ETV Bharat / international

ପାକିସ୍ତାନରେ ସରକାର ଗଠନ ନେଇ ଅନିଶ୍ଚିତତା, ମେଣ୍ଟ ପାଇଁ PMLN-PPP ଆଲୋଚନା ଜାରି

author img

By ETV Bharat Odisha Team

Published : Feb 13, 2024, 10:34 AM IST

Pakistan Elections: ପାକିସ୍ତାନରେ ସରକାର ଗଠନ ନେଇ ଅନିଶ୍ଚିତତା ଜାରି ରହିଛି । ମେଣ୍ଟ ସରକାର ଗଠନ ନେଇ ପିଏମଏଲ-ଏନ ଓ ପିପିପି ଦଳ ମଧ୍ୟରେ ଆଲୋଚନା ଜାରି ରହିଛି । ଅଧିକ ପଢନ୍ତୁ

ପାକିସ୍ତାନ ନିର୍ବାଚନ
Pakistan Elections

ଇସଲାମବାଦ: ନିର୍ବାଚନ ସରିଲା, ଫଳାଫଳ ବି ଆସିଲା । କିନ୍ତୁ ଦେଶରେ କେଉଁ ଦଳ ଗଠନ କରିବ ସରକାର ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇପାରି ନାହିଁ । ସରକାର ଗଠନ ନେଇ ଅନିଶ୍ଚିତତା ଜାରି ରହିଛି । ନିର୍ବାଚନୀ ଫଳାଫଳରେ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇକୁ ଅଧିକ ସିଟ ମିଳିଥଲେ ମଧ୍ୟ ଦଳ ସରକାର ଗଠନ କରିପାରିବ ନାହିଁ । କାହିଁକି ନା ଦଳକୁ ସେନାର ସମର୍ଥନ ନାହିଁ । ଅନ୍ୟପଟେ ଦେଶରେ ନଓ୍ବାଜ ସରିଫଙ୍କ PML-N ଏବଂ ପୂର୍ବତନ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋଙ୍କ ପିପିପି ଦେଶରେ ମେଣ୍ଟ ସରକାର ଗଠନ କରିପାରେ ବୋଲି କୁହାଯାଉଛି । ଏହି ଦୁଇ ଦଳ ମଧ୍ୟରେ ସୋମବାର ବୈଠକ ବସିଥିଲା । ବୈଠକରେ ଦୁଇ ଦଳ ମଧ୍ୟରେ ପ୍ରଧାନମନ୍ତ୍ରୀ ପଦ ଭାଗ ହେବେ । 5 ବର୍ଷରେ ପିଏମଏଲ-ଏନ 3ବର୍ଷ ଓ ପିପିପି ନେତା 2 ବର୍ଷ ପ୍ରଧାନମନ୍ତ୍ରୀ ପଦବୀରେ ରହିବେ ବୋଲି ଆଲୋଚନା ହୋଇଥିବା ବିଶେଷ ସୁତ୍ରରୁ ସୂଚାନ ମିଳିଛି ।

ସୋମବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ପିଏମଏଲ-ଏନ ଓ ପିପିପି ଦଳ ମଧ୍ୟରେ ସରକାର ଗଠନ ନେଇ ଆଲୋଚନା ହୋଇଥିଲା । ଯଦି ଦେଶରେ ମେଣ୍ଟ ସରକାର ଗଠନ ହୁଏ ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ନୱାଜ ସରିଫଙ୍କ ଭାଇ ଶେହବାଜ ସରିଫ ଏବଂ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ 5 ବର୍ଷରେ ସମାନ ଅଂଶୀଦାରୀ ଭାବେ ପ୍ରଧାନମନ୍ତ୍ରୀ ଦାୟିତ୍ବ ତୁଲାଇବେ ।

ଏହାମଧ୍ୟ ପଢ଼ନ୍ତୁ: ନିର୍ବାଚନ ପରେ ଅଶାନ୍ତ ପାକିସ୍ତାନ, ମେଣ୍ଟ ସରକାର ଗଠନ ନେଇ ରଣନୀତି ଆରମ୍ଭ

ଏଭଳି ସ୍ଥିତିରେ ନୱାଜ ସରିଫଙ୍କ ଝିଅ ମରିୟମ ନୱାଜଙ୍କୁ ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ କରାଯିବ । ନୱାଜ ସରିଫ ମେଣ୍ଟ ସରକାରର ପ୍ରଧାନମନ୍ତ୍ରୀ ହେବାକୁ ଆଗ୍ରହୀ ନୁହନ୍ତି। ଯଦି ପିଏମଏଲ-ଏନ ଏବଂ ପିପିପି ଏକ ଚୁକ୍ତିନାମା କରନ୍ତି, ତେବେ ପାକିସ୍ତାନରେ ସେହିପରି ମେଣ୍ଟ ସରକାର ଗଠନ ହେବ ଯାହା ଇମ୍ରାନ ଖାନ ସରକାର ସମୟରେ ହୋଇଥିଲା। ସେହି ସରକାରରେ ଶେହବାଜ ସରିଫ ପ୍ରଧାନମନ୍ତ୍ରୀ ଏବଂ ବିଲାୱଲ ଭୁଟ୍ଟୋ ବୈଦେଶିକ ମନ୍ତ୍ରୀ ଥିଲେ।

ଗତକାଲି ପିଟିଆଇ ନେତା ମାନେ ପାକିସ୍ତାନ ରାଷ୍ଟ୍ରପତି ଆରିଫ ଅଲଭିଙ୍କ ସହ ଏକ ବୈଠକ କରିଥିଲେ । ସାଧାରଣ ନିର୍ବାଚନ ସମୟରେ ହୋଇଥିବା ଅନିୟମିତତା ସମ୍ପର୍କରେ ସେମାନେ ରାଷ୍ଟ୍ରପତିଙ୍କୁ ସୂଚନା ଦେଇଥିଲେ। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଦ୍ବାରା ଜାରି ଏକ ବିବୃତ୍ତି ଦର୍ଶାଇଛି ଯେ, ପିଟିଆଇ ନେତା ରୌଫ ହାସନ ଏବଂ ଓମାର ନିଆଜୀ ରାଷ୍ଟ୍ରପତିଙ୍କୁ ଭେଟି ଫେବୃଆରୀ 8 ନିର୍ବାଚନରେ ହୋଇଥିବା ​​ଅନିୟମିତତା ଉପରେ କହିଥିଲେ। ପାକିସ୍ତାନର ନିର୍ବାଚନ ଆୟୋଗ ଅନୁଯାୟୀ, ନିର୍ବାଚନରେ ଇମ୍ରାନଙ୍କ ପାର୍ଟି ପିଟିଆଇ ସର୍ବାଧିକ ସିଟରେ ବିଜୟୀ ହୋଇଥିଲା । ପିଟିଆଇ ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ମାନେ 266 ଆସନ ମଧ୍ୟରୁ ୧୦୧ରେ ବିଜୟୀ ହୋଇଥିଲା । ସେହିପରି PML-N 75 ଏବଂ PPP 54ଟି ସିଟରେ ବିଜୟୀ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.