ETV Bharat / international

ଆମେରିକାରେ ଭାରତୀୟ ଛାତ୍ରଙ୍କୁ ଆକ୍ରମଣ ବରଦାସ୍ତ କରାଯିବନି: ହ୍ୱାଇଟ ହାଉସ୍

author img

By ETV Bharat Odisha Team

Published : Feb 16, 2024, 7:30 AM IST

Attack on Indian in US: ଆମେରିକାରେ ଭାରତୀୟ ଛାତ୍ରଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କଲା ହ୍ୱାଇଟ ହାଉସ୍ । ଏଭଳି ଘଟଣାକୁ ବରଦାସ୍ତ କରାଯିବନି । ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଏନେଇ ହେଉଛି ଆଲୋଚନା କହିଲେ ହ୍ୱାଇଟ ହାଉସ୍ । ଅଧିକ ପଢନ୍ତୁ

Attack on Indian in US
ଭାରତୀୟ ଛାତ୍ରଙ୍କ ଉପରେ ଆକ୍ରମଣ ବରଦାସ୍ତ କରାଯିବ ନାହିଁ: ହ୍ୱାଇଟ ହାଉସ୍

ଓ୍ୱାଶିଂଟନ: ଆମେରିକାରେ ଭାରତୀୟ ଛାତ୍ରଙ୍କ ଉପରେ ଆକ୍ରମଣ ଘଟଣାକୁ କଡା ନିନ୍ଦା କଲା ହ୍ୱାଇଟ ହାଉସ୍ । ଗତ କିଛି ସପ୍ତାହ ହେବ ଆମେରିକାରେ ଭାରତୀୟ ଛାତ୍ରଙ୍କ ଉପରେ ଆକ୍ରମଣ ଘଟଣା ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ଉଦବେଗ ପ୍ରକାଶ ପାଇଛି । ଗୁରୁବାର ଦିନ ହ୍ୱାଇଟ ହାଉସ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ ଦେଶରେ ଜାତି, ଧର୍ମ, ଲିଙ୍ଗ ଆଦି ଆଧାରରେ ଘଟୁଥିବା ହିଂସାତ୍ମକ ଘଟଣାକୁ ଦୃଢ ନିନ୍ଦା କରିବା ସହ ଏଭଳି ଘଟଣାକୁ ବରଦାସ୍ତ କରାଯିବ ନାହିଁ ବୋଲି କୁହାଯାଇଛି ।

ହ୍ୱାଇଟ ହାଉସର ନ୍ୟାସନାଲ ସିକ୍ୟୁରିଟି କାଉନସିଲର ଷ୍ଟ୍ରାଟେଜିକ କମ୍ୟୁନିକେସନ କୋର୍ଡିନେଟର ଜନ କିର୍ବି ଏନେଇ କହିଛନ୍ତି ଯେ, ଦେଶରେ ଜାତି, ଧର୍ମ, ଲିଙ୍ଗ ଆଦି ଆଧାରରେ ଘଟୁଥିବା ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ । ଆମେରିକାରେ ଏହା କଦାପି ଗ୍ରହଣୀୟ ନୁହେଁ । ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ପ୍ରଶାସନ ଏଭଳି ହିଂସାକାଣ୍ଡକୁ ରୋକିବା ପାଇଁ କଠିନ ପରିଶ୍ରମ କରୁଛନ୍ତି । ଏ ଦିଗରେ ରାଜ୍ୟ ଓ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯିବା ସହ ଆଲୋଚନା କରାଯାଉଛି ।

ଏହାମଧ୍ୟ ପଢନ୍ତୁ..କାଲିଫର୍ଣ୍ଣିଆରେ ଭାରତୀୟ ପରିବାରର ୪ ଜଣଙ୍କ ସନ୍ଦେହଜନକ ମୃତ୍ୟୁ

ସୂଚନାଯୋଗ୍ୟ, କିଛି ଦିନ ମଧ୍ୟରେ ଆମେରିକାରେ ଭାରତୀୟ ବଂଶୋଦ୍ଭବମାନଙ୍କ ଉପରେ ହିଂସାତ୍ମକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଆମେରିକାରେ ଭାରତୀୟମାନେ ଅସୁରକ୍ଷିତ ମନେ କରୁଛନ୍ତି । ତେବେ ଫେବୃଆରୀ 2 ତାରିଖରେ ଜଣେ 41 ବର୍ଷୀୟ ଭାରତୀୟ ବଂଶୋଦ୍ଭବଙ୍କୁ ଆମେରିକାରେ ଆକ୍ରମଣ ହୋଇଥିଲା । ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ସେ ଫେବ୍ରୁଆରୀ 7 ତାରିଖରେ ଆଖି ବୁଜିଥିଲେ । ସେହିଭଳି ଫେବୃଆରୀ 4 ତାରିଖରେ ଚିକାଗୋରେ ରହୁଥିବା ଜଣେ ହାଇଦ୍ରାବାଦର ଛାତ୍ର ମାଜାହିର ଅଲିଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଏନେଇ ସେ ସୋସିଆଲ ମିଡିଆରେ ଭିଡିଓ ଜାରି କରି ସାହାଯ୍ୟ ମାଗିଥିଲେ । ଚାରି ଜଣ ଯୁବକ ଚିକାଗୋରେ ମାଜାହିର ଅଲିଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।

ଏହାମଧ୍ୟ ପଢନ୍ତୁ..ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ସପ୍ତାହରେ ତୃତୀୟ ଘଟଣା

ଆଉ ମଧ୍ୟ ମାସ ଆରମ୍ଭରୁ ଶ୍ରେୟାସ ରେଡ୍ଡି ନାମକ ଜଣେ ଛାତ୍ରଙ୍କୁ ହତ୍ୟା କରାଯାଇଥିଲା । ଜାନୁଆରୀ ୩୦ରେ ପର୍ଡୁ ୟୁନିଭରସିଟିରେ ପଢୁଥିବା ନୀଲ ଆଚାର୍ଯ୍ୟଙ୍କ ମୃତ୍ୟୁ ହୋଇଥିଲା । ତାଙ୍କର ମୃତ୍ୟୁ ଖବର ଜଣାପଡିବା ପୂର୍ବରୁ ଜାନୁଆରୀ ୨୮ରୁ ନିଖୋଜ ଥିବାର ତାଙ୍କର ମାଆ ଜଣାଇଥିଲେ । ନୀଲ ଉବେରରେ ୟୁନିଭରସିଟି ଯାଉଥିବା ବେଳେ ପରିବାର ଲୋକେ ତାଙ୍କ ସହ ଶେଷ ଥର ଯୋଗାଯୋଗ କରିଥିଲେ । ତା' ପରଠୁ ତାଙ୍କର କୌଣସି ପତ୍ତା ମିଳିନଥିଲା । ତେଣୁ ପୁଅ ବିଷୟରେ ସୂଚନା ପାଇଁ ପରିବାର ଲୋକେ ସହାୟତା ମାଗିଥିଲେ । କିନ୍ତୁ ୨ ଦିନ ପରେ ନୀଲଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ସେହିପରି ଜାନୁଆରୀ ୨୯ରେ ବିବେକ ସାଇନଙ୍କୁ ଲିଥୋନିଆରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଜଣେ ବ୍ୟକ୍ତି ଗୋଟିଏ ଷ୍ଟୋର ଭିତରେ ହାତୁଡିରେ ପିଟିପିଟି ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା । ଯାହାର ଲୋମଟାଙ୍କୁରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.