ETV Bharat / international

ମାନବ ଚାଲାଣ ରାକେଟର ପର୍ଦ୍ଦାଫାସ, ନେପାଳରୁ 11 ଭାରତୀୟ ବନ୍ଧକ ଉଦ୍ଧାର

author img

By ETV Bharat Odisha Team

Published : Feb 16, 2024, 12:42 PM IST

Nepal Operation Dunki: ମାନବ ଚାଲାଣ ରାକେଟର ପର୍ଦ୍ଦାଫାସ । ଆମେରିକା ପଠାଇବା ଲୋଭ ଦେଖାଇ 11 ଭାରତୀୟଙ୍କୁ ବନ୍ଧକ ରଖାଯାଇଥିବା ବେଳେ ସେମାନଙ୍କୁ ଉଦ୍ଧାର କଲା ନେପାଳ ପୋଲିସ । ଏହି ମାମଲାରେ 8 ଭାରତୀୟ ମାଫିଆଙ୍କୁ ମଧ୍ୟ ଗିରଫ କରାଯାଇଛି । ଅଧିକ ପଢନ୍ତୁ

Etv Bharat
Etv Bharat

କାଠମାଣ୍ଡୁ: ମାନବ ଚାଲାଣ ରାକେଟର ପର୍ଦ୍ଦାଫାସ କରିବା ସହ 11 ଜଣ ଭାରତୀୟ ବନ୍ଧକଙ୍କୁ ଉଦ୍ଧାର କଲା ନେପାଳ ପୋଲିସ । ସେମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ର ଥିବା ଜଣାପଡିଛି । ଏଥିସହ 8 ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି । ଆମେରିକା ପଠାଇବାର ପ୍ରଲୋଭନ ଦେଖାଇ ମାନବ ଚାଲାଣ କରିବାକୁ ଯୋଜନା କରୁଥିଲା ଏହି ରାକେଟ । ଏହି ରାକେଟର ପର୍ଦ୍ଦାଫାସ କରିବା ପାଇଁ 'ଅପରେସନ ଡଙ୍କି' ଆରମ୍ଭ କରିଥିଲା ନେପାଳ ପୋଲିସ ।

ନେପାଳ ପୋଲିସର ସୂଚନା ଅନୁଯାୟୀ, ମାନବ ଚାଲାଣ ରାକେଟ ସମ୍ବନ୍ଧରେ ପୋଲିସ ଜାଣିବାକୁ ପାଇଥିଲା । କାଠମାଣ୍ଡୁ ଅଞ୍ଚଳରେ 2 ସପ୍ତାହରୁ ଅଧିକ ଦିନ ହେଲା ଏକ ଭଡା ଘରେ 11 ଜଣଙ୍କୁ ବନ୍ଧକ ଭାବେ ରଖାଯାଇଥିବା ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା । କାଠମାଣ୍ଡୁ ଜିଲ୍ଲା ପୋଲିସ 'ଅପରେସନ ଡଙ୍କି' ମାଧ୍ୟମରେ ତଦନ୍ତ ଆରମ୍ଭ କରିଥିଲା । ଶାହରୁଖ ଖାନଙ୍କ ହିନ୍ଦୀ ଫିଲ୍ମ 'ଡଙ୍କି'ର କାହାଣୀ ଭଳି ଏହି ଘଟଣା ଘଟିଥିବାରୁ 'ଅପରେସନ ଡଙ୍କି' ଏହାର ନାମ ରଖାଯାଇଥିବା ନେଇ ପୋଲିସ ସୂଚନା ଦେଇଛି । ତେବେ ଘଟଣାସ୍ଥଳରେ ଚଢାଉ କରି 11 ଜଣଙ୍କୁ ଉଦ୍ଧାର କରିବା ସହ 8ଜଣ ମାଫିଆଙ୍କୁ ଗିରଫ କରିଥିଲା ପୋଲିସ । ସମସ୍ତ ବନ୍ଧକମାନେ ଓ ମାଫିଆମାନେ ଭାରତୀୟ ହୋଇଥିବା ବେଳେ ସେମାନେ ପଞ୍ଜାବ ଓ ହରିୟାଣାର ବାସିନ୍ଦା ବୋଲି ଜଣାପଡିଛି । ବନ୍ଧକମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ର ରହିଛନ୍ତି । ସେମାନଙ୍କୁ ମେକ୍ସିକୋ ବାଟରେ ଆମେରିକା ପଠାଇବା ପ୍ରଲୋଭନ ଦେଖାଇ ବନ୍ଧକ ରଖାଯାଇଥିଲା ।

ଏହାମଧ୍ୟ ପଢନ୍ତୁ...ଆମେରିକାରେ ଭାରତୀୟ ଛାତ୍ରଙ୍କୁ ଆକ୍ରମଣ ବରଦାସ୍ତ କରାଯିବନି: ହ୍ୱାଇଟ ହାଉସ୍

କାଠମାଣ୍ଡୁ ଜିଲ୍ଲା ବରିଷ୍ଠ ପୋଲିସ ଅଧିକାରୀ ଭୁପେନ୍ଦ୍ର ବାହାଦୂରଙ୍କ ସୂଚନା ଅନୁଯାୟୀ, ଭାରତୀୟ ମାଫିଆମାନଙ୍କ ସମେତ ଏଜେଣ୍ଟମାନେ ଏମାନଙ୍କୁ ଆମେରିକା ପଠାଇବା ପାଇଁ ମିଛ ପ୍ରତିଶ୍ରୁତି ଦେଇ ସେମାନଙ୍କ ନିକଟରୁ 45 ଲକ୍ଷ ଟଙ୍କା ଲେଖାଏଁ ନେଇଥିଲେ । ଆଉ ମଧ୍ୟ ସେମାନେ କାଠମାଣ୍ଡୁ ପହଞ୍ଚିବା ପରେ ସେମାନଙ୍କ ନିକଟରୁ ଆଉ 3000 ଆମେରିକା ଡଲାର ନିଆଯାଇଥିଲା । ଅଭିଯୁକ୍ତମାନଙ୍କ ବିରୋଧରେ ନେପାଳ ଆଇନ ଅନୁସାରେ ଅପହରଣ, ବନ୍ଧକ ଓ ମାନବ ଚାଲାଣ ସମ୍ୱନ୍ଧୀୟ ଧାରା ଆଧାରରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି ।

ଉଦ୍ଧାର ଭାରତୀୟମାନଙ୍କୁ କାଠମାଣ୍ଡୁ ସ୍ଥିତ ଏକ ହୋଟେଲରେ ରଖାଯାଇଛି । ଭାରତୀୟ ଦୂତାବାସ, ବୈଦେଶିକ ମନ୍ତ୍ରାଳୟ ଓ ଅନ୍ୟ ସମ୍ୱନ୍ଧୀୟ ଅଧିକାରୀଙ୍କ ସହ ଏନେଇ ଆବଶ୍ୟକୀୟ ଆଲୋଚନା ପରେ ସେମାନଙ୍କୁ ଭାରତକୁ ପଠାଯିବ । ତେବେ ଅଟକ ରଖାଯାଇଥିବା ବନ୍ଧକମାନଙ୍କୁ ମାନସିକ ତଥା ଶାରୀରିକ ନିର୍ଯାତନା ଦିଆଯାଇଥିବା ନେଇ ଉଦ୍ଧାର ବ୍ୟକ୍ତିମାନେ କହିଥିବା ଜଣାପଡିଛି । ସେମାନଙ୍କୁ ଧମକ ଚମକ ଦିଆଯିବା ସହ ଗୋଟିଏ ଘରେ ବନ୍ଦ କରି ରଖାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.