ETV Bharat / politics

ଆସାମରେ ୩ ଲୋକସଭା ଆସନରୁ ଲଢିବ ଆପ୍‌ !

author img

By ETV Bharat Odisha Team

Published : Feb 23, 2024, 5:56 PM IST

Lok Sabha Election 2024: ଆସନ୍ତା ସାଧାରଣ ନିର୍ବାଚନରେ ଆସାମର ମୋଟ ୧୪ ଲୋକସଭା ଆସନରୁ ୩ଟିରେ ଲଢିବ ଆପ୍‌ । ସୂଚନା ଦେଲେ ଦଳର ଉତ୍ତର-ପୂର୍ବ ପର୍ଯ୍ୟବେକ୍ଷକ ରାଜେଶ ଶର୍ମା । ଅଧିକ ପଢନ୍ତୁ

Aam Aadmi Party
Aam Aadmi Party

ଦିସପୁର: ଆସନ୍ତା ସାଧାରଣ ନିର୍ବାଚନରେ ଆସାମରେ ୩ଟି ଲୋକସଭା ଆସନରୁ ଲଢିବାକୁ ଯାଉଛି ଆମ ଆଦମି ପାର୍ଟି (ଆପ୍‌) । ଏହି ୩ ଆସନରୁ ଆପ୍‌ ପ୍ରାର୍ଥୀ ଦେବାକୁ ଥିବା ବେଳେ ବାକି ୧୧ ଲୋକସଭା ଆସନରେ ଇଣ୍ଡିଆ ମେଣ୍ଟକୁ ସହଜ ହେବ ବୋଲି କହିଛନ୍ତି ଦଳର ଉତ୍ତର-ପୂର୍ବ ପର୍ଯ୍ୟବେକ୍ଷକ ରାଜେଶ ଶର୍ମା । ଗୌହାଟି, ସୋନିତପୁର ଓ ଦିବ୍ରୁଗଡ଼ ଲୋକସଭା ଆସନରେ ଆପ୍‌ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଥିବା ସେ କହିଛନ୍ତି ।

ଏ ନେଇ ରାଜେଶ ଶର୍ମା କହିଛନ୍ତି, " ଆପ୍‌ ଆସାମରୁ ତିନୋଟି ଆସନରେ ଲଢିବ । ସୋନିପତପୁରରେ ଆମେ ୧୭୬ଟି ଗ୍ରାମ ପଞ୍ଚାୟତରେ ଦଳୀୟ କାର୍ଯ୍ୟାଳୟ ଖୋଲିଛୁ । ଏହି ତିନୋଟି ଆସନରୁ ଆମେ ଲଢିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଦିବ୍ରୁଗଡ଼, ସୋନିତପୁର ଓ ଗୌହାଟି ଆସନରୁ ଆମେ ପ୍ରାର୍ଥୀ ଘୋଷଣା କରିସାରିଛୁ । ଇଣ୍ଡିଆ ମେଣ୍ଟର ଅନ୍ୟ ବିରୋଧୀ ଦଳଗୁଡ଼ିକ ଆମକୁ ଏହି ୩ଟି ଆସନରେ ସହଯୋଗ କରନ୍ତୁ । ଇଣ୍ଡିଆ ମହାମେଣ୍ଟରୁ ଏହି ୩ଟି ଆସନରୁ ଗୋଟିଏ ପ୍ରାର୍ଥୀ ନିର୍ବାଚନ ଲଢିବା ଉଚିତ । ଏହାବାଦ ବାକି ୧୧ଟି ଆସନରୁ ଆମେ ଇଣ୍ଡିଆ ମହାମେଣ୍ଟର ପ୍ରାର୍ଥୀଙ୍କୁ ସହଯୋଗ କରିବୁ ।"

ଏହା ବି ପଢନ୍ତୁ- ୟୁପି ପରେ ଦିଲ୍ଲୀ; ଆପ୍-କଂଗ୍ରେସ ମଧ୍ୟରେ ଛିଣ୍ଡିଲା ସିଟ୍ ଭାଗବଣ୍ଟା !

ଗତକାଲି କଂଗ୍ରେସ ଓ ଆପ୍‌ ମଧ୍ୟରେ ଦିଲ୍ଲୀର ୭ଟି ଲୋକସଭା ଆସନ ପାଇଁ ସିଟ ସେୟାରିଂ ଅଙ୍କ ଛିଣ୍ଡିଛି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଉଭୟ ଦଳ ଦିଲ୍ଲୀରୁ ୪:୩ ଡିଲ୍‌ କରିଛନ୍ତି । ଆପ୍‌ ୪ଟି ଆସନରୁ ନିର୍ବାଚନ ଲଢିବାକୁ ଥିବା ବେଳେ କଂଗ୍ରେସ ୩ଟି ଆସନରୁ ନିଜର ପ୍ରାର୍ଥୀ ଦେବ । ଦିଲ୍ଲୀରେ ପ୍ରାୟ ୭ ପର୍ଯ୍ୟାୟ ବୈଠକ ପରେ ସିଟ୍‌ ସେୟାରିଂକୁ ନେଇ ଉଭୟ ଦଳ ଚୂଡାନ୍ତ ନିଷ୍ପତ୍ତି ନେଇଥିଲେ । ଏହି ବୈଠକରେ କଂଗ୍ରେସ ପକ୍ଷରୁ କେସି ବେଣୁଗୋପାଲ ଓ ମୁକୁଲ ୱାସନିକ ଉପସ୍ଥିତ ଥିବା ବେଳେ ଆପ୍‌ ପକ୍ଷରୁ ସନ୍ଦୀପ ପାଠକ ଓ ସୌରଭ ଭରଦ୍ବାଜ ଏବଂ ଆତିଶି ଉପସ୍ଥିତ ଥିଲେ ।

ଏହା ବି ପଢନ୍ତୁ- ଆପ ପ୍ରାର୍ଥୀ କୁଳଦୀପ କୁମାର ଚଣ୍ଡିଗଡର ନୂଆ ମେୟର

ଦିଲ୍ଲୀ ସାଧାରଣ ନିର୍ବାଚନର ପୂର୍ବ ରେକର୍ଡ ଦେଖିଲେ, ଗତ ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନ ବେଳେ ବିଜେପି ଦିଲ୍ଲୀର ୭ଟି ଲୋକସଭା ଆସନରେ ବିଜୟୀ ହୋଇଥିଲା । ସେହିପରି ୨୦୦୪ ନିର୍ବାଚନରେ କଂଗ୍ରେସ ୬ଟି ହାତେଇଥିବା ବେଳେ ବିଜେପି ଖାତାକୁ ମାତ୍ର ଗୋଟିଏ ଯାଇଥିଲା । ୨୦୦୯ ଲୋକସଭା ନିର୍ବାଚନରେ କଂଗ୍ରେସ ସମ୍ପୂର୍ଣ୍ଣ ୭ଟି ଆସନରେ କ୍ଲିନ-ସ୍ବିପ କରିଥିଲା । ଅନ୍ୟପଟେ ହରିୟାଣାରେ ଆପ୍‌ ଗୋଟିଏ ଆସନରୁ ଲଢିବାକୁ ଯାଉଛି । ଗୁଜୁରାଟରୁ ଆପ‌୍‌ କ୍ରମାଗତ ଭାବେ ୩ଟି ଆସନ ମାଗୁଥିବା ବେଳେ ଏନେଇ କଂଗ୍ରେସ ସହିତ ଆଲୋଚନା ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.