ETV Bharat / politics

'ବିଜେପିର ଷଡଯନ୍ତ୍ର, ଦେଶର ଭାବି ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀରେ ସୀମିତ ରଖାଗଲା'

author img

By ETV Bharat Odisha Team

Published : Jan 28, 2024, 10:07 PM IST

Akhilesh Yadav on nitish kumar and Bihar politics: ଭାବି ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀରେ ସୀମିତ ରଖିଦେଲା ବିଜେପି କହିଲେ ଅଖିଳେଶ । ଖଡଗେ କହିଲେ ପୂର୍ବରୁ ସୂଚନା ମିଳିଥିଲା । ଅଧିକ ପଢନ୍ତୁ

ଦେଶର ଭାବି ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀରେ ସୀମିତ ରଖିଦେଲା ବିଜେପି !
ଦେଶର ଭାବି ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀରେ ସୀମିତ ରଖିଦେଲା ବିଜେପି !

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ମାତ୍ର 2 ମାସ ପୂର୍ବରୁ ଆଜି ବିହାରରେ ହୋଇଥିବା କ୍ଷମତା ପରିବର୍ତ୍ତନ ଉପରେ ସମସ୍ତଙ୍କ ନଜର ରହିଛି । ଜାତୀୟରୁ ଆଞ୍ଚଳିକ ଗଣମାଧ୍ୟମ ପର୍ଯ୍ୟନ୍ତ ଆଜି ଏହି ଖବର ଦିନତମାମ ହେଡଲାଇନରେ ରହିଛି । ବିଭିନ୍ନ ନେତା ଓ ଦଳର ପ୍ରତିକ୍ରିୟା ମଧ୍ୟ ଆସିବାରେ ଲାଗିଛି । ସାଧାରଣ ନିର୍ବାଚନର ମାତ୍ର ମାସ କେଇଟା ପୂର୍ବରୁ ନୀତିଶଙ୍କ ଏପରି ପଟ୍ଟ ପରିବର୍ତ୍ତନକୁ ବିଜେପିର ରାଜନୈତିକ ଷଡଯନ୍ତ୍ର ବୋଲି ଉତ୍ତର ପ୍ରଦେଶର ବିରୋଧୀ ଦଳ ନେତା ତଥା ସପା ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି । ନୀତିଶ କୁମାର ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇଥାନ୍ତେ । ଏହା ପୂର୍ବରୁ ଦେଶର ଭାବି ପ୍ରଧାନମନ୍ତ୍ରୀଙ୍କୁ ବିଜେପି ଷଡଯନ୍ତ୍ର କରି ମୁଖ୍ୟମନ୍ତ୍ରୀରେ ସୀମିତ ରଖିଦେଲା ବୋଲି ଅଖିଳେଶ କହିଛନ୍ତି ।

  • ये भाजपा का लोकसभा चुनाव हारने की हताशा का नतीजा है… जिसने साज़िश करके एक भावी प्रधानमंत्री को अपने साथ मिलाकर मुख्यमंत्री के पद तक ही सीमित कर दिया।

    भाजपा ने बिहार की जनता का अपमान किया है और जनमत का भी। जनता इस अपमान का जवाब भाजपा गठबंधन को लोकसभा का चुनाव हराकर देगी। बिहार…

    — Akhilesh Yadav (@yadavakhilesh) January 28, 2024 " class="align-text-top noRightClick twitterSection" data=" ">

ବିଜେପିର ଷଡଯନ୍ତ୍ରର ଶିକାର ନୀତିଶ !

ଆଜି ଅଖିଳେଶ ଟ୍ବିଟ କରି କହିଛନ୍ତି, ‘‘ଏ ହେଉଛି ଲୋକସଭା ନିର୍ବାଚନରେ ​ପରାଜିତ ହେବା ଆଶଙ୍କାରେ ବିଜେପିର ନିରାଶାର ଫଳାଫଳ । ଯେଉଁଥିରେ ଷଡଯନ୍ତ୍ର କରି ଭବିଷ୍ୟତର ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ସୀମିତ ରଖାଗଲା । ବିଜେପି ବିହାରବାସୀ ଓ ସେମାନଙ୍କ ଜନାଦେଶକୁ ଅପମାନିତ କରିଛି । ଲୋକସଭା ନିର୍ବାଚନରେ ​​ବିଜେପି ନେତୃ୍ତ୍ବାଧୀନ ମେଣ୍ଟକୁ ପରାସ୍ତ କରି ଜନସାଧାରଣ ଏହି ଅପମାନର ଜବାବ ଦେବେ । ପ୍ରତ୍ୟେକ ବିହାରବାସୀ ରାଜ୍ୟର ସମ୍ମାନ ରକ୍ଷା କରିବା ଏବଂ ବିଜେପିକୁ ପରାସ୍ତ କରିବା ପାଇଁ ନିଜର ପରବର୍ତ୍ତୀ ଭୋଟ ଦେବେ । ବିଜେପି ନିଜ କାର୍ଯ୍ୟକାଳରେ ଆଜି ଭଳି ଏତେ ଦୁର୍ବଳ କେବେ ନଥିଲା । ଆଜି ବିଶ୍ୱାସଘାତକତାର ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି । ଜନସାଧାରଣ ଏହା ବିରୋଧରେ ନିଶ୍ଚୟ ଉପଯୁକ୍ତ ଉତ୍ତର ଦେବେ ।’’

  • देश में 'आया राम-गया राम' जैसे कई लोग हैं।

    पहले वो और हम मिलकर लड़ रहे थे। जब मैंने लालू जी और तेजश्वी जी से बात की तो उन्होंने भी कहा कि नीतीश जा रहे हैं।

    अगर वह रुकना चाहता तो रुक जाता लेकिन वह जाना चाहता है। इसलिए ये बात हमें पहले से ही पता थी, लेकिन इंडिया गठबंधन को… pic.twitter.com/pgjCISOFuV

    — Mallikarjun Kharge (@kharge) January 28, 2024 " class="align-text-top noRightClick twitterSection" data=" ">

ଖଡଗେ କହିଲେ ପୂର୍ବରୁ ଜାଣିଥିଲେ :- କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ନୀତିଶ ଏପରି ପଦକ୍ଷେପ ଗ୍ରହଣ କରିବା ସମ୍ପର୍କରେ ତାଙ୍କ ନିକଟରେ ପୂର୍ବରୁ ସୂଚନା ଥିଲା । ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଓ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଏ ସମ୍ପର୍କରେ ତାଙ୍କୁ ସୂଚୀତ କରିଥିଲେ । ତଥାପି ସେ ଇଣ୍ଡିଆ ମେଣ୍ଟର ଏକତା ବଜାୟ ରଖିବାକୁ ପ୍ରୟାସ କରିଥିଲେ । ଦେଶରେ ‘ଆୟା ରାମ ଗୟା ରାମ’ ପରି ଅନେକ ଲୋକ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ:-ଦିନେ କହୁଥିଲେ ସବୁ ରାସ୍ତା ବନ୍ଦ: ଆଜି ନଡ୍ଡା କହିଲେ, ଜେଡିୟୁ ଓ ନୀତିଶଙ୍କର ପ୍ରକୃତ ମେଣ୍ଟ ହିଁ ‘ଏନଡିଏ’

ଏବେ ନୀତିଶ ‘ଇଣ୍ଡିଆ’ ମେଣ୍ଟରୁ ସମ୍ପର୍କ ଛିନ୍ନ କରିବା ଜାତୀୟ ରାଜନୀତିକୁ ପ୍ରଭାବିତ କରିବ । ମେଣ୍ଟର ଅସ୍ଥିତ୍ବ ଉପରେ ଛିଡା ହୋଇଥିବା ପ୍ରଶ୍ନ ଏବେ ଅଧିକ ସୁସ୍ପଷ୍ଟ ହୋଇଛି । କାରଣ ଏବେ ଅନ୍ୟତମ ପ୍ରମୁଖ ନେତ୍ରୀ ମମତା ବାନାର୍ଜୀ ମଧ୍ୟ ମେଣ୍ଟରେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି । ଏପରିକି ସେ ପଶ୍ଚିମବଙ୍ଗରେ କଂଗ୍ରେସ ସହ ଆସନ ବୁଝାମଣା କରିବେ ନାହିଁ ବୋଲି ସ୍ପଷ୍ଟ କରିସାରିଛନ୍ତି । ଏପରି ରାଜନୈତିକ ଦୃଶ୍ୟପଟରେ 2024 ସାଧାରଣ ନିର୍ବାଚନରେ ମୋଦି ଲହର ବିରୋଧରେ ଲଢିବା ପାଇଁ ଏକାଠି ହୋଇଥିବା ‘ଇଣ୍ଡିଆ’ ମେଣ୍ଟ ନିର୍ବାଚନ ପର୍ଯ୍ୟନ୍ତ ନିଜ ଅସ୍ଥିତ୍ବ ବଞ୍ଚାଇ ପାରିବ କି ନାହିଁ ତାହା ଏବେ ରାଜନୀତି ସମୀକ୍ଷାକଙ୍କ ଆକଳନର ମୁଖ୍ୟ ପ୍ରସଙ୍ଗ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.