ETV Bharat / politics

ସୋରଡ଼ାରୁ ଶାହଙ୍କ ଗର୍ଜନ, ରତ୍ନ ଭଣ୍ଡାର ପ୍ରସଙ୍ଗରେ ବି ବର୍ଷିଲେ - Amit Shah Targets BJD

author img

By ETV Bharat Odisha Team

Published : May 15, 2024, 9:25 PM IST

Amit Shah Targets Naveen and BJD: ସୋରଡ଼ାରେ ନବୀନ ପଟ୍ଟନାୟକ ଓ ବିଜେଡି ସରକାରକୁ ଶାହଙ୍କ ନିଶାନା । ଚିଟ୍‌ ଫଣ୍ଡ ଓ ରତ୍ନ ଭଣ୍ଡାର ପ୍ରସଙ୍ଗରେ ଘେରିଲେ । କହିଲେ ୧ ତାରିଖରେ ଯାଉଛନ୍ତି ନବୀନ ବାବୁ, ଆସୁଛି ବିଜେପି ସରକାର । ଅଧିକ ପଢ଼ନ୍ତୁ

Amit Shah at Surada
Amit Shah at Surada (ETV Bharat Odisha)

Amit Shah at Surada (ETV Bharat Odisha)

ଗଞ୍ଜାମ (ସୋରଡ଼ା): ଆସିକା ସଂସଦୀୟ କ୍ଷେତ୍ରରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଗର୍ଜନ । ସୋରଡ଼ା ଜନସଭାରେ ଶାହଙ୍କ ଟାର୍ଗେଟରେ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରୋକ୍ଷରେ ପାଣ୍ଡିଆନଙ୍କୁ ବି କଲେ ନିଶାନା । ଗଞ୍ଜାମ ଜିଲ୍ଲା ଆସିକା ଲୋକସଭା କ୍ଷେତ୍ର ଅଧିନରେ ଥିବା ସୋରଡ଼ାରେ ଆଜି ବିଶାଳ ଜନସଭାକୁ ସମ୍ବୋଧନ କରି ଓଡ଼ିଶାରେ ବିଜେପି ସରକାର ଗଢ଼ିବା ନେଇ ଦୃଢ଼ୋକ୍ତି ବାଢ଼ିଛନ୍ତି ଅମିତ ଶାହ । ଏପରିକି ରତ୍ନଭଣ୍ଡାର ପ୍ରସଙ୍ଗରେ ନବୀନ ସରକାରକୁ ଘେରିବା ସହ ବିଜେପି ସରକାର ଆସିଲେ ଶ୍ରୀମନ୍ଦିର ୪ ଦ୍ବାର ଖୋଲିବାକୁ ମଧ୍ୟ ଦେଲେ ପ୍ରତିଶ୍ରୁତି ।

ବାବୁମାନେ ଶାସନ ଚଳାଇଛନ୍ତି: ସୋରଡ଼ା ସଭାରେ ଆକ୍ଷେପ କରି ଶାହ କହିଥିଲେ, "ଓଡ଼ିଶାରେ ନବୀନ ପଟ୍ଟନାୟକ ଶାସନ ଚଳାଉଛନ୍ତି କି ? ଏଠି ବାବୁମାନେ ଶାସନ ଚଳାଇଛନ୍ତି । ଯଦି ବାବୁଙ୍କୁ ଶାସନ ଦେବାର ଥିଲା, କୌଣସି ଓଡ଼ିଆ ବାବୁଙ୍କୁ ଦେଇଥାଆନ୍ତେ । ନବୀନ ସରକାର ଏବେ ଠେଲା ସରକାର । ଓଡ଼ିଶା ଲୋକ ନବୀନ ସରକାରକୁ ଟାଟା ବାଏ ବାଏ କଲେଣି । ଓଡ଼ିଶାରୁ ନବୀନ ସରକାର ଯାଉଛି, ପଦ୍ମ ଆସୁଛି । କାରଣ ନବୀନ ଓଡ଼ିଶାକୁ ୫୦ ବର୍ଷ ପଛକୁ ନେଇଯାଇଛନ୍ତି । ଏଠି ଚାଷୀଙ୍କ ଆୟ ସାରା ଦେଶରେ ସବୁଠାରୁ କମ । ଶାଗମାଛ ଦରରେ ଧାନ ବିକୁଥିବାରୁ ଚାଷୀଙ୍କ ରୋଜଗାର ବଢ଼ୁନି । ବିଜେପି ସରକାର ଆସିଲେ ଛତିଶଗଡ଼ ଭଳି ଓଡ଼ିଶାରେ ୩୧୦୦ ଟଙ୍କାରେ ଧାନ କିଣାଯିବ । ନବୀନ 'ୱାନ୍‌ ନେସନ୍‌, ୱାନ୍‌ ରାସନ୍‌' ଲାଗୁ କରୁନାହାନ୍ତି । କେନ୍ଦ୍ର ଦେଉଥିବା ରାସନ ହଡ଼ପ ଲକ୍ଷ୍ୟରେ ତାଙ୍କ ବାବୁମାନେ ଏହାକୁ ଲାଗୁ କରେଇ ଦେଉନାହାନ୍ତି । ମୋଦି ଦେଉଥିବା ଚାଉଳରେ ନବୀନ ନିଜ ଫଟୋ ଛାପୁଛନ୍ତି ।" ଯଦି ଲୋକଙ୍କୁ ଚାଉଳ ଦେବାକୁ ଇଚ୍ଛା ଅଛି, ଖାଲି ବ୍ୟାଗ ନଦେଇ କେନ୍ଦ୍ର ଦେଉଥିବା ଚାଉଳରେ ଆଉ ଅଢ଼େଇ କିଲୋ ମିଶାଇ ଲୋକଙ୍କୁ ଦିଅ ବୋଲି କହିଲେ ଶାହ ।

ଏହା ମଧ୍ୟ ପଢ଼ନ୍ତୁ...ଅଶାନ୍ତ ପିଓକେ ନେଇ ଶାହ କହିଲେ ବଡ କଥା...ସାମ୍ନାକୁ ଆସିଲା ଏହି ପ୍ଲାନ୍ ! - Amit Shah Statement On POK Issue

'୬ ଦିନରେ ମିଳିବ ରତ୍ନଭଣ୍ଡାର ରିପୋର୍ଟ': ସୋରଡ଼ାରେ ଶାହ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଥିଲେ । ଯାହା ସାରା ରାଜ୍ୟରେ ଆଜି ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଶାହ ପ୍ରଶ୍ନ କରିଥିଲେ, "ରତ୍ନଭଣ୍ଡାର ଅସଲି ଚାବି କୁଆଡ଼େ ଗଲା ? ନକଲି ଚାବି କିଏ ତିଆରି କଲା ? ନକଲି ଚାବିରେ ରତ୍ନଭଣ୍ଡାର ଖୋଲାଯାଇଛି କି ନାହିଁ ?" ଶାହ ଆହୁରି କହିଥିଲେ, "ବିଜେପି ସରକାର ଆସିଲେ ରତ୍ନଭଣ୍ଡାର କମିଶନ ରିପୋର୍ଟ ୬ ଦିନରେ ସାର୍ବଜନୀନ କରାଯିବ । ଖବରକାଗଜ ପ୍ରଥମ ପୃଷ୍ଠାରେ ଅଳଙ୍କାର ହିସାବ ଦିଆଯିବ । ନବୀନ ସରକାର ଜଗନ୍ନାଥ ଧାମକୁ ପର୍ଯ୍ୟଟନସ୍ଥଳୀ ବନାଇବାରେ ଲାଗିଛନ୍ତି । ଶ୍ରୀମନ୍ଦିର ୪ ଦ୍ବାର ଖୋଲୁନଥିବାରୁ ଶ୍ରଦ୍ଧାଳୁ ହଇରାଣ ହେଉଛନ୍ତି ।" ଓଡ଼ିଶା ଲେକଙ୍କୁ ରାମ ମନ୍ଦିର ଉତ୍ସବରେ ସାମିଲ ହେବାକୁ ଯିଏ ରୋକିଛି, ତାକୁ ରାଜ୍ୟବାସୀ କ୍ଷମା ଦେବେନି ବୋଲି କହିଥିଲେ ଶାହ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.