ETV Bharat / international

ଗାଜାରେ ଏୟାରଡ୍ରପ ବେଳେ ଖୋଲିଲାନି ପାରାଚ୍ୟୁଟ, ପାର୍ସଲ ଖସି 5 ମୃତ

author img

By ETV Bharat Odisha Team

Published : Mar 9, 2024, 9:17 AM IST

Parachute Fails To Open During Air Drop In Gaza: ଗାଜାରେ ଏୟାରଡ୍ରପ ବେଳେ ଖୋଲିଲାନି ପାରାଚ୍ୟୁଟ । ପାର୍ସଲ ଖସି ଚାଲିଗଲା 5ଜଣଙ୍କ ଜୀବନ । ଅଧିକ ପଢନ୍ତୁ

Aid Drop In Gaza
Aid Drop In Gaza

ହାଇଦ୍ରାବାଦ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଏହାରି ଭିତରେ ଗାଜାରେ ଏକ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଏୟାରଡ୍ରପ ସମୟରେ ପାରାଚ୍ୟୁଟ ନଖୋଲିବା କାରଣରୁ 5 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଖବର ଅନୁସାରେ, ଶୁକ୍ରବାର ଗାଜାରେ ମାନବୀୟ ସହାୟତା ପାଇଁ ଏୟାରଡ୍ରପ କରାଯାଇଥିଲା । ଏହି ସମୟରେ ପାରାଚ୍ୟୁଟ ଖୋଲିଲା ନାହିଁ । ଫଳରେ ସାହାଯ୍ୟ ଆଶା କରି ତଳେ ଠିଆ ହୋଇଥିବା ଲୋକଙ୍କ ଉପରେ ଏକ ପ୍ୟାଲେଟ ଖସି ପଡିଥିଲା । ଏଥିରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ତେବେ ଏହାକୁ ଗାଜାର ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିନ୍ଦା କରାଯାଇଛି ।

ଗାଜା ପକ୍ଷରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି, 'ଗାଜା ଷ୍ଟ୍ରିପରେ ଥିବା ଏୟାରଡ୍ରପ ସୁବିଧା ସାଧାରଣ ନାଗରିକଙ୍କ ଜୀବନ ପାଇଁ ବିପଦଜନକ । ପାରାଚ୍ୟୁଟ ନଖୋଲିବା କାରଣରୁ ପାର୍ସଲଟି ଲୋକଙ୍କ ଉପରେ ପଡିଯାଇଥିଲା । ଅବହେଳା ଯୋଗୁଁ 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।'

ଏହା ମଧ୍ୟ ପଢନ୍ତୁ: ଇସ୍ରାଏଲରେ ମିସାଇଲ୍ ମାଡ଼: ଜଣେ ଭାରତୀୟ ମୃତ, 3 ଆହତ

ପ୍ରକାଶ ଥାଉ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଗାଜାର ମାନବୀୟ ସହାୟତା ପାଇଁ ଏୟାରଡ୍ରପ ସୁବିଧା ଆରମ୍ଭ କରିବା ପାଇଁ ଘୋଷଣା କରିଥିଲେ । ହ୍ବାଇଟ ହାଉସର ଓଭାଲ ଅଫିସରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ବୈଠକ ପରେ ଏହି ଘୋଷଣା କରାଯାଇଥିଲା । ମିଡିଆ ରିପୋର୍ଟ ଅନୁସାରେ, ଗାଜାରେ ପାଲେଷ୍ଟାଇନଙ୍କୁ ମାନବୀୟ ସହାୟତା ଯୋଗାଇବା ଏୟାରଡ୍ରପର ଉଦ୍ଦେଶ୍ୟ । ଗାଜାରେ ଖାଦ୍ୟ, ଔଷଧ ଏବଂ ଜଳ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ପ୍ରବେଶକୁ ସୁନିଶ୍ଚିତ କରିବା ଏହାର ଉଦ୍ଦେଶ୍ୟ ଅଟେ ।

ତେବେ ହମାସ ପକ୍ଷରୁ କୁହାଯାଇଛି, ଯିରୁଶାଲମର ଅଲ-ଆକସା ମସଜିଦକୁ ଇସ୍ରାଏଲର ଅପମାନିତ କରିବା ବିରୋଧରେ ଏହା ହେଉଛି ପ୍ରତିଶୋଧ । ହମାସ ପକ୍ଷରୁ କୁହାଯାଇଥିଲା, 2023 ମସିହା ଏପ୍ରିଲ ମାସରେ ଇସ୍ରାଇଲ ପୋଲିସ ଅଲ-ଆକସା ମସଜିଦକୁ ଗ୍ରେନେଡ୍ ଫିଙ୍ଗି ଅପମାନିତ କରିଥିଲା । ଇସ୍ରାଇଲ କ୍ରମାଗତ ଭାବ ହମାସ ଉପରେ ଆକ୍ରମଣ ଜାରି ରଖିଛି । ଇସ୍ରାଇଲ ସେନା ହମାସର ମହିଳାଙ୍କ ଉପରେ ଆକ୍ରମଣ ଜାରି ରଖିଛି । ଇସ୍ରାଏଲ ସହିତ ସମ୍ପର୍କ ଭାଙ୍ଗିବା ପାଇଁ ହାମାସ ମୁଖପାତ୍ର ଗାଜି ହମାଦ ଆରବ ଦେଶମାନଙ୍କୁ ନିବେଦନ କରିଛନ୍ତି । ଇସ୍ରାଏଲ କଦାପୀ ଭଲ ପଡୋଶୀ ଏବଂ ଶାନ୍ତିପୂର୍ଣ୍ଣ ଦେଶ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.