ETV Bharat / politics

ରାଇରଙ୍ଗପୁରରେ ବିଜେଡିର ଶକ୍ତି ପ୍ରଦର୍ଶନ, ପ୍ରଚାର କଲେ ସୁଦାମ-ରାଇସେନ - 2024 ELECTION

author img

By ETV Bharat Odisha Team

Published : Apr 20, 2024, 9:35 AM IST

Sudam Marandi campaign in Rairangpur: ରାଇରଙ୍ଗପୁରରେ ପ୍ରଚାର କଲେ ବିଜେଡି ପ୍ରାର୍ଥୀ ସୁଦାମ ମାରାଣ୍ଡି ଓ ରାଇସେନ ମୁର୍ମ । ଅଧିକ ପଢନ୍ତୁ

ରାଇରଙ୍ଗପୁରରେ ବିଜେଡିର ଶକ୍ତି ପ୍ରଦର୍ଶନ, ପ୍ରଚାର କଲେ ସୁଦାମ ମାରାଣ୍ଡି
ରାଇରଙ୍ଗପୁରରେ ବିଜେଡିର ଶକ୍ତି ପ୍ରଦର୍ଶନ, ପ୍ରଚାର କଲେ ସୁଦାମ ମାରାଣ୍ଡି

ରାଇରଙ୍ଗପୁରରେ ବିଜେଡିର ଶକ୍ତି ପ୍ରଦର୍ଶନ, ପ୍ରଚାର କଲେ ସୁଦାମ-ରାଇସେନ

ରାଇରଙ୍ଗପୁର: ଲୋକସଭା ଓ ବିଧାନସଭା ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ପ୍ରଚାର ମଇଦାନ ମଧ୍ୟ ସେତିକି ସରଗରମ ହେବାରେ ଲାଗିଛି । ତେବେ ମୟୂରଭଞ୍ଜ ଜିଲ୍ଲାରେ ଶେଷ ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ଏଠାରେ ରାଜନୈତିକ ଉଷ୍ମତା ଜାରି ରହିଛି । ଭୋଟ ହାତେଇବାକୁ ପ୍ରତ୍ୟେକ ଗାଁରେ ପ୍ରଚାର ଜାରି ରଖିଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ । ନିଜ ନିଜ ଦଳୀୟ କର୍ମୀଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇ ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛନ୍ତି । ଏହି କ୍ରମରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ବିଧାନସଭା ପ୍ରାର୍ଥୀ ରାଇସେନ ମୁର୍ମୁ ଓ ମୟୂରଭଞ୍ଜ ଲୋକସଭା ଆସନ ପାଇଁ ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି ନିଜର ଶତାଧିକ କର୍ମୀଙ୍କ ସହିତ ଯାମଦା ବ୍ଲକରେ ଶକ୍ତି ପ୍ରଦର୍ଶନ କରିଛନ୍ତି ।

ସୁଦାମ ମାରାଣ୍ଡି ଓ ରାଇସେନ ମୁର୍ମୁ ଶତାଧିକ ଦଳୀୟ କର୍ମୀଙ୍କ ସହିତ ଦୁନ୍ଦୁ ଗ୍ରାମରୁ ଏକ ବାଇକ ଶୋଭାଯାତ୍ରାରେ ବାହାରି ଯାମଦା ବଜାର ପହଞ୍ଚିଥିଲେ । ଦୁନ୍ଦୁ ଗ୍ରାମରୁ ଯାମଦା ବଜାର ମଧ୍ୟରେ ଥିବା ବିଭିନ୍ନ ଗ୍ରାମରେ ଉଭୟଙ୍କୁ ସ୍ବାଗତ କରାଯାଇଥିଲା । ପାରମ୍ପରିକ ଆଦିବାସୀ ନୃତ୍ୟରେ ଉଭୟଙ୍କୁ ପାଛୋଟି ନେଇଥିଲେ ସ୍ଥାନୀୟ ଯାମଦାବାସୀ । ଯାମଦା ବସଷ୍ଟାଣ୍ଡ ନିକଟରେ ଥିବା ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ସୁଦାମ ଓ ରାଇସେନ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ବସଷ୍ଟାଣ୍ଡ ନିକଟସ୍ଥ ଏକ ପଡିଆରେ ସ୍ବାଗତ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି ଓ ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ସବୁ ବଖାଣି ପୁଣିଥରେ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦରେ ବସାଇବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କୁ ନିବେଦନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସମୃଦ୍ଧ ଓଡ଼ିଶା, ସଶକ୍ତ ଓଡ଼ିଶା ପରିକଳ୍ପନାକୁ ସାକାର କରିବା ପାଇଁ ଉକ୍ତ ସଭାରେ ଉପସ୍ଥିତ ଜନସାଧାରଣଙ୍କୁ ବିଜେଡ଼ି ପ୍ରାର୍ଥୀଙ୍କ ସପକ୍ଷରେ ନିଜର ମୂଲ୍ୟବାନ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ମୟୂରଭଞ୍ଜ ଲୋକସଭା ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି ନିଜ ଅଭିଭାଷଣରେ ନିବେଦନ କରି କହିଥିଲେ ।

ଏହା ମଧ୍ୟ ପଢନ୍ତୁ:- ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପରେ ବର୍ଷିଲେ ନିରଞ୍ଜନ ପଟ୍ଟନାୟକ - CONGRESS PRESS MEET

ତେବେ ମୋଦି ଲହର ଓ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ବିଷୟରେ ପଚାରିବାରୁ ଏଠାରେ କିଛି ଲହର କାମ ଦେବନି, ଓଡ଼ିଶାରେ କେବଳ ନବୀନ ପଟ୍ଟନାୟକ ହିଁ ଏକମାତ୍ର ନେତା ବୋଲି କହିଛନ୍ତି ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି । ରାଜ୍ୟରେ ଏକାଧିକ ଥର ବିଧାୟକ ଓ ମନ୍ତ୍ରୀ ହୋଇଥିବା ସୁଦାମ ଏଥର ସାଧାରଣ ନିର୍ବାଚନରେ ସାଂସଦ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.