ଲେଖକ- ପ୍ରଫେସର ଏନଭିଆର ଜ୍ୟୋତି କୁମାର
ବାଣିଜ୍ୟ ବିଭାଗ, ମିଜୋରାମ ସେଣ୍ଟ୍ରାଲ ୟୁନିଭର୍ସିଟି
ହାଇଦ୍ରାବାଦ: 'ଭାରତର ଭାତ ହାଣ୍ଡି' ଭାବେ ଜଣାଶୁଣା ଆନ୍ଧ୍ରପ୍ରଦେଶ । ଦେଶର ସବୁଠାରୁ ଅଧିକ ଚାଉଳ ଉତ୍ପାଦନକାରୀ ରାଜ୍ୟ ଭାବେ ଜଣାଶୁଣା ଆନ୍ଧ୍ରପ୍ରଦେଶ । ଏହା ବ୍ୟତୀତ ଗୁଜୁରାଟ ପରେ ଦେଶର ଦ୍ବିତୀୟ ଦୀର୍ଘତମ ଉପକୂଳବର୍ତ୍ତୀ ସ୍ଥାନ ରହିଛି । ଖାଲି ସେତିକି ନୁହେଁ, ଏହି ରାଜ୍ୟ ଅନେକ ଖଣିଜ ସମ୍ପଦରେ ମଧ୍ୟ ଭରପୂର ଅଟେ । ରାଜନୀତି, କଳା, ସାହିତ୍ୟ, ଚଳଚ୍ଚିତ୍ର, ଶିକ୍ଷା, କୃଷି, ବ୍ୟବସାୟ, ସେବା ଆଦି କ୍ଷେତ୍ରରେ ନିଜ ଅଞ୍ଚଳ ତଥା ମାତୃଭାଷା ପାଇଁ ସୁନାମ ଆଣିଛନ୍ତି ଏଠାକାର କଳାକାର ।
ହେଲେ ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ଭଳି ବ୍ରାଣ୍ଡର ଏମିତି କ'ଣ ହେଲା ? କାହିଁକି ବିଗତ ୫ ବର୍ଷ ଧରି ନକରାତ୍ମକ ଖବରମାନ ଆସୁଛି ? ରାଜନୈତିକ ଶତ୍ରୁତା କାରଣରୁ ନା ଅପରାଧ ବୃଦ୍ଧି ଯୋଗୁ ଆନ୍ଧ୍ରପ୍ରଦେଶର ଏପରି ସ୍ଥିତି ? ଦକ୍ଷିଣ ରାଜ୍ୟ ମଧ୍ୟରେ ତେଲେଙ୍ଗାନାରେ ମୁଣ୍ଡ ପିଛା ଆୟ ସର୍ବାଧିକ ରହିଛି । ୨୦୨୨ର ଆୟର ରେକର୍ଡ ଅନୁଯାୟୀ, ତେଲେଙ୍ଗାନା ପରେ ପରେ ରହିଛି କର୍ଣ୍ଣାଟକ, ତାମିଲନାଡୁ ଓ କେରଳ । ଏସବୁ ରାଜ୍ୟ ତୁଳନାରେ ଆନ୍ଧ୍ରପ୍ରଦେଶରେ ମୁଣ୍ଡ ପିଛା ଆୟ ସର୍ବନିମ୍ନ ରହିଛି । ସେହିପରି ବେକାରୀ ହାର ଦେଖିଲେ ସ୍ନାତକ ପାସ୍ କରିଥିବା ୨୪% ପିଲା ରୋଜଗାରକ୍ଷମ ହୋଇନାହାନ୍ତି । ଯଦିଓ ଆଣ୍ଡାମାନ ଏବଂ ନିକୋବର ଓ ଲଦାଖ ତୁଳନାରେ ଆନ୍ଧ୍ର ପ୍ରଦେଶର ସ୍ଥିତି ଭଲ ରହିଛି, ହେଲେ ଦେଶ ପାଇଁ ଏହା ଉଦବେଗଜନକ ।
ଆନ୍ଧ୍ର ଓ ତେଲେଙ୍ଗାନା ରାଜ୍ୟ ବିଭାଜନ ପରେ କୃଷି କ୍ଷେତ୍ରର ଅବଦାନ 30.2% କୁ ବୃଦ୍ଧି ପାଇଛି । ଯାହାକି 2013-14ରେ ମିଳିତ ରାଜ୍ୟରେ 23% ଥିଲା । ଏହା 2017-18 ରେ 34.4% କୁ ବୃଦ୍ଧି ପାଇଛି । ସେବା କ୍ଷେତ୍ରଗୁଡିକର କ୍ଷତି ମଧ୍ୟ ସୂଚିତ କରେ । ଭୌଗୋଳିକ ଦୃଷ୍ଟିକୋଣରୁ ଉଭୟ ମରୁଡ଼ି ଏବଂ ଘୂର୍ଣ୍ଣିବଳୟ ପାଇଁ ଏହି ରାଜ୍ୟ ଅସୁରକ୍ଷିତ । କାରଣ ରାଜସ୍ଥାନ ଏବଂ କର୍ଣ୍ଣାଟକ ପରେ ଆନ୍ଧ୍ରପ୍ରଦେଶ ତୃତୀୟ ବୃହତ୍ତମ ମରୁଡ଼ି ପ୍ରବଣ ଅଞ୍ଚଳ ଅଟେ । ତେବେ ପୂର୍ବ ଭାଗରେ ଅବସ୍ଥିତ 13 ଟି ଜିଲ୍ଲା ମଧ୍ୟରୁ ୫ଟି ଜିଲ୍ଲା ଯଥା, ଅନନ୍ତପୁର, ଚିତ୍ତୋର, କାଦପା, କୁର୍ନୁଲ ଏବଂ ପ୍ରାକାସମ୍ ମରୁଡ଼ି ପ୍ରବଣ ଅଞ୍ଚଳ ଅଟେ । ୨୦୧୪ରେ ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଲେ । ସେ ରାଜ୍ୟର ସାମଗ୍ରିକ ବିକାଶକୁ ଗୁରୁତ୍ବ ଦେଇ କାର୍ଯ୍ୟ କରିଥିଲେ । ନିଜର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ବ ଭାବେ ଚନ୍ଦ୍ରବାବୁ ସରକାର କୃଷି, ଶିଳ୍ପ ଏବଂ ସେବା କ୍ଷେତ୍ରକୁ ଯଥେଷ୍ଟ ଗୁରୁତ୍ବ ମଧ୍ୟ ଦେଇଥିଲେ । 2014–19 ଅବଧି ମଧ୍ୟରେ କୃଷି କ୍ଷେତ୍ରରେ ଆସିଥିଲା ବଡ଼ ଧରଣର ବଜେଟ୍ । ଏଥିରୁ ସ୍ପଷ୍ଟ ଯେ, ଆର୍ଥିକ ସମ୍ବଳର ଏକ ବଡ଼ ଅଂଶ କୃଷି କ୍ଷେତ୍ରରେ ଜନସାଧାରଣଙ୍କ ବିନିଯୋଗରେ ଖର୍ଚ୍ଚ ହୋଇଥିଲା ।
'ପୋଲାଭରମ' ସରକାରଙ୍କ ଫ୍ଲାଗସିପ୍ ଜଳସେଚନ ପ୍ରକଳ୍ପ ଥିଲା । ଲିଫ୍ଟ ଜଳସେଚନ ପ୍ରକଳ୍ପ, ନଦୀ ଓ ଡ୍ୟାମର ସଂଯୋଗୀକରଣ ସଂଯୋଗ କାର୍ଯ୍ୟ, ପ୍ରାକାସାମରେ ଥିବା ଭେଲିଗୋଣ୍ଡା ଏବଂ ଗୁଣ୍ଡାଲାକମ୍ମା ପ୍ରକଳ୍ପ, ନେଲୋରର ନେଲୋର ଏବଂ ସଙ୍ଗମ ବ୍ୟାରେଜ, ଶ୍ରୀକାକୁଲମରେ ଭାନ୍ଧରା ଏବଂ ନାଗାବଳି ନଦୀର ସଂଯୋଗ ସହ ରୟାଲାସିମାରେ ହୋଇଥିଲା ହ୍ୟାଣ୍ଡ୍ରି ନେଭା କେନାଲ ପ୍ରକଳ୍ପ । ଜଳ ଅଭାବକୁ ଦୂର କରିବା ପାଇଁ MEPMA (Mission for Elimination of Poverty in Municipal Areas) ଏବଂ MNREGA (Mahatma Gandhi National Rural Employment Guarantee Act) କାର୍ଯ୍ୟକ୍ରମକୁ ମିଶାଇ ଅନନ୍ତପୁରରେ ୧ ଲକ୍ଷରୁ ଅଧିକ ପୋଖରୀ ଖୋଳା ଯାଇଥିଲା । 2015-19 ମଧ୍ୟରେ, ପୁଞ୍ଜି ବ୍ୟୟରେ ବାର୍ଷିକ ହାରାହାରି 17 ପ୍ରତିଶତ ଅଭିବୃଦ୍ଧି ଘଟିଥିଲା ।
ଚନ୍ଦ୍ରବାବୁ ସରକାର ଯେ, କେବଳ ଅମରାବତୀକୁ ରାଜଧାନୀ କରିବା ଦାବି ବ୍ୟତୀତ ରାଜ୍ୟର ହିତ ସାଧନ ଦିଗରେ ଆନ୍ୟ କୌଣସି କାର୍ଯ୍ୟ କରିନାହାନ୍ତି, ଏ ଯୁକ୍ତିର ଯଥାର୍ଥତା ନାହିଁ । ରାଜ୍ୟ ବିଭାଜନ ପରେ ଫରେନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟ (FDI) ଏବଂ ଘରୋଇ ପୁଞ୍ଜି ବିନିଯୋଗ ଚିତ୍ତୋରର ବିଭିନ୍ନ ସ୍ଥାନରେ ବୃଦ୍ଧି ପାଇଥିଲା । ରାଜ୍ୟର ପଛୁଆ ଅଞ୍ଚଳ କୁହାଯାଉଥିବା ରାୟାଲିସିମାରେ ଅବସ୍ଥିତ ଏହି ଉଦ୍ୟୋଗ ଗୁଡ଼ିକ ସେହି ସମୟରେ ବହୁ ପରିମାଣରେ ନିଯୁକ୍ତି ପ୍ରଦାନ କରିଥିଲେ । ଜିଡିପି ଏବଂ ମୁଣ୍ଡପିଛା ଆୟ ଦୃଷ୍ଟିରୁ ଭାରତର ଦଶମ ଧନୀ ସହର ବିଶାଖାପାଟନମ ବିବେଚିତ ହୋଇଥିଲା ।
ଯେତେବେଳେ କମ୍ପାନୀଗୁଡିକ ଆନ୍ଧ୍ର ଛାଡିଥିଲେ, ହଜାର ହଜାର ସଂଖ୍ୟାରେ ଚାକିରି ହରାଇଲେ ଲୋକେ । ଯେକୌଣସି ଗଣତାନ୍ତ୍ରିକ ବ୍ୟବସ୍ଥାରେ ନେତୃତ୍ବର ପରିବର୍ତ୍ତନ ଏକ ସାଧାରଣ କଥା । ଆନ୍ଧ୍ରପ୍ରଦେଶ ମଧ୍ୟ ଏହାର ବ୍ୟତିକ୍ରମ ନୁହେଁ । 2019ରେ YS ଜଗନ ମୋହନ ରେଡ୍ଡୀଙ୍କ ନେତୃତ୍ୱରେ କ୍ଷମତାକୁ ଆସିଥିଲା YSRCP ସରକାର । ପୂର୍ବ ସରକାରଙ୍କ ବିକାଶ କାର୍ଯ୍ୟ ଏବଂ କଲ୍ୟାଣକାରୀ ଯୋଜନା ଜାରି ରଖିବା ପରିବର୍ତ୍ତେ ଜଗନ ସରକାର ସମସ୍ତ ପ୍ରମୁଖ ନିଷ୍ପତ୍ତି ପ୍ରତ୍ୟାହାର କରିବା ଆରମ୍ଭ କରିଥିଲେ । ଓଲଟା ଟେଣ୍ଡର ନାମରେ ସରକାର ପୋଲାଭରାମ ପ୍ରକଳ୍ପ ସମେତ ବିକାଶମୂଳକ ପ୍ରକଳ୍ପ ଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ନିକଟବର୍ତ୍ତୀ ଲୋକଙ୍କୁ ହସ୍ତାନ୍ତର କରିବା ଆରମ୍ଭ କରିଥିଲେ । ପୋଲାଭରମ୍ ପ୍ରକଳ୍ପ ବର୍ତ୍ତମାନର AP ସରକାରଙ୍କ ପ୍ରାଥମିକତା ନୁହେଁ । ଏହାର ସମାପ୍ତିରେ ବିଳମ୍ବ ପାଇଁ ବିରୋଧୀ ଦଳ ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ପୋଲାଭାରାମ ପ୍ରକଳ୍ପ କିଛି ରାଜନେତାଙ୍କ ପାଇଁ ଅର୍ଥର ଉତ୍ସ ହୋଇପାରିଛି । ନୂତନ ରାଜଧାନୀ ଅମରାବତୀ ସୃଷ୍ଟି ପାଇଁ 32 ହଜାର ଏକରରୁ ଅଧିକ ଜମି ଯୋଗାଇଥିବା କ୍ଷୁଦ୍ର କୃଷକମାନେ ଜଗନ ସରକାରଙ୍କ ଯୋଗୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । 2019 ନିର୍ବାଚନ ସମୟରେ ଏବଂ ପୂର୍ବରୁ ଅମରାବତୀଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିବାକୁ YSRCP ର ନିଶ୍ଚିତତା ସତ୍ତ୍ବେ ବ୍ୟତିକ୍ରମ ଦେଖିବାକୁ ମିଳିଲା ।
ସରକାରୀ ଉତ୍ପୀଡନ କାରଣରୁ ଦେଶର ଅତ୍ୟାଧୁନିକ ବ୍ୟାଟେରୀ ଉତ୍ପାଦନକାରୀ ଅମରା ରାଜାଙ୍କୁ ସରକାରୀ ବିସ୍ଥାପିତ ହେବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଆନ୍ଧ୍ରପ୍ରଦେଶ ଉପରେ ଉଦ୍ୟୋଗପତିଙ୍କ ବିଶ୍ବାସନୀୟତା ହ୍ରାସ ପାଇଲା । ସୂଚନା ଅନୁସାର, ୧୦ ବର୍ଷ ମଧ୍ୟରେ ବିପୁଳ ପରିମାଣର ପୁଞ୍ଜି ବିନିଯୋଗ ସହିତ ଅମରା ରାଜା ତେଲେଙ୍ଗାନାର ମେହେବୁବନଗର ଜିଲ୍ଲାରେ ଏକ ଅତ୍ୟାଧୁନିକ ଲିଥିୟମ-ଆୟନ ବ୍ୟାଟେରୀ ଉତ୍ପାଦନ ୟୁନିଟ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିଲେ । ଏମଏସଏମଇ କ୍ଷେତ୍ର ଜଗନ ସରକାର ଅତି କମରେ 25ଶହ କୋଟି ଟଙ୍କା ମୂଲ୍ୟର ରିହାତି ବା ପ୍ରୋତ୍ସାହନ ଦେବାକୁ ମନା କରି ଦେଇଛନ୍ତି । ଆନ୍ଧ୍ରପ୍ରଦେଶ ଶିଳ୍ପ ଭିତ୍ତିଭୂମି ନିଗମ (APIIC) ଦ୍ବାରା ସ୍ଥାପିତ 543 ଟି ଇଣ୍ଡଷ୍ଟ୍ରିଆଲ ପାର୍କରେ ଅବସ୍ଥିତ ଅଧିକାଂଶ ଉଦ୍ୟୋଗ ହେଉଛି MSME । ବର୍ତ୍ତମାନର ଶାସନ କାଳରେ ରାସ୍ତାର ରକ୍ଷଣାବେକ୍ଷଣ, ଜଳ ଯୋଗାଣ ଏବଂ ଷ୍ଟ୍ରିଟ୍ ଲାଇଟ୍ ଯୋଗାଣ ଭଳି ମୌଳିକ ସୁବିଧା ସମେତ ଅନେକ ଭିତ୍ତିଭୂମି ପ୍ରତିବନ୍ଧକ ଯୋଗୁଁ ସମସ୍ତେ ଅସୁବିଧାର ସମ୍ମୁଖାନ ହେଉଛନ୍ତି । ମେକ୍ ଇନ୍ ଇଣ୍ଡିଆ ମିଶନର ଏକ ଅଂଶ ଭାବରେ କେନ୍ଦ୍ର ସରକାର ୯ ବର୍ଷ ପୂର୍ବେ ଜାତୀୟ ଶିଳ୍ପ କରିଡର ବିକାଶ (NIDC) କାର୍ଯ୍ୟକ୍ରମ ଅଧୀନରେ ବିଶାଖାପାଟନମ-ଚେନ୍ନାଇ, ହାଇଦ୍ରାବାଦ-ବେଙ୍ଗାଲୁରୁ ଏବଂ ଚେନ୍ନାଇ-ବେଙ୍ଗାଲୁରୁ ମଧ୍ୟରେ ୩ ଟି ଶିଳ୍ପ କରିଡରକୁ ଅନୁମୋଦନ କରିଥିଲେ ।
ଏହା ବି ପଢନ୍ତୁ...ଋଣ ଜାଲରେ ଛନ୍ଦି ହୋଇଛି ଆନ୍ଧ୍ରପ୍ରଦେଶ, ସରକାର ଦାୟୀ ! - ANDHRA PRADESH ECONOMY
ପ୍ରଥମ କରିଡର କ୍ଷେତ୍ରରେ, AP ସରକାରଙ୍କୁ ବିକାଶ ଖର୍ଚ୍ଚର 21.5 % ବହନ କରିବାକୁ ପଡିବ ଏବଂ ଅନ୍ୟ ଦୁଇଟି କରିଡର କ୍ଷେତ୍ରରେ କେନ୍ଦ୍ର ପ୍ରଦାନ କରିଥିବା ପାଣ୍ଠିକୁ ବ୍ୟବହାର କରିବା ବ୍ୟତୀତ ରାଜ୍ୟ ସରକାରଙ୍କ ଆର୍ଥିକ ଅବଦାନ ନାହିଁ । କରିଡରର ବିକାଶ ପାଇଁ କୌଣସି ଦାୟିତ୍ବ ନେଇନାହାନ୍ତି । କେବଳ 36 କୋଟି ଟଙ୍କା ଅଭାବରୁ ବିଶାଖା-ଚେନ୍ନାଇ ଇଣ୍ଡଷ୍ଟ୍ରିଆଲ ପ୍ରୋଜେକ୍ଟ (ପ୍ରଥମ ପର୍ଯ୍ୟାୟ) ର ସମାପ୍ତି ନହେବା ସରକାରଙ୍କ ଚରମ ଅବହେଳାକୁ ଦର୍ଶାଉଛି । ପୂର୍ବ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ଏହି ପ୍ରକଳ୍ପର 70 ପ୍ରତିଶତ କାର୍ଯ୍ୟ ଶେଷ ହୋଇସାରିଛି । ବହୁ ସଂଖ୍ୟକ ଶିକ୍ଷାଦାନ ପଦବୀ ଖାଲି ଅଛି । ଏହା ଅଧିକାଂଶ ବିଶ୍ବ ବିଦ୍ୟାଳୟରେ ଶିକ୍ଷାଦାନ-ଶିକ୍ଷା ପ୍ରକ୍ରିୟା, ଉତ୍ତମ ଗବେଷଣା ପରିବେଶ ଏବଂ କାର୍ଯ୍ୟ ସଂସ୍କୃତି ଉପରେ ପ୍ରଭାବ ପକାଇଛି । ବହୁ ସଂଖ୍ୟକ କୁଶଳୀ ଏବଂ ଅର୍ଦ୍ଧ-କୁଶଳୀ ଶ୍ରମିକ ସେମାନଙ୍କ ପରିବାର ଏବଂ ପିତାମାତାଙ୍କୁ ଛାଡି ଜୀବିକା ନିର୍ବାହ ପାଇଁ ପଡୋଶୀ ରାଜ୍ୟକୁ ଚାଲିଗଲେ । ଏପରିକି ଆନ୍ଧ୍ରପ୍ରଦେଶ ଜନସେବା ଆୟୋଗ (APPSC) ଏହାର ଅପାରଗତା ଏବଂ ଭୁଲ କାରଣରୁ ନିଜର ବିଶ୍ୱସନୀୟତା ହରାଇଛି ।
(ଏହା ଲେଖକଙ୍କର ସମ୍ପୂର୍ଣ୍ଣ ନିଜସ୍ବ ମତ)