ETV Bharat / international

ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟ୍‌କା; ଘୁଞ୍ଚିଲା 'ହସ ମନି' ମାମଲାର ଶୁଣାଣି

author img

By ETV Bharat Odisha Team

Published : Feb 16, 2024, 7:23 AM IST

Hush Money Case: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଲାଗିଛି ବଡ଼ ଝଟକା । ହସ୍ ମନି ମାମଲାରେ ଟ୍ରମ୍ପ ଆଣିଥିବା ଆବେଦନର ଶୁଣାଣି ପାଇଁ ଲାଗିପାରେ ଅଧିକ ସମୟ । ଅଧିକ ପଢନ୍ତୁ

ଟ୍ରମ୍ପକୁ ଝଟକା
ଟ୍ରମ୍ପକୁ ଝଟକା

ୱାଶିଂଟନ: ଆସୁଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ । ଯାହା ଉପରେ ରହିଛି ସମଗ୍ର ବିଶ୍ବର ନିଜର । ସେପଟେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଲାଗିଛି ବଡ଼ ଝଟକା । ହସ୍ ମନି ମାମଲାରେ ଟ୍ରମ୍ପ ଆଣିଥିବା ଆବେଦନର ଶୁଣାଣି କରିବାକୁ ମନା କରିଛନ୍ତି ନ୍ୟୁୟର୍କ କୋର୍ଟ । ଟ୍ରମ୍ପ ନିର୍ବାଚନ ଲଢିପାରିବେ ନା ନାହିଁ ତାଙ୍କୁ ନେଇ ଲାଗି ରହିଛି କଳ୍ପନାଜଳ୍ପନା । କାରଣ ଅନେକ ମାମଲାରେ ଛନ୍ଦି ହୋଇ ବର୍ତ୍ତମାନ ବିବାଦରେ ରହିଛନ୍ତି ଟ୍ରମ୍ପ । ଡୋନାଲ୍ଡ ଟ୍ରମ୍ପ ନିଜ ଉପରେ ଲାଗିଥିବା ଆରୋପ ହଟାଇବାକୁ ଆବେଦନ କରିଥିଲେ । ତେବେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏହାର ବିଚାର କରିବ ଜ୍ୟୁରି କମିଟି । ଏହି ସ୍ପେଶାଲ ବେଞ୍ଚ ଅର୍ଥାତ୍ ଜ୍ୟୁରି କମିଟି ମାର୍ଚ୍ଚ 25 ତାରିଖରେ ଗଠନ କରାଯିବ । ଅପରପକ୍ଷେ ଶୁଣାଣିରେ ବିଳମ୍ବ ହେଲେ ଏହା ରାଷ୍ଟ୍ରପତି ପଦ ପାଇଁ ଟ୍ରମ୍ପଙ୍କ ପ୍ରତିଦ୍ବନ୍ଦିତା କରିବାରେ ପ୍ରଭାବ ପଡ଼ିପାରେ ।

ଏହି ମାମଲା ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିୟଲଙ୍କ ସହ ଜଡ଼ିତ । ଏହି ପର୍ଣ୍ଣ ଷ୍ଟାରଙ୍କୁ ଟ୍ରମ୍ପ ଗୁପ୍ତ ଭାବେ ଦେଇଥିବା ଟଙ୍କାକୁ ନେଇ ବିବାଦ ଉପୁଜିଥିଲା । ଯାହାକୁ ନେଇ ରିପବ୍ଲିକାନ ନେତା ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ହୋଇଥିଲା ମାମଲା । ସୂଚନା ଅନୁସାରେ, ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲଙ୍କ ସହ ଟ୍ରମ୍ପଙ୍କର ସମ୍ପର୍କ ରହିଥିଲା । ୨୦୧୬ ନିର୍ବାଚନ ପୂର୍ବରୁ ଟ୍ରମ୍ପ ତାଙ୍କୁ ଲାଞ୍ଚ ଦେଇ ମୁହଁ ବନ୍ଦ ରଖିବା ପାଇଁ କହିଥିଲେ । ଏଥିପାଇଁ ଟ୍ରମ୍ପ ଷ୍ଟର୍ମି ଡାନିଏଲଙ୍କୁ ୧୩୦,୦୦୦ ଆମେରିକୀୟ ଡଲାର ଦେଇଥିବା ଅଭିଯୋଗ ହୋଇଥିଲା । ସେ ହେଉଛନ୍ତି ଆମେରିକାର ପ୍ରଥମ ପୂର୍ବତନ ରାଷ୍ଟ୍ରପତି ଯିଏକି ଏଭଳି ବିବାଦରେ ଛନ୍ଦି ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...ସ୍ବାମୀ କେଉଁଠି ପଚାରି କଟାକ୍ଷ କଲେ ଟ୍ରମ୍ପ, ପାଲଟା ଟାର୍ଗେଟ କଲେ ଭାରତୀୟ ବଂଶଜ ନିକ୍କି ହାଲି

ଏହା ମଧ୍ୟ ପଢନ୍ତୁ...ନ୍ୟୁ ହାମ୍ପସାୟାର ରିପବ୍ଲିକାନ ପ୍ରାଇମେରୀରେ ଟ୍ରମ୍ପଙ୍କ ବାଜିମାତ, ବାଇଡେନଙ୍କ ସହ ହୋଇପାରେ ଟକ୍କର
ଆଗକୁ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ରହିଥିବାବେଳେ ଟ୍ରମ୍ପ ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଭରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ନିର୍ବାଚନ ପୂର୍ବରୁ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରାଯାଇଥିବାବେଳେ ଏଥିରେ ବାଜିମାତ କରିଥିଲେ ଟ୍ରମ୍ପ । ସେପଟେ ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ ନିଜ ସମର୍ଥକଙ୍କୁ ଏକଜୁଟ କରି ସାଇଟ୍ ଇନ ଅଭିଯାନ ଆରମ୍ଭ କରିଛନ୍ତି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ମିଳିତ ଜାତିସଂଘରେ ଆମେରିକା ପାଇଁ ରାଷ୍ଟ୍ରଦୂତ ଭାବେ କାମ କରି ଆସିଥିବା ଭାରତୀୟ ବଂଶୋଦ୍ଭବ ନିକ୍କି ହାଲି ମଧ୍ୟ ଏଥର ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ଯାଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.