମସ୍ତଙ୍କର ଆଗ୍ରହ ଓ ଇଛା ଥିଲା ୧୭ ତାରିଖରେ ସେ ଚାଉଳ ପୁରୀ ଯିବ । ସେଠି ଠାକୁରଙ୍କର କୌଣସି ନା କୌଣସି କାମରେ ଲାଗିବ । କିନ୍ତୁ ସେ ଚାଉଳ ଏମିତି ଭାବେ ବ୍ୟବହାର କରି ରାଜ୍ୟ ସରକାର ଲୋକଙ୍କ ଶ୍ରଦ୍ଧା ଓ ଭାବନା ସହ ଖେଳିଛନ୍ତି । ଭାବନା ସହ କୁଠାରଘାତ କରିଥିବାରୁ ଲୋକେ ଏ ସରକାରକୁ କେବେ ବି କ୍ଷମା କରିବେନାହିଁ । ରାଜ୍ୟ ସରକାର ଜଗନ୍ନାଥଙ୍କ ନାଁ'କୁ ନେଇ ରାଜନୀତି କରୁଥିଲା ବୋଲି ଗଜପତିଙ୍କ ମନ୍ତବ୍ୟ ପରେ ସ୍ପଷ୍ଟ ହୋଇଛି । ଯାହା ଆଜି ପଦାରେ ପଡିଛି ।

ଜବାବରେ ଶାସକ ଦଳ ବିଧାୟକ ଅମର ଶତପଥୀ କହିଛନ୍ତି, "ପ୍ରଭୁ ଜଗନ୍ନାଥଙ୍କ କାମ । ତାଙ୍କ ପାଇଁ ଅନେକ କଥା ହେଉଛି । ଏଥିରେ ବିଭିନ୍ନ ରଙ୍ଗ ଦେବାକୁ ଆମେ ମଝିରେ ଭାବୁଛେ । ଠାକୁରଙ୍କ ପ୍ରତି ଯାହାର ଭକ୍ତି ଥିବ, ସେ ଏପରି କରିବ ନାହିଁ । ଅର୍ପଣ ରଥରେ ଲୋକେ ଚାଉଳ ଅର୍ପଣ କରିଛନ୍ତି । ଗୁଆ ଦେଇଛନ୍ତି ଓ ଅଳ୍ପ ଟଙ୍କା ଦେଇଛନ୍ତି । ସେସବୁ ପୁରୀ ଆସିବ । ପ୍ରଭୁ ଜଗନ୍ନାଥଙ୍କ ଟେମ୍ପୁଲ ଟ୍ରଷ୍ଟ ନିଷ୍ପତ୍ତି ନେବ ଏଥିରେ କଣ ହେବ ବା ନହେବ । ଟଙ୍କା ହୁଣ୍ଡିକୁ ଯିବ । ବିରୋଧୀ କେଉଁଥିରେ ଅନିୟମିତତା ଦେଖୁନାହାନ୍ତି । ଯେଉଁମାନେ ବିଭିନ୍ନ ରଙ୍ଗର ଚଷମା ପିନ୍ଧିଛନ୍ତି, ତାଙ୍କୁ ଅଲଗା ଅଲଗା ଦେଖାଯାଉଛି । ଲୋକେ ସବୁ ଦେଖୁଛନ୍ତି । ରଥ ଗଲା ପରେ ଯେଉଁଭଳି ରେସ୍ପଂଶ୍‌ ମିଳିଲା, ଭକ୍ତି ଭାବ ସୃଷ୍ଟି ହେଲା । ଯେଉଁ ମାହୋଲ ସୃଷ୍ଟି ହୋଇଛି, ତାହା ଆଗରୁ ଦେଖା ଯାଇନଥିଲା । ପ୍ରଭୁ ଜଗନ୍ନାଥ, ଧର୍ମ ଓ ସଂସ୍କୃତିରେ ଯେଉଁମାନେ ବିଶ୍ବାସ କରନ୍ତି, ଏପରିକି ମୁସଲମାନ ସମ୍ପ୍ରଦାୟର ଲୋକ ମଧ୍ୟ ରଥ ସହିତ ଚାଲିଛନ୍ତି । ଭକ୍ତି ଭାବନାର ସହ ସାହାଯ୍ୟ ଓ ସହଯୋଗ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.