ETV Bharat / technology

୫୨ ବର୍ଷ ପରେ ଆମେରିକାର ଚନ୍ଦ୍ର ମିଶନ, ଦକ୍ଷିଣ ମେରୁ ଅଭିମୁଖେ Nova-C

author img

By ETV Bharat Odisha Team

Published : Feb 16, 2024, 12:36 PM IST

US Moon Mission: ୫୨ ବର୍ଷ ପରେ ଆମେରିକାର ଚନ୍ଦ୍ର ମିଶନ । ଦକ୍ଷିଣ ମେରୁ ଅଭିମୁଖେ Nova-C । ଆସନ୍ତା ୨୨ ତାରିଖରେ କରିବ ଲ୍ୟାଣ୍ଡିଂ । ଅଧିକ ପଢନ୍ତୁ

Space X Moon Lander
Space X Moon Lander

ହାଇଦ୍ରାବାଦ: ଦୀର୍ଘ ୫୨ ବର୍ଷ ପରେ ଚନ୍ଦ୍ରରେ ପାଦ ଥାପିବ ଆମେରିକା । ଆମେରିକାର ସ୍ପେସ ଏଜେନ୍ସି ନାସା ମହାକାଶଯାନକୁ ୫୨ ବର୍ଷ ପରେ ଚନ୍ଦ୍ରରେ ଅବତରଣ କରିବା ନେଇ ଯୋଜନା କରିଛି । ୧୯୭୨ ମସିହା ପରେ ଦ୍ବିତୀୟ ଥର ପାଇଁ ଚନ୍ଦ୍ରରେ ପାଦ ଥାପିବ ଆମେରିକା । ଗତକାଲି(ଗୁରୁବାର) ଲ୍ୟାଣ୍ଡର ପଠାଇଛି ନାସା । ଏହାର ନାମ ଓଡିଶିୟସ । ଏହାକୁ ଇଣ୍ଟୁସିଭ ମସିନ(IM)ନାମକ ଏକ କମ୍ପାନୀ ଦ୍ବାରା ପ୍ରସ୍ତୁତ କରାଯାଇଛି । ଏହାକୁ IM-1 ମୁନ ଲ୍ୟାଣ୍ଡର ମଧ୍ୟ କୁହାଯାଏ । ଫେବୃଆରୀ ୧୪ ତାରିଖରେ ଏହାର ଲଞ୍ଚିଂ ନେଇ ତାରିଖ ଘୋଷଣା କରାଯାଇଥିବା ବେଳେ ବେଷୟିକ କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା ।

ଏହାର ଉତକ୍ଷେପଣ ଫ୍ଲୋରିଡାର ରେନେଡି ସ୍ପେସ ସେଣ୍ଟରରୁ ଉତକ୍ଷେପଣ କରାଯାଇଥିଲା । ଓଡିଶିୟସ ଲ୍ୟାଣ୍ଡରର ଉତକ୍ଷେପଣ ପାଇଁ ସ୍ପେସ ଏକ୍ସର ଫାଲକନ ୯ ରକେଟକୁ ବ୍ୟବହାର କରାଯାଇଥିଲା । ତେବେ ଏହି ମିଶନର ନାମ ଇଣ୍ଟିଉସିଭ ମସିନ ନୋଭା ସି ସ୍ପେସକ୍ରାଫ୍ଟ(Intuitive Machines Nova-C Spacecraft) ରଖାଯାଇଛି । ଯଦି ସବୁ କିଛି ଠିକ ହୁଏ ତାହାଲେ ଏହା ଆସନ୍ତା ଫେବୃଆରୀ ୨୨ ତାରିଖରେ ଚନ୍ଦ୍ରର ଦକ୍ଷଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବ । ନାସା ଏହି ମିଶନ ପାଇଁ ଇଣ୍ଟୁସିଭ ମସିନ(IM) ସହିତ ୧୧୮ ମିଲିୟନ ଡଲାର ଅର୍ଥାତ ୯୭୯.୫୨ କୋଟିରୁ ଅଧିକ ଟଙ୍କାର ଚୁକ୍ତି କରିଥିଲା । ଏହାପରେ ଓଡିଶିୟସ ମୁନ ଲ୍ୟାଣ୍ଡର ପ୍ରସ୍ତୁତ କରିଥିଲା ଆଇଏମ । ଏହି ଲ୍ୟାଣ୍ଡର ନାସାର କମର୍ସିଆଲ ଲୁନର ପେଲୋଡ ସର୍ଭିସେସ ପ୍ରୋଗ୍ରାମ ଅଧୀନରେ ତିଆରି କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: 50 ବର୍ଷ ପରେ ଆମେରିକାର ଚନ୍ଦ୍ର ମିଶନ, ଲଞ୍ଚିଂର କେଇ ଘଣ୍ଟା ପରେ ଯାନରେ ତ୍ରୁଟି

୨୨ ଫେବୃଆରୀରେ ଲ୍ୟାଣ୍ଡିଂ: ତେବେ ୧୪ ତାରିଖରେ ଏହାର ଲଞ୍ଚିଂ ନେଇ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ଇନ୍ଧନ ବାଧକ ସାଜିଥିଲା । ତେବେ ଏହାକୁ ସ୍ଥଗିତ ରଖାଯାଇ ଗୁରୁବାର ଲଞ୍ଚ କରାଯାଇଥିଲା । ଯଦି ଯୋଜନା ମୁତାବକ ସବୁ କିଛି ସଠିକ ଭାବେ ହୁଏ, ତାହେଲେ ଆସନ୍ତା ୨୨ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବ । ଏହି ମିଶନର ସମୟସୀମା ମୋଟ ୧୬ ଦିନ ରହିଛି । ଏହାର ଅର୍ଥ ନୋଭା ସି ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବା ପରେ ୭ଦିନ କାର୍ଯ୍ୟ କରିବ । ଏହା ବିଶ୍ବର ପ୍ରଥମ ଘରୋଇ କମ୍ପାନୀ ଲ୍ୟାଣ୍ଡର ଅଟେ । ତେବେ ଏହା ପୂର୍ବରୁ ଆମେରିକୀୟ ଏଜେନ୍ସି ନାସା ୧୯୭୨ ମସିହାରେ ଆପୋଲ ୧୭କୁ ଉତକ୍ଷେପଣ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.