ETV Bharat / international

ନଭଲନିଙ୍କ ମୃତ୍ୟୁ ବିବାଦ: ହତ୍ୟା ଅଭିଯୋଗ ଆଣିଲେ ଜେଲେନସ୍କି, ପୁଟିନଙ୍କୁ ଦାୟୀ କଲେ ବାଇଡେନ୍

author img

By ETV Bharat Odisha Team

Published : Feb 17, 2024, 9:09 AM IST

Updated : Feb 17, 2024, 10:08 AM IST

Putin critic Alexei Nayalny dies: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବଡ ସମାଲୋଚକ ଆଲେକ୍ସି ନାଭାଲ୍‌ନିଙ୍କ ଜେଲରେ ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁ ପାଇଁ ଅନେକ ବିଶ୍ୱ ନେତା ପୁଟିନଙ୍କୁ ଦାୟୀ କରିଛନ୍ତି । ଅଧିକ ପଢନ୍ତୁ

Putin critic Alexei Nayalny dies
ଜେଲରେ ପୁଟିନଙ୍କ ବଡ ବିରୋଧୀ ନଭଲିନଙ୍କ ମୃତ୍ୟୁ

ମସ୍କୋ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବଡ ସମାଲୋଚକ ତଥା ଋଷର ବିରୋଧୀ ଦଳ ନେତା ଆଲେକ୍ସି ନଭଲ୍‌ନିଙ୍କ ଜେଲରେ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ଶୁକ୍ରବାର ଜେଲ ପରିସରରେ ବୁଲୁଥିବା ସମୟରେ ହଠାତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ତାଙ୍କ ମୃତ୍ୟୁର କାରଣ ଏବେସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ତାଙ୍କର ମୃତ୍ୟୁ ପାଇଁ ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଦାୟୀ କରିଛନ୍ତି ନାଭାଲ୍‌ନିଙ୍କ ସମର୍ଥକଙ୍କ ସମେତ ଅନେକ ବିଶ୍ୱ ନେତା ।

ନଭଲ୍‌ନି ଡିସେମ୍ବର ମାସରୁ ଆର୍କାଟିକ ଜେଲରେ କଏଦୀ ଜୀବନ ବିତାଉଥିଲେ । ଏହି ଜେଲ ଋଷରୁ ସବୁଠୁ ବିପଦପୂର୍ଣ୍ଣ ଜେଲ ବୋଲି କୁହାଯାଏ । ଏଠାରେ ସବୁଠୁ ଅଧିକ ଥଣ୍ଡା ପଡିଥାଏ । ନାଭାଲ୍‌ନିଙ୍କୁ ଜେଲ ଭିତରେ ହତ୍ୟା ଉଦ୍ୟମ କରାଯାଉଥିବା ନେଇ ଅନେକ ଥର ଖବର ସାମ୍ନାକୁ ଆସିଥିଲେ ମଧ୍ୟ ଏହାର ସତ୍ୟାସତ୍ୟ ଜଣାପଡିନାହିଁ । ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରାଯାଉଥିବା ଖବରକୁ ଖଣ୍ଡନ କରିବା ସହ ଏହାକୁ ଗୁଜବ କହିଥିଲେ ପୁଟିନ ସରକାର ।

ନଭଲ୍‌ନିଙ୍କୁ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇ 2023ରେ 19 ବର୍ଷର ଜେଲ ଦଣ୍ଡାଦେଶ ଦିଆଯାଇଥିଲା । ସେ 2021 ମସିହାରୁ ଜେଲରେ ରହିଥିଲେ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ତାଙ୍କ ସରକାରଙ୍କ ବିରୋଧରେ ସ୍ୱର ଉଠାଇ ଚର୍ଚ୍ଚାକୁ ଆସିଥିଲେ ନାଭାଲ୍‌ନି । ଅନେକ ବଡ ବଡ ମାମଲାର ଯାଞ୍ଚ କରି ସେ ଋଷ ସରକାରଙ୍କ ଭ୍ରଷ୍ଟାଚାରର ପର୍ଦ୍ଦାଫାସ କରିଥିଲେ । ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଜାରି ଏକ ଭିଡିଓକୁ ଶହେ କୋଟିରୁ ଅଧିକ ଲୋକେ ଦେଖୁଥିଲେ । 2013ରେ ସେ ମସ୍କୋର ମେୟର ପଦ ପାଇଁ ଛିଡା ହୋଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ପରେ ସେ 2018ରେ ରାଷ୍ଟ୍ରପତି ପଦରେ ନିର୍ବାଚନ ଲଢିବା ପାଇଁ ଉଦ୍ୟମ କରିଥିଲେ । ହେଲେ ତାଙ୍କ ବିରୋଧରେ ଅପରାଧିକ ମାମଲା କାରଣରୁ ତାଙ୍କ ପ୍ରାର୍ଥୀତ୍ୱ ରଦ୍ଦ କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ...ୟୁକ୍ରେନ ସହ ଶାନ୍ତି ଆଲୋଚନା ପାଇଁ କେବେ ମନା କରିନି ଋଷ: ପୁଟିନ

ଋଷର ପ୍ରମୁଖ ବିରୋଧୀ ନେତା ଭାବେ ବେଶ ଜଣାଶୁଣା ଥିଲେ ନାଭାଲ୍‌ନି । ତାଙ୍କ ନେତୃତ୍ୱରେ ମକ୍ସୋରେ ସରକାର ବିରୋଧୀ ଆନ୍ଦୋଳନ ହୋଇଥିଲା । ଯାହାପରେ ତାଙ୍କୁ ଏକାଧିକ ଥର ଗିରଫ କରାଯାଇଥିଲା । 2019 ଅକ୍ଟୋବରରେ ତାଙ୍କ ସଂଗଠନ ଆଣ୍ଟି କରପ୍ସନ ଫାଉଣ୍ଡେସନକୁ ବିଦେଶୀ ଏଜେଣ୍ଟ ଘୋଷଣା କରାଯାଇଥିଲା । 2020 ଜୁଲାଇରେ ତାଙ୍କ ସଂଗଠନକୁ ବ୍ୟାନ ଘୋଷଣା କରାଯାଇଥିଲା ।

ନଭଲ୍‌ନିଙ୍କ ମୃତ୍ୟୁ ପରେ ରାଷ୍ଟ୍ରପତି ପୁଟିନଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି । ଅନେକ ପ୍ରମୁଖ ବିଶ୍ୱନେତା ସହ ନଭଲିନଙ୍କ ସମର୍ଥକମାନେ ତାଙ୍କ ମୃତ୍ୟୁ ପାଇଁ ପୁଟିନଙ୍କୁ ଦାୟୀ କରିଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, " ପୁଟିନଙ୍କ ଦ୍ୱାରା ନଭଲିନଙ୍କ ହତ୍ୟା କରାଯାଇଛି । ପୁଟିନଙ୍କୁ କିଛି ଫରକ ପଡେନି କିଏ ବଞ୍ଚିଛନ୍ତି କିମ୍ବା ମରିଛନ୍ତି । ତାଙ୍କ ପାଇଁ କେବଳ ତାଙ୍କ ପଦବୀ ହିଁ ବଡ । ପୁଟିନଙ୍କୁ ଏନେଇ ଉତ୍ତରଦାୟୀ କରାଯିବା ଉଚିତ ।"

ସେହିଭଳି ଆମେରିକା ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, କ’ଣ ଘଟିଛି ତାହା ୱାଶିଂଟନ୍ ଜାଣିନାହିଁ, କିନ୍ତୁ ଏଥିରେ କୌଣସି ସନ୍ଦେହ ନାହିଁ ଯେ ନାଭାଲ୍‌ନିଙ୍କ ମୃତ୍ୟୁ ପଛରେ ପୁଟିନ ଏବଂ ତାଙ୍କ ଟିମର ସମ୍ପୃକ୍ତି ରହିଛି ।"

ନଭଲ୍‌ନିଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ । ସେ କହିଛନ୍ତି," ଜେଲରେ ରହି ମଧ୍ୟ ସେ ତାଙ୍କ ସାହସ ହରାଇନଥିଲେ । ତାଙ୍କ ଜୀବନସାରା ସେ ଅସୀମ ସାହସ ଦେଖାଇଛନ୍ତି ।" ଋଷରେ ରାଷ୍ଟ୍ରପତି ନିର୍ବାଚନକୁ ଆଉ କିଛି ଦିନ ରହିଥିବା ବେଳେ ନାଭାଲ୍‌ନିଙ୍କ ମୃତ୍ୟୁ ସନ୍ଦେହ ସୃଷ୍ଟି କରିଛି ।

Last Updated : Feb 17, 2024, 10:08 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.