ETV Bharat / international

ନିର୍ବାଚନ ପରେ ଅଶାନ୍ତ ପାକିସ୍ତାନ, ମେଣ୍ଟ ସରକାର ଗଠନ ନେଇ ରଣନୀତି ଆରମ୍ଭ

author img

By ETV Bharat Odisha Team

Published : Feb 12, 2024, 8:37 AM IST

Updated : Feb 12, 2024, 9:32 AM IST

Pakistan Election: ସାଧାରଣ ନିର୍ବାଚନରେ ପରେ ଅଶାନ୍ତ ପାକିସ୍ତାନ । କୌଣସି ଦଳ ମ୍ୟାଜିକ ନମ୍ବର ଛୁଇଁନଥିବା ବେଳେ ମେଣ୍ଟ ସରକାର ଗଠନ ନେଇ ରଣନୀତି ଆରମ୍ଭ କରିଛି ପାକିସ୍ତାନ ମୁସିଲମ ଲିଗ- ନଓ୍ବାଜ । ଅଧିକ ପଢନ୍ତୁ

Pakistan Election
ନିର୍ବାଚନ ପରେ ଅଶାନ୍ତ ପାକିସ୍ତାନ

ଇସଲାମାବାଦ: ସାଧାରଣ ନିର୍ବାଚନ ପରେ ଅଶାନ୍ତ ପାକିସ୍ତାନ । ବୁଥ୍ ରିଗିଂ ଓ ନିର୍ବାଚନରେ ବ୍ୟାପକ ଅନିୟମିତତା ଅଭିଯୋଗରେ ଇମ୍ରାନ ଖାନ ଓ ପିଟିଆଇ ପାର୍ଟି ସମର୍ଥକମାନେ ଦେଶବ୍ୟାପୀ ଆନ୍ଦୋଳନ କରିଥିବା ବେଳେ ସେପଟେ ମେଣ୍ଟ ସରକାର ଗଢିବାକୁ ଶରିଫ ପରିବାର ରଣନୀତି ଆରମ୍ଭ କରିଦେଇଛନ୍ତି । ବିଭିନ୍ନ ଦଳର ମୁଖିଆଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରି ସମର୍ଥନ ହାସଲ କରିବା ଦାୟିତ୍ୱ ନଓ୍ୱାଜ ଶରିଫ ନିଜ ଭାଇ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ଦେଇଛନ୍ତି । ସେପଟେ ବିଲାଓ୍ୱାଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କୁ ପ୍ରଧାନମନ୍ତ୍ରୀ କରିବା ଲାଗି ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଦାବି କରିଛି ।

ପାକିସ୍ତାନ ସାଧାରଣ ନିର୍ବାଚନ ସରିଥିବା ବେଳେ କୌଣସି ଦଳ ମ୍ୟାଜିକ ନମ୍ବର ଛୁଇଁନଥିବାରୁ କିଏ ସରକାର ଗଢିବ ସେନେଇ ଛକାପଞ୍ଝା ଜାରି ରହିଛି । 265ଟି ଆସନ ପାଇଁ ଭୋଟିଂ ହୋଇଥିବା ବେଳେ ସେଥିମଧ୍ୟରୁ ଇମ୍ରାନ ଖାନଙ୍କ ପିଟିଆଇ ସମର୍ଥିତ ସ୍ୱାଧିନ ପ୍ରାର୍ଥୀମାନେ ସର୍ବାଧିକ 101ଟି ଆସନ ହାସଲ କରିଥିବା ବେଳେ ଏହାପଛକୁ ନଓ୍ୱାଜ ଶରିଫଙ୍କ ପିଏମଏଲ-ଏନ ପାର୍ଟି 74, ବିଲାଓ୍ୱାଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ଦଳ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିିପି) 54ଟି ଆସନରେ ଜିତ୍ ହାସଲ କରିଛନ୍ତି । ହେଲେ କୌଣସି ଦଳ ସରକାର ଗଢିବା ପାଇଁ ମ୍ୟାଜିକ ନମ୍ବର ହାସଲ କରିନଥିବା ବେଳେ ମେଣ୍ଟ ସରକାର ପାଇଁ ରଣନୀତି ଆରମ୍ଭ କରିଦେଇଛନ୍ତି ଶେହବାଜ ଶରିଫ । ପିପିିପି ଓ ଏମକ୍ୟୁଏମ-ପି ପାର୍ଟି ସହ ଆଲୋଚନା କରିଛନ୍ତି ଶେହବାଜ ଶରିଫ । ପ୍ରଧାନମନ୍ତ୍ରୀ ପଦ ପାଇଁ ପିଏମଏଲ-ଏନ ପାର୍ଟି ନିଜକୁ ଦାବିଦାର କହୁଥିବା ବେଳେ ରାଷ୍ଟ୍ରପତି ଓ ବାରସ୍ପତି ପାଇଁ ମେଣ୍ଟ ଦଳ ମଧ୍ୟରେ କେହି ହେବା ନେଇ ଆଲୋଚନା କରିଛି ପିଏମଏଲ-ଏନ ।

ଏହାମଧ୍ୟ ପଢନ୍ତୁ.. ପାକିସ୍ତାନ ନିର୍ବାଚନ ଫଳାଫଳ, କଣ ପଡିବ ଭାରତ ଉପରେ ପ୍ରଭାବ

ଗତକାଲି(ରବିବାର) ଲାହୋର ଠାରେ ପିପିିପି ମୁଖ୍ୟ ବିଲାଓ୍ୱାଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ସହ ଶେହଓ୍ୱାଜ ଶରିଫ ଆଲୋଚନା କରିଥିବା ବେଳେ କିନ୍ତୁ ମେଣ୍ଟ ସରକାର ପାଇଁ ପ୍ରଧାନମନ୍ତ୍ରୀ ପଦବୀରେ ବିଲାଓ୍ୱାଲ ଭୁଟ୍ଟୋ ଜର୍ଦ୍ଦାରୀ ବସିବା ନେଇ ପିପିପି ପକ୍ଷରୁ ଦାବି କରାଯାଇଛି ।

ଅନ୍ୟପଟେ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ, ପାକିସ୍ତାନ ପିପୁଲ୍ସ ପାର୍ଟି ଓ ପାକିସ୍ତାନ ମୁସିଲମ ଲିଗ- ନଓ୍ବାଜଙ୍କ ସହ ଆଲୋଚନା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଛି । ପିଟିଆଇ ବାରିଷ୍ଟର ଗୋହର ଅଲ୍ଲୀ ଖାନ୍ ମେଣ୍ଚ ସରକାର ଗଠନ ନେଇ ପିଏମଏଲ-ଏନ ଓ ପିପିପି ସହ ଆଲୋଚନା ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିଛନ୍ତି ।

Last Updated : Feb 12, 2024, 9:32 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.