ETV Bharat / international

ଭାରତ ପରେ ଆମେରିକା: ୫୨ ବର୍ଷ ପରେ ଚନ୍ଦ୍ରର ଦକ୍ଷିଣ ମେରୁରେ ପାଦ ଥାପିଲା ନାସାର 'ଓଡିସିଏସ'

author img

By ETV Bharat Odisha Team

Published : Feb 23, 2024, 10:33 AM IST

America Moon Mission: ଦୀର୍ଘ ୫୨ ବର୍ଷ ପରେ ଚନ୍ଦ୍ରରେ ପାଦ ଥାପିଛି ଆମେରିକା । ଦକ୍ଷିଣ ମେରୁରେ ସଫଳ ଅବତରଣ କରିଛି ଓଡିସିଏସ । ଅଧିକ ପଢନ୍ତୁ,

America Moon Mission
America Moon Mission

ଓ୍ବାଶିଂଟନ: ଭାରତ ପରେ ଆମେରିକା । ଦୀର୍ଘ 52 ବର୍ଷର ସଂଗ୍ରାମ ହେଲା ସଫଳ । ଶେଷରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସଫଳ ହେଲା ଆମେରିକା । ଚନ୍ଦ୍ରର ଦକ୍ଷିଣ ମେରୁରେ ସପ୍ଟ ଲ୍ୟାଣ୍ଡିଂ(କୋମଳ ଅବତରଣ) କରିବାରେ ଭାରତ ପ୍ରଥମ ଦେଶ ହୋଇଥିବା ବେଳେ, ଏହାର ପଛକୁ ରହିଛି ଆମେରିକା । ସଫଳ ଅବତରଣ କଲା ଓଡିସିଏସ । ଏହି ଇଣ୍ଟିଉଟିଭ ମସିନ ନୋଭା ସି ସ୍ପେସକ୍ରାଫ୍ଟ(Intuitive Machines Nova-C Spacecraft) ରେ 6ଟି ପେ-ଲୋଡ ରହିଥିବା ବେଳେ ଏହା ଚନ୍ଦ୍ରରେ ଜଳବାୟୁ ସମ୍ପର୍କରେ ଅନୁଧ୍ୟାନ କରିବ । କିନ୍ତୁ ଓଡିସିଏସ ଲ୍ୟାଣ୍ଡିଂ କରିବା ପରେ ଦୁର୍ବଳ ସଙ୍କେତ ପଠାଯାଉଥିବା ନେଇ ଚର୍ଚ୍ଚା ହେଉଛି ।

ଏହି ଇଣ୍ଟିଉଟିଭ ମସିନ ଦ୍ବାରା ଓଜିସିଏସ ଲ୍ୟାଣ୍ଡରର ଫଟୋ ମଧ୍ୟ ସେୟାର କରାଯାଇଛି । ଏନେଇ ଇଣ୍ଟିଉଟିଭ ମେସିନ ନୋଭା ସି ସ୍ପେସକ୍ରାଫ୍ଟ ମିଶନ ନିର୍ଦ୍ଦେଶକ ଟିମ୍ କ୍ରେନ କହିଛନ୍ତି, "ଓଡିସିଏସ ଲ୍ୟାଣ୍ଡରରୁ ମିଳୁଥିବା ସିଗନାଲକୁ ବୁଝିବା ପାଇଁ ଚେଷ୍ଟା କରୁଛୁ । କିନ୍ତୁ ଆମେ ନିଶ୍ତିତ ଯେ, ଆମେ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚି ସାରିଛି ।" ଇଣ୍ଟିଉଟିଭ ମସିନ(IM)-1ଟିମକୁ ଶୁଭେଚ୍ଛା ଜଣାଇ ସେ କହିଛନ୍ତି, ଆମେ ଲ୍ୟାଣ୍ଡର ଠାରୁ ଦୃଢ ସଙ୍କେତ ପାଇବା ପାଇଁ ଚେଷ୍ଟା ଜାରି ରଖିଛୁ ।

ନାସାର ପ୍ରତିକ୍ରିୟା: ଏହି ମକାକାଶଯାନ ନାସା ଦ୍ବାରା ଅନୁଦାନପ୍ରାପ୍ତ ମାନବରହିତ କମର୍ସିଆଲ ରବୋଟର ଏକ ଅଂଶ । ତେବେ ଆମେରିକା ଚନ୍ଦ୍ରକୁ ମାନବ ପଠାଇବା ନେଇ ଲକ୍ଷ୍ୟ ରଖିଥିବା ବେଳେ ଏହି ମିଶନ ବାଟ ଦେଖାଇଥିବା କଥା କୁହାଯାଇଛି । 2026ରେ ମାନବ ପ୍ରେରଣ ପାଇଁ ଏହି ମହାକାଶଯାନ ଆର୍ଟେମିସ କାର୍ଯ୍ୟକ୍ରମରେ ସାହାଯ୍ୟ କରିବ । ତେବେ ଏନେଇ ଆମେରିକାର ସ୍ପେସ ଏଜେନ୍ସି ନାସା ଏକ୍ସରେ ଏକ ପୋଷ୍ଟ ସେୟାର କରି କହିଛି, ଓଜିସିଏସ ଲ୍ୟାଣ୍ଡରରୁ ଚନ୍ଦ୍ରକୁ ପଠାଯାଇଛି । ଗତକାଲି(ଫେବୃଆରୀ 22) ସନ୍ଧ୍ୟା 6ଟା 23 ମିନିଟ ସମୟରେ ଅର୍ଥାତ ଭାରତୀୟ ସମୟ ଆଜି( ଫେବୃଆରୀ 23) ଭୋର 4ଟା 53 ମିନିଟରେ ଚନ୍ଦ୍ରରେ ଅବତରଣ କରିଛି ।

ଏହା ମଧ୍ୟ ପଢନ୍ତୁ: ୫୨ ବର୍ଷ ପରେ ଆମେରିକାର ଚନ୍ଦ୍ର ମିଶନ, ଦକ୍ଷିଣ ମେରୁ ଅଭିମୁଖେ Nova-C

ପ୍ରକାଶଥାଉକି, ଏହାର ଉତକ୍ଷେପଣ ଫ୍ଲୋରିଡାର ରେନେଡି ସ୍ପେସ ସେଣ୍ଟରରୁ ଉତକ୍ଷେପଣ କରାଯାଇଥିଲା । ଓଡିସିିୟସ ଲ୍ୟାଣ୍ଡରର ଉତକ୍ଷେପଣ ପାଇଁ ସ୍ପେସ ଏକ୍ସର ଫାଲକନ ୯ ରକେଟକୁ ବ୍ୟବହାର କରାଯାଇଥିଲା । ନାସା ଏହି ମିଶନ ପାଇଁ ଇଣ୍ଟୁସିଭ ମସିନ(IM) ସହିତ ୧୧୮ ମିଲିୟନ ଡଲାର ଅର୍ଥାତ ୯୭୯.୫୨ କୋଟିରୁ ଅଧିକ ଟଙ୍କାର ଚୁକ୍ତି କରିଥିଲା । ତେବେ ଏହା ପୂର୍ବରୁ ଆମେରିକୀୟ ଏଜେନ୍ସି ନାସା ୧୯୭୨ ମସିହାରେ ଆପୋଲ ୧୭କୁ ଉତକ୍ଷେପଣ କରିଥିଲା ।

ଦକ୍ଷିଣ ମେରୁରେ ପହଞ୍ଚିବାରେ ପ୍ରଥମ ଭାରତ: ଆମେରିକା ପୂର୍ବରୁ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଚ ଲ୍ୟାଣ୍ଡିଂ କରିବାରେ ସଫଳ ହୋଇପାରିଥିଲା । ବିଶ୍ବରେ ପ୍ରଥମ ଦେଶ ହୋଇଥିଲା ଭାରତ । 23 ଅଗଷ୍ଟ 2023ରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲା । ଆପୋଲ ମିଶନର ପ୍ରାୟ 50 ବର୍ଷ ପରେ ଆମେରିକା ଏହି ସଫଳତା ହାସଲ କରିଛି । ଏହି ମିଶନର ସମୟସୀମା ମୋଟ ୧୬ ଦିନ ରହିଛି । ଏହାର ଅର୍ଥ ନୋଭା ସି ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବା ପରେ ୭ଦିନ କାର୍ଯ୍ୟ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.