ETV Bharat / international

ପାକ୍ ରାଜନୀତିରେ ନୂଆ ଟ୍ୱିଷ୍ଟ; ମେଣ୍ଟ ପାଇଁ PPPର ନା, ଆଞ୍ଚଳିକ ଦଳ ସହ ହାତ ମିଶାଇଲା PTI

author img

By ETV Bharat Odisha Team

Published : Feb 14, 2024, 7:40 AM IST

Pakistan Election: ପାକିସ୍ତାନ ରାଜନୀତିରେ ନୂଆ ଟ୍ୱିଷ୍ଟ । ମେଣ୍ଟ ସରକାର ଗଠନରେ ଛକାପଞ୍ଝା । PML-N ସହ ମେଣ୍ଟ ପାଇଁ ମନା କଲା PPP । ସେପଟେ ଆଞ୍ଚଳିକ ଦଳ ହାତ ମିଶାଇଲା PTI । ଅଧିକ ପଢନ୍ତୁ

Pakistan Election
ପାକ୍ ରାଜନୀତିରେ ନୂଆ ଟ୍ୱିଷ୍ଟ

ଇସଲାମାବାଦ: ପାକିସ୍ତାନ ରାଜନୀତିରେ ନୂଆ ଟ୍ୱିଷ୍ଟ । ନ୍ୟାସନାଲ ଆସେମ୍ୱଲି ନିର୍ବାଚନକୁ 6 ଦିନ ପୁରିଥିଲେ ମଧ୍ୟ ଏ ଯାଏଁ ସରକାର ଗଠନ ଅଙ୍କ ଛିଣ୍ଡୁନି । ନିର୍ବାଚନରେ କେହି ସରକାର ଗଠନ ନେଇ ମ୍ୟାଜିକ ନମ୍ବର ଛୁଇଁନଥିବା ବେଳେ ମେଣ୍ଟ ସରକାର ଗଠନ ନେଇ ମୁଖ୍ୟ ଦଳଗୁଡିକ ପ୍ରୟାସ ଜାରି ରଖିଛନ୍ତି । ଏହାମଧ୍ୟରେ ନଓ୍ୱାଜ ଶରିଫଙ୍କ ପାକିସ୍ତାନ ମୁସଲିମ ଲିଗ- ନଓ୍ବାଜ(PML-N) ପାର୍ଟି ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ଅନ୍ୟପଟେ ଜେଲରେ ଥାଇ ଇମ୍ରାନ ଖାନ ସରକାର ଗଠନ ନେଇ ରଣନୀତି ଜାରି ରଖିଛନ୍ତି । ପିଟିଆଇ ଆଞ୍ଚଳିକ ଦଳମାନଙ୍କ ସହ ହାତ ମିଶାଇଛି । ତେବେ ରାଜନୈତିକ ହଟଚମଟ ଭିତରେ ନଓ୍ବାଜ ଶରିଫଙ୍କ ମେଣ୍ଟ ସରକାର ଗଠନକୁ ଏକ ଜବରଦସ୍ତ ଝଟକା ଦେଇଛନ୍ତି ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ବିଲାଓ୍ୱାଲ ଭୁଟ୍ଟୋ ଜର୍ଦ୍ଦାରୀ । ପୂର୍ବରୁ ପିପିପି ଓ ପିଏମଏଲ-ଏନ ମିଳିତ ଭାବେ ମେଣ୍ଟ ସରକାର ଗଠନ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ମେଣ୍ଟ ସରକାରକୁ 'ନା' କହିଛନ୍ତି ବିଲାଓ୍ୱାଲ ।

ପାକ୍ ନ୍ୟାସନାଲ ଆସେମ୍ୱଲି ଇଲେକ୍ସନରେ ସର୍ବାଧିକ ଆସନ ଜିତିଛନ୍ତି ଇମ୍ରାନ ଖାନଙ୍କ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ । ହେଲେ ଏହି ସଂଖ୍ୟା ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ଛୁଇଁନଥିବାରୁ ଏବେ କିଏ ସରକାର ଗଢିବ ସେନେଇ ରଣନୀତି ଆରମ୍ଭ ହୋଇଯାଇଛି । ଇମ୍ରାନ ଖାନ ମେଣ୍ଟ ସରକାରକୁ ପୂର୍ବରୁ ପ୍ରତ୍ୟାଖ୍ୟାନ କରିଥିବା ବେଳେ ଏବେ ଆଞ୍ଚଳିକ ଦଳମାନଙ୍କ ସହ ହାତ ମିଳାଇଛନ୍ତି । ମଙ୍ଗଳବାର ଦିନ ପାକିସ୍ତାନ ତେହରିକ-ଏ-ଇନସାଫ(ପିଟିଆଇ) ମୁଖ୍ୟ ଏନେଇ ଘୋଷଣା କରିଛନ୍ତି । ପିଟିଆଇ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଆଞ୍ଚଳିକ ଦଳ ମଜଲିସ-ଏ-ଓ୍ୱାହାଦତ୍-ମୁସଲିମିନ(MWM) ଓ ଜମାତ-ଏ- ଇସଲାମି (ଜେଆଇ) ସହ ମିଶି ସଂଘୀୟ ସରକାର ଗଠନ କରିବାକୁ ଯାଉଛି ବୋଲି ପିଟିଆଇ ମୁଖପାତ୍ର ଘୋଷଣା କରିଛନ୍ତି ।

ଏହାମଧ୍ୟ ପଢନ୍ତୁ... ନିର୍ବାଚନ ପରେ ଅଶାନ୍ତ ପାକିସ୍ତାନ, ମେଣ୍ଟ ସରକାର ଗଠନ ନେଇ ରଣନୀତି ଆରମ୍ଭ

ମଙ୍ଗଳବାର ଦିନ ଇସଲାମାବାଦଠାରେ ପିଟିଆଇ ମୁଖପାତ୍ର ରାଓଫ ହସାନ ଏକ ପ୍ରେସ କନଫରେନ୍ସରେ ସଂଘୀୟ ସରକାର ଗଠନ ନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି, ''ପିପିପି, ପିଏମଏଲ-ଏନ,ଏମକ୍ୟୁଏମ ଓ ମୁତ୍ତାହିଦା କ୍ୱାଓମି ମୁଭମେଣ୍ଟ ପାର୍ଟି ବ୍ୟତୀତ ଅନ୍ୟ ସମସ୍ତ ପାର୍ଟି ନିକଟକୁ ଯିବାକୁ ଦଳର ମୁଖ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଯିଏ ନିର୍ବାଚନରେ ବିଜୟ ହାସଲ କରିଛି ତା'ର ହିଁ ସରକାର ଗଠନର ଅଧିକାର ରହିଛି ବୋଲି ଇମ୍ରାନ ଖାନ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ।"

ଅନ୍ୟପଟେ ନଓ୍ବାଜ ଶରିଫଙ୍କୁ ବଡ ଝଟକା ଦେଇଛନ୍ତି ପିପିପି ନେତା ବିଲାଓ୍ୱାଲ ଭୁଟ୍ଟୋ । ମଙ୍ଗଳବାର ଦିନ ପିଏମଏଲ-ଏନକୁ ବଡ ଝଟକା ଦେଇଛନ୍ତି ବିଲାଓ୍ୱାଲ । ନଓ୍ୱାଜ ଶରିଫଙ୍କ ସହ ମେଣ୍ଟ ଗଠନ କରିବେ ନାହିଁ ବୋଲି କହିଛନ୍ତି ବିଲାଓ୍ୱାଲ । ସେ କହିଛନ୍ତି, "ମେଣ୍ଟ ସରକାର ପାଇଁ ଜନତା ଭୋଟ ଦେଇନାହାନ୍ତି । ପାକ୍ ଜନତା ଇମ୍ରାନ ଖାନ(ପୂର୍ବତନ ପ୍ରଧାନମନ୍ତ୍ରୀ)ଙ୍କ ପିଟିଆଇ ସମର୍ଥକ ଥିବା ସ୍ୱାଧୀନ ପ୍ରାର୍ଥୀମାନଙ୍କୁ ବିପୁଳ ମାତ୍ରାରେ ଭୋଟ ଦେଇଛନ୍ତି । ଜନାଦେଶ ପିପିପିକୁ ନୁହେଁ ପିଟିଆଇ ସମର୍ଥକଙ୍କୁ ମିଳିଛି ।" ଅନ୍ୟପଟେ ବିଲାଓ୍ୱାଲ ଭୁଟ୍ଟୋ ପ୍ରଧାନମନ୍ତ୍ରୀ ପଦ ପାଇଁ ଆଶାୟୀ ଥିବାବେଳେ ଏହାକୁ ନଓ୍ୱାଜ ଗ୍ରହଣ କରୁନଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

ଏହାମଧ୍ୟରେ ପିଏମଏଲ-ଏନ ପ୍ରଧାନମନ୍ତ୍ରୀ ପଦ ପାଇଁ ଶେହବାଜ ଶରିଫଙ୍କ ନାଁକୁ ଘୋଷଣା କରିଛି । ତେବେ ପାକ୍ ସରକାର ଗଠନରେ ପ୍ରତିଦିନ ନୂଆ ନୂଆ ଟ୍ୱିଷ୍ଟ ଦେଖିବାକୁ ମିଳୁଥିବା ବେଳେ କିଏ ସରକାର ଗଢୁଛି ତାହା ଦେଖିବାକୁ ବାକି ରହିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.