ETV Bharat / international

ୟୁକ୍ରେନ ସହ ଶାନ୍ତି ଆଲୋଚନା ପାଇଁ କେବେ ମନା କରିନି ଋଷ: ପୁଟିନ

author img

By ETV Bharat Odisha Team

Published : Nov 23, 2023, 6:32 AM IST

ୟୁକ୍ରେନ ସହ ଶାନ୍ତି ଆଲୋଚନା ପାଇଁ କେବେ ମନା କରିନି ଋଷ । ପୁଟିନଙ୍କ ନରମ ଆଭିମୁଖ୍ୟକୁ ନେଇ ଚର୍ଚ୍ଚା । ଅଧିକ ପଢନ୍ତୁ

ୟୁକ୍ରେନ ସହ ଶାନ୍ତି ଆଲୋଚନା ପାଇଁ କେବେ ମନା କରିନି ଋଷ: ପୁଟିନ
ୟୁକ୍ରେନ ସହ ଶାନ୍ତି ଆଲୋଚନା ପାଇଁ କେବେ ମନା କରିନି ଋଷ: ପୁଟିନ

ହାଇଦ୍ରାବାଦ: ଗତବର୍ଷ ଠାରୁ ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଏବେ ସାମାନ୍ୟ ଶିଥିଳ ପଡିଛି । ବିଶ୍ବ ସାମରିକ ସମୀକରଣକୁ ପ୍ରଭାବିତ କରିଥିବା ଏହି ସଂଘର୍ଷକୁ ରୋକିବା ଦିଗରେ ସମସ୍ତ ପ୍ରୟାସ କରାଯାଇଥିଲେ ସୁଦ୍ଧା ଋଷ କୌଣସି ପରିସ୍ଥିତିରେ ସାମରିକ ଅପେରସନ ବନ୍ଦ କରିନଥିଲା । ଏପରିକି ନାଟୋ ଦେଶ ସମୂହ ଓ ଜାତିସଂଘ ଦ୍ବାରା କଟାକଣାର ଶିକାର ହେବା ପରେ ମଧ୍ଯ ମସ୍କୋ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିନଥିଲା । ଏବେ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କର ଏକ ନରମ ଆଭିମୁଖ୍ୟ ବୟାନ ସାମ୍ନାକୁ ଆସିଛି । ଏହି ସଂଘର୍ଷ ପ୍ରସଙ୍ଗରେ ମସ୍କୋ କେବେ କିବ ସହ ଶାନ୍ତି ଆଲୋଚନା ପ୍ରସ୍ତାବକୁ ମନା କରିନି ବୋଲି ପୁଟିନ କହିଛନ୍ତି । କେବଳ ଏତିକି ନୁହେଁ ସେ ଶାନ୍ତି ଆଲୋଚନା ବ୍ୟାହତ ହେବା ପାଇଁ ୟୁକ୍ରେନକୁ ମଧ୍ୟ ଦାୟୀ କରିଛନ୍ତି । ଋଷ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତୁତ ଥିବା ବେଳେ ୟୁକ୍ରେନ ଏହି ପ୍ରକ୍ରିୟାରୁ ଓହରିଯାଇଥିବା ପୁଟିନ ଅଭିଯୋଗ କରିଛନ୍ତି । ଆଜି ଜି20 ଭର୍ଚ୍ଚୁଆଲ ସମ୍ମିଳନୀରେ ଅଂଶଗ୍ରହଣ କରି ଏହା ରାଷ୍ଟ୍ରପତି ପୁଟିନ କହିଛନ୍ତି ।

2022 ଫେବୃଆରୀ 21 ତାରିଖରେ ୟୁକ୍ରେନ ବିରୋଧରେ ସାମରିକ ଅଭିଯାନ ଆରମ୍ଭ କରିବା ପାଇଁ ସେନାକୁ ନିର୍ଦ୍ଦେଶ ଦେଇଥିଲେ ରାଷ୍ଟ୍ରପତି ପୁଟିନ । ଆକ୍ରମଣ ପୂର୍ବ ରାତିରେ ସେ ୟୁକ୍ରେନକୁ ଏକ ଚରମବାଣୀ ଶୁଣାଇଥିଲେ । ଏପରି ଆକ୍ରମଣ ହେବ ବିଶ୍ବ କେବେ ଦେଖିନଥିବ ବୋଲି ପୁଟିନ କହିଥିଲେ । ଏହାର ପରଦିନ ଋଷ ବାୟୁସେନା ବିମାନ ୟୁକ୍ରେନରେ ବୋମା ବର୍ଷଣ ଆରମ୍ଭ କରିଥିଲା । ପ୍ରାରମ୍ଭିକ ସମୟରେ ବେଶ ଅସହାୟ ନଜର ଆସିଥୁବା ୟୁକ୍ରେନ, କ୍ରମାଗତ ପଶ୍ଚିମ ତଥା ନାଟୋ ସଦସ୍ୟ ରାଷ୍ଟ୍ରଙ୍କ ସମର୍ଥନରେ ଋଷକୁ କଡା ଜବାବ ଦେଇଥିଲା । ଯୁଦ୍ଧକୁ ଏକବର୍ଷରୁ ଅଧିକ ପୂର୍ତ୍ତି ହୋଇଥିବା ବେଳେ ଏବେ ମଧ୍ୟ ସମାଧାନ ନେଇ କୌଣସି ନିର୍ଣ୍ଣୟରେ ପହଞ୍ଚା ପାରିନାହାନ୍ତି ଉଭୟ ଦେଶ । ଦୁଇ ଦେଶ ସାମରିକ ମିଶନ ଜାରି ରଖିଛନ୍ତି । ତେବେ ଏଥିରେ ସାମାନ୍ୟ ଶିଥିଳତା ଆସିଛି ।

ଏହାରି ମଧ୍ୟରେ ନିକଟରେ ଏକାଧିକ ରାଷ୍ଟ୍ରମୁଖ୍ୟ ମଧ୍ୟ ୟୁକ୍ରେନ ଗସ୍ତ କରି ରାଜଧାନୀ କିଭରେ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟି ଆଲୋଚନା କରିଛନ୍ତି । ପୂର୍ବରୁ ଅନେକ ୟୁରୋପୀୟ ନେତା କିଭ ଗସ୍ତ କରିସାରିଛନ୍ତି । ୟୁକ୍ରେନକୁ ଆର୍ଥିକ ସହୟତା ଘୋଷଣା କରିବା ସହ ଆଗାମୀ ଦିନରେ ମଧ୍ୟ ସମସ୍ତ ସହଯୋଗ ଜାରି ରହିବା ନେଇ ବାଇଡେନ ୟୁକ୍ରେନକୁ ପ୍ରତିଶୃତି ଦେଇଥିଲେ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.