ETV Bharat / politics

ପୁଣି ଚର୍ଚ୍ଚାରେ ବିଜେଡି ନେତା ଅରିନ୍ଦମ, ଦଳୀୟ କାର୍ଯ୍ୟକ୍ରମ ବାହାରେ କଲେ ନିଜସ୍ବ ପଦଯାତ୍ରା

author img

By ETV Bharat Odisha Team

Published : Jan 23, 2024, 10:46 PM IST

Arindam Roy attend Parallel Rally: ଅଭିନେତା ତଥା ବିଜେଡି ସାଧାରଣ ସମ୍ପାଦକ ଅରିନ୍ଦମ ରୟ ଦଳ ଛାଡ଼ିବା ଚର୍ଚ୍ଚା ଜୋର ଧରିଛି । ଏହାରି ଭିତରେ ଦଳୀୟ ପଦଯାତ୍ରାରେ ସାମିଲ ନହୋଇ କଟକରେ ସମାନ୍ତରାଳ ପଦଯାତ୍ରାରେ ସାମିଲ ହୋଇଥିଲେ ଅରିନ୍ଦମ । ଯାହା ଚର୍ଚ୍ଚାକୁ ବହୁଗୁଣିତ କରିଛି । ଅଧିକ ପଢ଼ନ୍ତୁ

ଦଳୀୟ କାର୍ଯ୍ୟକ୍ରମ ବାହାରେ ନିଜସ୍ବ ପଦଯାତ୍ରା କଲେ
ଦଳୀୟ କାର୍ଯ୍ୟକ୍ରମ ବାହାରେ ନିଜସ୍ବ ପଦଯାତ୍ରା କଲେ

ଦଳୀୟ କାର୍ଯ୍ୟକ୍ରମ ବାହାରେ ନିଜସ୍ବ ପଦଯାତ୍ରା କଲେ

କଟକ: ପୁଣି ଚର୍ଚ୍ଚାରେ ବିଜେଡି ସାଧାରଣ ସମ୍ପାଦକ ଅରିନ୍ଦମ ରୟ । ଦଳୀୟ କାର୍ଯ୍ୟକ୍ରମରୁ ବାହାରି ନିଜସ୍ବ ପଦଯାତ୍ରା କଲେ ଅଭିନେତାରୁ ନେତା ପାଲଟିଥିବା ଅରିନ୍ଦମ ରୟ । ନିଜର ସମର୍ଥକ ମାନଙ୍କୁ ନେଇ ଅରିନ୍ଦମଙ୍କ ଏହି ପଦଯାତ୍ରା ତାଙ୍କୁ ପୁଣି ଚର୍ଚ୍ଚାକୁ ଆଣିଛି । ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିଥିଲେ ଅରିନ୍ଦମ । ଯାହାକୁ ନେଇ ସେ ଖୁବଶୀଘ୍ର ଶଙ୍ଖ ଛାଡ଼ି ପଦ୍ମ ଧରି ପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା । ଆଜି ତାଙ୍କର ଏହି ସମାନ୍ତରାଳ ପଦଯାତ୍ରା ସେ ବିଜେଡି ଛାଡ଼ିବା ଚର୍ଚ୍ଚାକୁ ବହୁଗୁଣିତ କରିଛି ।

ଆଜି ନେତାଜୀ ଜୟନ୍ତୀ ଅବସରରେ ବିଜେଡି ପକ୍ଷରୁ କଟକ ସହରରେ ଏକ ପଦଯାତ୍ରାର ଆୟୋଜନ କରାଯାଇଥିଲା । କିନ୍ତୁ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ବଦଳରେ ଅରିନ୍ଦମ ସ୍ବତନ୍ତ୍ର ଭାବେ ଏକ ପଦଯାତ୍ରାର ଆୟୋଜନ କରିଥିଲେ । ଏହି ପଦଯାତ୍ରାଟି ରେଭେନ୍ସା ବିଶ୍ବବିଦ୍ୟାଳୟ ସମ୍ମୁଖରୁ ବାହାରି ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପର୍ଯ୍ୟନ୍ତ ଯାଇଥିଲା । ତେବେ ନେତାଜୀଙ୍କ ଜୟନ୍ତୀ ଅବସରରେ ସମସ୍ତଙ୍କୁ ଏକାଠି କରିବା ପାଇଁ ଏହା ଏକ ପ୍ରୟାସ ଥିଲା । ସେ ଏବେ ବି ବିଜେଡିରେ ଅଛନ୍ତି ଏବଂ ଯେତେବେଳେ ଦଳ ପକ୍ଷରୁ ତାଙ୍କୁ ଯେଉଁ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଡାକରା ଆସିବ, ସେତେବେଳେ ସେ ସେହି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି କହିଛନ୍ତି ଅରିନ୍ଦମ । ହେଲେ ଦଳ ପକ୍ଷରୁ ଆୟୋଜିତ ରାଲିରେ ଯୋଗ ନଦେଇ ସମାନ୍ତରାଳ ଭାବରେ ଆଉ ଏକ ରାଲି ଆୟୋଜନ କରିବାକୁ ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି, ଯଦିଓ ଏନେଇ ସେ ଭିନ୍ନ ଏକ ଆଳରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଏହା ଏକ ସାମାଜିକ ସଙ୍ଗଠନର କାର୍ଯ୍ୟକ୍ରମ ଥିଲା । ମୋତେ ଡକା ଯାଇଥିଲା, ମୁଁ ଆସିଥିଲି । ମୋତେ ଯିଏ ଡାକିବ ମୁଁ ଯିବି ।" କିନ୍ତୁ ପ୍ରଶ୍ନ ଉଠୁଛି, ଦଳ କଣ ତାଙ୍କୁ ଡାକୁ ନାହିଁ କି ? ଦଳ ସହ କଣ ତାଙ୍କର ଭଲ ସମ୍ପର୍କ ନାହିଁ କି ?

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ଛାଡିବେ କି ଅଭିନେତା ଅରିନ୍ଦମ ! କଣ କହୁଛନ୍ତି ରାଜନୀତି ସମୀକ୍ଷକ

ପ୍ରକାଶ ଥାଉ, ଗତ କିଛିଦିନ ପୂର୍ବେ ଅରିନ୍ଦମ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିବା ଆଉ କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରାଙ୍କୁ ଭେଟିବା ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଯଦିଓ ଏନେଇ ଅରିନ୍ଦମଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିପାରି ନାହିଁ, ତଥାପି ଏହି ଫଟୋ ଅନେକ କଥା କହୁଛି । ଅରିନ୍ଦମ ଗୋଟିଏ ପରେ ଗୋଟିଏ ବିଜେପି ନେତାଙ୍କ ସହ ଭେଟଘାଟ କଟକ ରାଜନୀତିକୁ ସରଗରମ କରିଛି । ଅରିନ୍ଦମ ବିଜେପି ଆଡକୁ ଢଳୁଛନ୍ତି କି ? ସେ ବିଜେପିରେ ଯୋଗ ଦେଇପାରନ୍ତି କି ବୋଲି ନାନା ଆଲୋଚନା ଆରମ୍ଭ ହୋଇଛି । ତେବେ ସେ ଦିର୍ଘ ଦିନ ଧରି ବିଜେଡିରେ କୋଣଠେସା ହୋଇ ରହିଥିବାବେଳ ଅସନ୍ତୋଷ ମଧ୍ୟ ପ୍ରକାଶ କରିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.